Odisha News

ଭାଟିକାନ ସିଟିରେ ପୋପଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରୋମ ୨୨/୬ : ଭାଟିକାନ ସିଟିରେ ପୋପଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୋମ ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ପୋପଙ୍କୁ ଯାଇ ସାକ୍ଷାତ କରିଛନ୍ତି ।
ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପୋପଙ୍କୁ ସାକ୍ଷାତ କରିଛନ୍ତି ନବୀନ । ଦେଶର ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ପୋପ୍ ହେଉଛନ୍ତି ଅନ୍ୟତମ ।
ସୂଚନା ଥାଉକି, ରୋମ୍ ସହିତ ଓଡ଼ିଶାର ରହିଛି ସାଂସ୍କୃତିକ ଓ ଐତିହ୍ୟର ସାମଞ୍ଜସ୍ୟ । ଇଟାଲି, ଗ୍ରୀସ୍ ସମେତ ୟୁରୋପରେ ଥିବା ପ୍ରବାସୀ ଓଡ଼ିଆଙ୍କୁ ଭେଟି ରାଜ୍ୟର ବିକାଶରେ ସହଯୋଗର ଆହ୍ବାନ ଦେବେ ମୁଖ୍ୟମନ୍ତ୍ରୀ ।
ଏହାସହ ରାଜ୍ୟର ସଂସ୍କୃତି ଓ କଳାର ବିକାଶରେ ସେମାନଙ୍କ ଅବଦାନ ନେଇ ଆଲୋଚନା କରିବାର କାର‌୍ୟ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ସହ ଅଛନ୍ତି 5Tସଚିବ ଭି.କେ ପାଣ୍ଡିଆନ ।

Related Posts

Seo wordpress plugin by www.seowizard.org.