Odisha News

ବୌଦ୍ଧ: ଜ଼ିଲ୍ଲା ସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ

ବୌଦ୍ଧ, ୧୬/୧୧: ବୁଧବାର ଦିନ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ବୌଦ୍ଧ ଠାରେ ଜ଼ିଲ୍ଲା ସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ଅତିଥି ବୃନ୍ଦ ଯୋଗ ଦେଇ ରାଷ୍ଟ୍ର ଗଠନ ରେ ଗଣ ମାଧ୍ୟମର ଭୂମିକା ବିଷୟରେ ନିଜ ନିଜ ବକ୍ତବ୍ୟ ରଖିଥିଲେ ।
ଅତିଥି ଭାବେ ବୌଦ୍ଧ ପଂଚାୟତ ସମିତି ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ କୁମାର ରଥ, ନଗରପାଳ, ଏନ. ଏ. ସି. ବୌଦ୍ଧଗଡ଼ ମୃତ୍ୟୁଞ୍ଜୟ ମିଶ୍ର, ଅଧ୍ୟକ୍ଷ, ପଂଚାୟତ ସମିତି, ବୌଦ୍ଧ ପ୍ରକାଶ ଚନ୍ଦ୍ର ବେହେରା, ବରିଷ୍ଟ ସାମ୍ବାଦିକ ବନମାଳି ପାଣିଗ୍ରାହୀ, ରଜନୀକାନ୍ତ ଦାସ, ରବୀନ୍ଦ୍ର କୁମାର ରାଉତ,ଦେବାଶିଷ ପୁରୋହିତ, ସାହିତ୍ୟିକ ରମେଶ ପ୍ରସାଦ ମେହେର,ନୀଳ ଲୋହିତ ମହାପାତ୍ର ଯୋଗ ଦେଇଥିଲେ ।
ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ, ସଭା ସଂଯୋଜନା କରିଥିବା ବେଳେ ଜ଼ିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ବିରଞ୍ଚି ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ କ୍ଷ ଏହି ଅବସର ରେ କଣ୍ଟାମାଲ ର ପ୍ରଜ୍ଞକ୍ଷ ପରିମିତା ପାଢ଼ୀ ଏବଂ ଶିକ୍ଷକ ପ୍ରଦୀପ ସାହୁ ସ୍ଵ ରଚିତ କବିତା ପାଠ କରିଥିଲେ ।
ଏହି ଅବସରରେ ଜିଲ୍ଲା ପ୍ରତିନିଧି, ସମୟ ରଘୁନାଥ ଷଡ଼ଙ୍ଗୀ, ଜିଲ୍ଲା ପ୍ରତିନିଧି, ସକାଳ ଦିବ୍ୟ ରଞ୍ଜନ ପଟ୍ଟନାୟକ, ସମ୍ପାଦକ, ନୂତନ ସୂର‌୍ୟ୍ୟ ସମରେଶ ମିଶ୍ର, କଣ୍ଟାମାଲ ବ୍ଲକ ପ୍ରତିନିଧି, ସମୟ ଜୟ କୁମାର ମହାରଣା, କଣ୍ଟାମାଲ ବ୍ଲକ ପ୍ରତିନିଧି, ସମ୍ବାଦ ବଦ୍ୟନାଥ ହୋତା ଏବଂ ଜିଲ୍ଲା ପ୍ରତିନିଧି, କଳିଙ୍ଗ ମେଲ କମ୍ଭୁଧର କ୍ଷେତି ଙ୍କୁ ଏହି ଅବସରରେ ସମର୍ଦ୍ଧିତ କରାଯାଇଥିଲା ।
ଏହି ଉପଲକ୍ଷେ ଆୟୋଜିତ ଜୁନିଅର ସ୍ତରୀୟ ଓଡ଼ିଆ ବକ୍ତୃତା ରେ ସେଣ୍ଟ ଜାଭି ୟର ପବ୍ଲିକ ସ୍କୁଲ ର ଆର‌୍ୟ୍ୟ ନାରାୟଣ ଦେଓ -ପ୍ରଥମ, ସରକାରୀ ବାଳିକା ବିଦ୍ୟାଳୟ ର ମନୀଷା ରାଣୀ ପୁରୋହିତ -ଦ୍ଵିତୀୟ, ସେଣ୍ଟ ଜାଭିୟର ସ୍କୁଲ ର ଆରଚି ଚିନ୍ମୟୀ ପ୍ରଧାନ -ତୃତୀୟ, ଜୁନିଅର ସ୍ତରୀୟ ଇଂରାଜୀ ବକ୍ତୃତା ରେ କେନ୍ଦ୍ରୀୟ ବିଦ୍ୟାଳୟ ର ପ୍ରୟାସ ପ୍ରତୀକ ପାଣିଗ୍ରାହୀ -ପ୍ରଥମ, ସଂତୃପ୍ତି ସାହୁ -ଦ୍ଵିତୀୟ, ସଂଜିତା ସାହୁ -ତୃତୀୟ , ସେହିପରି ସିନିୟର ସ୍ତରୀୟ ବକ୍ତୃତା ପ୍ରତିଯୋଗିତା ରେ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ର ଏଲ. ରାହୁଲ ରାଓ -ପ୍ରଥମ, ବର୍ଷାରାଣୀ ମେହେର -ଦ୍ଵିତୀୟ ଏବଂ ଶ୍ରଦ୍ଧାଞ୍ଜଳି ସାହୁ -ତୃତୀୟ ସ୍ଥାନ ଅଧିକାର କରି ଅତିଥି ମାନଙ୍କ ଠାରୁ ପୁରସ୍କୃତ ହୋଇଥିଲେ ।
ଆଜି ର ଏହି ରେ ଗଣ ମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗ ଦେଇ ସହଯୋଗ କରିଥିଲେ କ୍ଷ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର କର୍ମଚାରୀ ମଣ୍ଟୁ ପାଣ୍ଡେ, ଯୁଧିଷ୍ଠିର ପ୍ରଧାନୀ, ଅକ୍ଷୟ କୁମାର ମହାକୁର, ବିରବର ଖମାରୀ, ସୁବାସିନୀ ସେଠୀ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.