ବୈାଦ୍ଧ ଜିଲ୍ଲାରେ ପୁଣି ୩ କରୋନା ପଜିଟିଭ ଚିହ୍ନଟ, କୋଭିଡ ଯୋଦ୍ଧା କରୋନା ଆକ୍ରାନ୍ତ
ବୈାଦ୍ଧ,୨/୭: ଗୁରୁବାର ଦିନ ବୈାଦ୍ଧ ଜିଲ୍ଲାରୁ ପୁଣି ତିନି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଜଣେ କୋଭିଡ ଯୋଦ୍ଧା କରୋନା ଆକ୍ରାନ୍ତ ହୋଇଛନ୍ତି ।
ସେ କୋଭିଡ କେୟାର ସେଣ୍ଟରରେ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିବା ବେଳେ ସେ କ୍ୱାରେଣ୍ଟା ଇନରେ ଥିଲେ । ଜିଲ୍ଲାରେ ଗୁରୁବାର ଦିନ ଗୋଟିଏ ଦିନରେ ୩ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସମସ୍ତ ପଜିଟିଭ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି ୧ ।
ସେମାନଙ୍କ ମଧ୍ୟରୁ ୨ ଜଣ ମହିଳା ଥିବା ବେଳେ ଜଣେ ପୁରୁଷ ଅଛନ୍ତି । ଆକ୍ରାନ୍ତମାନଙ୍କୁ ବୈାଦ୍ଧ କୋଭିଡ କେୟାର ସେଣ୍ଟରକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ତ୍ରିଲୋଚନା ପ୍ରଧାନ ପ୍ରକାଶ କରିଛନ୍ତି । ଲୋକଙ୍କୁ ଭୟଭୀତ ନ ହେବା ପାଇଁ ପରାମର୍ଶ ଦେବା ସହିତ ସମସ୍ତେ ମାସ୍କ ପରିଧାନ କରିବା ଓ ସାମାଜିକ ଦୂରତାକୁ ବଜାଇ ରଖିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀପ୍ରଧାନ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ।
ମିଳିଥିବା ସୂଚନା ଅନୁଯାଇ, ଏହି ତିନି ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ପୁରୁଷ ଆକ୍ରାନ୍ତ ଯେକି ବୈାଦ୍ଧ କୋଭିଡ କେୟାର ସେଣ୍ଟାରରେ ସଫେଇ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିବା ବେଳେ ସେ ଏକ ହୋଟେଲରେ କ୍ୱାରେଣ୍ଟାଇନରେ ଥିଲେ । ତାଙ୍କର ସ୍ୱାବ ରିପୋର୍ଟ ପଠା ଯାଇଥିବା ବେଳେ ରିପୋର୍ଟ ପଜିଟିଭ ଆସିଥିଲା ।
ସେହିପରି ବୈାଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ଠାରେଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ଜଣେ ମହିଳା ପ୍ରବାସୀଙ୍କ ଠାରେ କରୋନା ପଜିଟିଭ ଚିହ୍ନଟ ହୋଇଛି । ସେ ମହାରାଷ୍ଟ୍ର ମୁମ୍ବାଇରୁ ଆସିଥିବା ବେଳେ ଗତ ୨୩ ତାରିଖରୁ ବୈାଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ରହୁଥିଲେ । ଏହି ସେଣ୍ଟରରେ ୩ ଜଣ ପ୍ରବାସୀ ରହିଥିବା ବେଳେ ଜଣଙ୍କ ଠାରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ସେହିପରି ବୈାଦ୍ଧବ୍ଲକରେ ଶଗଡା କ୍ୱାରେଣ୍ଟାଇନରେ ଜଣେ ୫୦ ବର୍ଷ ମହିଳାଙ୍କ ଠାରେ କରୋନା ପଜିଟିଭ ଚିହ୍ନଟ ହୋଇଛି । ସେ ହାଇଦ୍ରାବାଦରୁ ଆସି ଗତ ୨୦ ତାରିଖ ଠାରୁ ଶଗଡା କ୍ୱାରେଣ୍ଟାଇନ ସେଣ୍ଟରରେ ରହୁଥିଲେ । ମହିଳା ଜଣକ ବୈାଦ୍ଧବ୍ଲକ ମୁଣ୍ଡିପଦର ପଞ୍ଚାୟତର ବୋଲି ଜଣାପଡିଛି । ଶଗଡା କ୍ୱାରେଣ୍ଟାନ ସେଣ୍ଟରରେ ସମୁଦାୟ ୧୯ ଜଣ ପ୍ରବାସୀ ରହିଥିଲେ । ଏହି ୩ କରୋନା ଆକ୍ରାନ୍ତକୁ ମିଶାଇ ଜିଲ୍ଲାରେ ୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ସେଥିମଧ୍ୟରୁ ୪୦ ଜଣ ସୁସ୍ଥ ହୋଇଥିବା ବେଳେ ବାକି ୫ ଜଣ ବ୍ରିଜଛକ ଠାରେ ଥିବା କୋଭିଡ କେୟାର ସେଣ୍ଟରରେ ଚିକିତ୍ସିତ ହେଉଛନ୍ତି । ଜିଲ୍ଲାକୁ ୪୨୭୧ ଜଣ ପ୍ରବାସୀ ଫେରିଥିବା ବେଳେ ସେମାନଙ୍କୁ ବିଭିନ୍ନ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା । ସେମାନଙ୍କ ମଧ୍ୟରୁ ୪୧୦୮ ଜଣ ପ୍ରବାସୀ କ୍ୱାରେଣ୍ଟାଇନରୁ ଘରକୁ ଫେରିଲେଣି । ବାକି ୧୫୯ ଜଣ ୯ଟି କ୍ନାରେଣ୍ଟାଇନ ସେଣ୍ଟରରେ ଅଛନ୍ତି । ଜିଲ୍ଲାରେ ସମୁଦାୟ ୧୭୯୭ ଜଣଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇଥିବା ବେଳେ ୧୭୦୨ ଜଣଙ୍କ ସ୍ୱାବ ରିପୋର୍ଟ ଆସି ସାରିଛି । ଆହୁରି ୯୫ ଜଣଙ୍କ ରିପୋର୍ଟ ଆସିବା ବାକି ରହିଛି । ୧୬୫୭ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।