Odisha News

ପୋଲିସ ଗାଡି ଓ ଟ୍ରକ ମୁହାଁମୁହିଁ ଧକ୍କା, ଦୁଇ ପୋଲିସ କର୍ମଚାରୀ ସମେତ ୩ ଗୁରୁତର

ବାରିପଦା, ୮/୧୦: ପୁଲିସ ଗାଡ଼ି ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବାର ଖବର ମିଳିଛି। ୧୮ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଛି।ସହର ଉପକଣ୍ଠ ଶାଳବଣି ଛକରେ ପୁଲିସ ଗାଡ଼ିକୁ ଘୁଷୁରି ବୋଝେଇ ଟ୍ରକ ଧକ୍କା ଦେଇଛି।
ଏହାଫଳରେ ୨ ପୁଲିସ କର୍ମଚାରୀଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ବାରିପଦାର ପିଆରଏମ ମେଡକାଲରେ ଭର୍ତ୍ତି କରାଯାଇଛି।

Related Posts

Seo wordpress plugin by www.seowizard.org.