Odisha News

ପଦୋନ୍ନତି ପାଇବାର କିଛି ଘଣ୍ଟା ପରେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଲେ ବନ ଅଧିକାରୀ

କୋରାପୁଟ,୭/ପ୍ରମୋସନ ପାଇ ଖୁସିଥିଲେ ଏସିଏଫ୍। ହେଲେ ତାଙ୍କର ସେହି ଖୁସି ବେଶୀ ସମୟ ରହିନଥିଲା। ପ୍ରମୋସନ ଲେଟର ନେଇ ଫେରୁଥିବା ବେଳେ ବାଟରେ ମାଡ଼ିବସିଲା ଭିଜିଲାନ୍ସ।
ଲମତାପୁଟ ଏସିଏଫ୍ ସୁରଜିତ ସାହୁ ଗତକାଲି ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଭିଜିଲାନ୍ସ ତାଙ୍କ ଗାଡ଼ିରୁ ବିପୁଳ ଟଙ୍କା ଜବତ କରିବା ସହ ତାଙ୍କ ଘର ଓ ଅଫିସରେ ଚଢ଼ାଉ କରିଛି।
ମିଳିଥିବା ସୂଚନା ଅନୁସାରେ, ସୁରଜିତ ୩ ଦିନ ତଳେ ପ୍ରମୋସନ ପାଇଥିଲେ। ସେ ରେଞ୍ଜରରୁ ଏସିଏଫ୍କୁ ପ୍ରମୋସନ ପାଇଥିଲେ। ପ୍ରମୋସନ ପାଇଁ ସୁରଜିତ ବହୁତ ଖୁସିଥିଲେ। ଗତକାଲି ସେ ପ୍ରମୋସନ ଲେଟ୍ର ଆଣିବାକୁ କୋରାପୁଟ ଯାଇଥିଲେ। ପ୍ରମୋସନ ଲେଟର ନେଇ ଭୁବନେଶ୍ୱର ଫେରୁଥିବା ବେଳେ କୋରାପୁଟର ଗୁଣ୍ଡିଚା ମନ୍ଦିର ନିକଟରେ ଭିଜିଲାନ୍ସ ସୁରଜିତଙ୍କ ଗାଡ଼ିକୁ ଅଟକାଇଥିଲେ। ତାଙ୍କ ଗାଡ଼ି ଯାଞ୍ଚ ବେଳେ ବିପୁଳ ଟଙ୍କା ବାହାରିଥିଲା।
ଭିଜିଲାନ୍ସ ସୁରଜିତଙ୍କୁ ପଚରାଉଚରା କରିବା ସହ ତାଙ୍କ ଗାଡ଼ିକୁ ଜବତ କରିଛି। ଏହା ସହ ସୁରଜିତଙ୍କ ଲମତାପୁଟ କାର‌୍ୟ୍ୟାଳୟ ଓ ତାଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ ଜାରି ରହିଥିବାରୁ ସୁରଜିତଙ୍କ ଘରୁ କ’ଣ ଜବତ କରାଯାଇଛି ଭିଜିଲାନ୍ସ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।

Related Posts

Seo wordpress plugin by www.seowizard.org.