Odisha News

ବାଲେଶ୍ୱର: ଭିଣୋଇ ତୀର ମାଡ଼ରେ ଶଳା ଗୁରୁତର

ସୋର, ୨୦/୧୦ : ଭିଣୋଇ ତୀର ମାଡ଼ରେ ଶଳା ଗୁରୁତର କ୍ଷ ଆକ୍ରମଣକାରୀ ଭିଣୋଇକୁ ବାନ୍ଧି ପୋଲିସ ଜିମା ଦେଲେ ଗାଁ ଲୋକେ କ୍ଷ ସୋର ଥାନା ସିଙ୍ଗାଖୁଣ୍ଟା ପଂଚାୟତ ଫଠାଆମ୍ବ ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।
ତେବେ ଭିଣୋଇ ମୋଟୁ ସିଂ ତୀର ମାଡ଼ରେ ଶଳା ସାଲୁକୁ ଗୁରୁତର ହୋଇଛନ୍ତି । ଗୁରୁତର ସାଲୁ ପିଠିରେ ତୀର ବାଜି ଅଟକି ରହିଥିଲା କ୍ଷ
ତାଙ୍କୁ ତୁରନ୍ତ ଗ୍ରାମବାସୀଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ହସ୍ପିଟାଲରେ ପିଠିରୁ ତୀର ବାହାର କରିଛନ୍ତି ଡାକ୍ତର । ଏବେ ଡାକ୍ତରଖାନାରେ ଚିକିତ୍ସିତ ହୋଉଛନ୍ତି ସାଲୁ । ନିଶାଶକ୍ତ ଅବସ୍ଥାରେ ମୋଟୁ ତାଙ୍କ ଶଳା ସାଲୁକୁ ତୀର ମାରିଥିବା ଗାଁ ଲୋକେ କହିଛନ୍ତି ।

Related Posts

Seo wordpress plugin by www.seowizard.org.