Odisha News

ବନ୍ଧୁଙ୍କୁ ହତ୍ୟା କଲା ଯବାନ

ଶ୍ରୀନର ୧୫/୦୭: ଦୁଇ ଯବାନଙ୍କ ମଧ୍ୟରେ ଝଗଡାର ପରିଣାମ ହେଲା ଭୟଙ୍କର ।
ଯମ୍ମୁ କାଶ୍ମୀରର ସୁରନକୋଟରେ ୧୫୬ ଟେରିଟୋରିଆଲ୍ ବାଟାଲିୟନର ସୈନିକମାନଙ୍କ ମଧ୍ୟରେ ଝଗଡ଼ା ହେବାରୁ ଦୁଇ ଯବାନଙ୍କର ମୃତ୍ୟୁ ହୋଇଛି ଓ ତିନି ଯବାନ ଆହତ ହୋଇଛନ୍ତି। ଶୁକ୍ରବାର ସନ୍ଧ୍ୟା ୫:୩୦ରେ କୌଣସି କାରଣରୁ ଯବାନମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଜଣେ ଯବାନ ଅନ୍ୟ ୩ ଯବାନଙ୍କୁ ଗୁଳି କରିଥିଲେ। ଫଳରେ ଜଣେ ଯବାନଙ୍କ ମୃତ୍ୟୁ ହୋଇଛି।
ଅନ୍ୟପଟେ ଗୁଳି କରିବା ପରେ ଯବାନ ଜଣଙ୍କ ନିଜକୁ ମଧ୍ୟ ଗୁଳି କରିଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଛି। ଏଥିରେ ଆହତ ହୋଇଥିବା ଦୁଇ ଯବାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସେନା ପକ୍ଷରୁ ଏହି ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ଘଟଣାର ପୁରା ସୂଚନା ମଧ୍ୟ ମିଳିପାରିନାହିଁ। କେଉଁ କାରଣରୁ ଯବାନମାନଙ୍କ ମଧ୍ୟରେ ଗୁଳିକାଣ୍ଡ ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।

Related Posts

Seo wordpress plugin by www.seowizard.org.