Odisha News

ବିଳମ୍ୱିତ ରାତିରେ ଯୁବକଙ୍କ ଅଶୋଭନୀୟ କାଣ୍ଡ: କମେଣ୍ଟ ମରାକୁ ପ୍ରତିବାଦ କରିବାରୁ ସ୍ଵାମୀ, ସ୍ତ୍ରୀ ଓ ଶିଶୁ କନ୍ୟାକୁ ମରଣାନ୍ତକ ଆକ୍ରମଣ

ବାଲେଶ୍ବର,୨୪/୨: ବାଲେଶ୍ବର ଜିଲ୍ଲା ସୋର ଥାନା ଅନ୍ତର୍ଗତ ବେଲଦା ଛକ ନିକଟରେ ଗତ ରାତିରେ ଜଣେ ଔଷଧ ଦୋକାନୀଙ୍କୁ ୩ ଯୁବକ ଆକ୍ରମଣ କରିବା ଫଳରେ ଦୋକାନୀଙ୍କ ସମେତ ତାଙ୍କ ପତ୍ନୀ ଏବଂ ୨ ବର୍ଷର ଶିଶୁପୁତ୍ର ଆହତ ହୋଇଛନ୍ତି। ସେମାନେ ସୋର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ସୂଚନା ଅନୁସାରେ ବାଇନଣ୍ଡା ଗ୍ରାମର ଚିନ୍ମୟ ଜେନା ବେଲଦା ଛକ ନିକଟରେ ଔଷଧ ଦୋକାନ କରିଛନ୍ତି। ସନ୍ଧ୍ୟାରେ ତାଙ୍କ ପତ୍ନୀ ଜୟଶ୍ରୀ ଦୋକାନ ସମ୍ମୁଖରେ ଠିଆ ହୋଇଥିବା ବେଳେ ଜଣେ ଯୁବକ ତାଙ୍କୁ କମେଣ୍ଟ ମାରିଥିଲେ। ଚିନ୍ମୟ ଏହାକୁ ବିରୋଧ କରିଥିଲେ।
ଏହି ଘଟଣା ପରେ ଚିନ୍ମୟ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ସମ୍ପୃକ୍ତ ଯୁବକ ଏବଂ ତାଙ୍କ ସହ ଅନ୍ୟ ୨ ଯୁବକ ସଙ୍ଘବଦ୍ଧ ଭାବେ ଚିନ୍ମୟ, ପତ୍ନୀ ଜୟଶ୍ରୀ ଏବଂ ତାଙ୍କର ୨ ବର୍ଷର ଶିଶୁପୁତ୍ରକୁ ଏକ ଠେଙ୍ଗାରେ ଆକ୍ରମଣ କରିଥିଲେ। ଏଥିରେ ଚିନ୍ମୟଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବା ବେଳେ ଜୟଶ୍ରୀଙ୍କ ମୁହଁ ଏବଂ ଦେହରେ ଗୁରୁତର ଆଘାତ ଲାଗିଥିଲା। ତେଣେ ଶିଶୁଟିର ମୁଣ୍ଡ ଫାଟିଯାଇଥିଲା। ସମସ୍ତଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

Related Posts

Seo wordpress plugin by www.seowizard.org.