ତଣ୍ଡାମୁଣ୍ଡା ଡବଲମର୍ଡର୍ ମାମଲାର ପର୍ଦ୍ଦାଫାଶ୍ : ଝାଡଖଣ୍ଡର ୪,ବିହାର ର ୩ ଓ ବଲାଙ୍ଗିର ର ୧ ଅଭିଯୁକ୍ତ ଗିରଫ
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ୩୦/୧୦ : ଗତ ୨୪ ତାରିଖରେ ପୁଇଁତଳା ଥାନାନ୍ତର୍ଗତ ତଣ୍ଡାମୁଣ୍ଡା ଜଙ୍ଗଲରୁ ପୁଲିସ୍ ଉଦ୍ଧାର କରିଥିବା ଦୁଇ ଅଜଣା ଯୁବକ ଯୁବତୀଙ୍କ ଗଳାକଟା ହତ୍ୟାକାଣ୍ଡର ଅଭିଯୁକ୍ତ ଆସାମୀ ଙ୍କୁ ଧରିବାରେ ବଲାଙ୍ଗୀର ପୁଲିସ୍ କୁ ସଫଳତା ମିଳିଛି।ଉଦ୍ଧାରର ପୂର୍ବଦିନ ରାତିରେ ଏହି ଚାଞ୍ଚଲ୍ୟକର ନୃଶଂସ ହତ୍ୟାକାଣ୍ଡ ଘଟିଥିଲା।
ଝାଡଖଣ୍ଡର ବୋକାରୋ ରେ ରିୟେଲ ଇଷ୍ଟେଟ୍ କାରବାରରୁ ଟଙ୍କା ଭାଗବଣ୍ଟାକୁ ନେଇ ଏଠାରେ ଆସି ଲୁଚିଥିବା ଗୋଟିଏ ଗୋଷ୍ଠୀର ଉକ୍ତ ଅପରାଧୀ ଯୁବକ ଓ ତା\’ର ପ୍ରେମିକାକୁ ସେହି ଗୋଷ୍ଠୀର ଡନ୍ ସେଠାରୁ ସାଙ୍ଗରେ ଆଣିଥିବା ସହଯୋଗୀ ତଥା ସ୍ଥାନୀୟ ଜଣେ ଅପରାଧୀ ଯୁବକଙ୍କ ସହାୟତାରେ ମିଶି ଟଙ୍କା ମାଗି ନଦେବାରୁ ଏହି ହତ୍ୟା କରିଥିବା ପୁଲିସ୍ କହୁଛି।
ବଲାଙ୍ଗୀର ରିଜର୍ଭ ପୁଲିସ୍ ଠାରେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଓ ବଲାଙ୍ଗିର ଏସ୍ ପି ଋଷିକେଶ ଖିଲାରୀଙ୍କ ସମେତ ସଦର ଏସଡିପିଓ ପ୍ରଦୀପ କୁମାର ସାହୁ ଓ ପୁଇଁତଳା ଥାନାଧିକାରୀ ସୁଭରାଜ୍ ଧରୁଆଙ୍କ ରାତି ୯ ଟାରେଏକ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ତଦନ୍ତକାରୀ ପୁଲିସ୍ ପ୍ରକାଶ କରିଛି।ଏହି ଅନୁଯାୟୀ , ଝାଡଖଣ୍ଡର ବୋକାରୋ ସହରରେ ଅବୈଧ ଭାବେ ଲୋକଙ୍କୁ ଡରାଇ ଧମକାଇ ରିୟେଲ୍ ଇଷ୍ଟେଟ୍ ବା ଜମିବାଡି କିଣାବିକା କରୁଥିବା ଜଣେ ଡନ୍ ଆଶୁତୋଷ ଗୌତମ ଓରଫ ବବଲୁ କିଲ୍ଲୋ ( ୪୮ ) ସହ ତା\’ର ଗୁଣ୍ଡାଭାବରେ ସେଠାରେ ସହଯୋଗୀ ଥିବା ମୂଳନିବାସୀ ହାଇଦ୍ରାବାଦ୍ ର ମହମ୍ମଦ ଜାଭେଦ୍( ୨୯ )ତା\’ ନାଁ\’ରେ ସେଠାରେ ବହୁ ଅପରାଧିକ ମାମଲା ଋଜୁ ହେବାରୁ ପଳାଇ ଆସି ଗତ ପ୍ରାୟ ୪ ମାସ ହେବ ସେହି ବୋକାରୋର ତା\’ର ପ୍ରେମିକା ପଲକ ମିଶ୍ର ( ୨୦ )ସହିତ ବଲାଙ୍ଗୀର ସହରର ମହାଲକ୍ଷ୍ମୀନଗର ରେ ଏକ ଭଡାଘରେ ରହୁଥିଲା।
ପୁଲିସ୍ ସୂତ୍ରରୁ ପ୍ରକାଶ ଯେ,ଗତ ଛଅମାସ ତଳେ ସେ ବବଲୁ ଠାରୁ ୭ ଲକ୍ଷଟଙ୍କା ଉଧାରରେ ଆଣି ଫେରାଉ ନ ଥିବାରୁ ଗତ ୨୩ ତାରିଖ ବବଲୁ ଓ ତା\’ର ୨ ଜଣ ସହଯୋଗୀ ସେଠାକାର ଚନ୍ଦନ କୁମାର ( ୨୩ )ଓ ଗୌରବ କୁମାର( ୩୪ )ସହ ଟ୍ରେନରେ ଆସି ରାତି ପ୍ରାୟ ୧୧ ଟା ବେଳେ ବଲାଙ୍ଗୀର ଷ୍ଟେସନରେ ପହଞ୍ଚିଥିଲେ।
ଏଠାରେ ତାଙ୍କ ସାଙ୍ଗରେ ଆଉ ୪ ଜଣ ସହଯୋଗୀ କୌଶଳ କୁମାର ଓରଫ କୌଶଳ ବିହାରୀ(୨୯ ),ବାଦଲ କୁମାର( ୨୦ ), ବୋକାରୋ ରେ ରହୁଥିବା ବିହାର ର ପପୁ ଓରଫ ରାଜୀବ ଗୌତମ( ୪୩),ବିହାର ଔରଙ୍ଗାବାଦ ର ଦେବ ଓରଫ ବିଶାଲ କୁମାର( ୨୩ )ଓ ବଲାଙ୍ଗିର ସହରର ପ୍ରତାପସାଗର ପଡାର ଡବଲୁ ଓରଫ ରାଜେନ୍ଦ୍ର ସେଠ୍ ( ୩୧ ) ମିଶି ଭଡାଘରେ ପ୍ରେମିକା ସହ ରହୁଥିବା ଜାଭେଦ୍ ପାଖକୁ ଯାଇଥିଲେ।ସେଠାରେ ବବଲୁ ଯାଭେଦ କୁ ଟଙ୍କା ମାଗିବାରୁ ଦେବାକୁ ମନା କରିବାରୁ ବଚସା ହୋଇଥିଲା।
ଏହାପରେ ସମସ୍ତେ ମିଶି ଜାଭେଦକୁ ପାଟିରେ ଟେପ୍ ଲଗାଇ ବନ୍ଧୁକ ଦେଖାଇ ନିସ୍ତୁକ୍ ମାଡ ମାରିଥିଲେ।ସହି ନ ପାରି ପଲକ ଚିତ୍କାର କରିବାରୁ ସେମାନେ ଉଭୟ ଙ୍କୁ ଏକ କାର୍ ରେ ଆଟଗାଁ ରାସ୍ତାରେ ତଣ୍ଡାମୁଣ୍ଡା ଜଙ୍ଗଲଆଡକୁ ନେଇ ଯାଇଥିଲେ ଓ ସେଠାରେ ଉଭୟଙ୍କର ଏକ ଧାରୁଆ ଛୁରୀରେ ତଣ୍ଟିକାଟି ହତ୍ୟାକରି ଫିଙ୍ଗିଦେଇ ସେହି କାର୍ ରେ ପଳାଇଥିଲେ , ଯାହା କି ବୁର୍ଲା ଭୀମସାର ପାର୍କିଂସ୍ଥଳରୁ ପୁଲିସ୍ ଜବତ କରିଛି।
ଏହି ଘଟଣାରେ ପୁଲିସ୍ ଏକ ଭେରନା କାର୍,ଏକ ସ୍କୁଟି,ଏକ ଦେଶୀ ବନ୍ଧୁକ,ହତ୍ୟାରେ ବ୍ୟବହୃତ ଛୁରୀ,ଜୀବନ୍ତ ଗୁଳି,ମୋବାଇଲ୍, ଆଟଗାଁ ପୋଲତଳୁ ରକ୍ତଲଗା କପଡା ଆଦି ଜବତ କରି ପୁଇନ୍ତଲା ପି ଏସ କେସ ନମ୍ବର ୩୭୪/୨୪.୧୦.୨୦୨୪ ଧାରା ୧୦୩(୧)ବିଏନ୍ଏସ ଗ୍ଧଙ୍କକ୍ସଦ୍ଭରୟ ଗ୍ଧକ୍ଟ ଗ୍ଦରମ.୬୧(୨)/୧୦୩(୧)/୨୩୮/୩(୫)ଈଘଝ/୨୫/୨୭ ଇକ୍ସଜ୍ଞଗ୍ଦ ଇମଗ୍ଧ ରେ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି।
ଘଟଣାର ସଂକ୍ଷିପ୍ତ ବିଷୟ ଏହି ଯେ,ପ୍ରଥମେ ତଣ୍ଡାମୁଣ୍ଡା ଜଙ୍ଗଲରେ ପଡିଥିବା ଏହି ଦୁଇ ଅଜଣା ଯୁବକ ଯୁବତୀଙ୍କ ପରିଚୟ ପାଇବା ପୁଲିସ୍ ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା।ପୁଇଁତଳା ଥାନାରେ ଏ ସମ୍ପର୍କରେ ଏକ ହତ୍ୟାମାମଲା ( କେସ୍ ନ୦ ୩୭୪ / ତା ୨୪ । ୧୦ । ୨୦୨୪ ) ଋଜୁ କରି ଶବ ବ୍ୟବଚ୍ଛେଦ ପୂର୍ବକ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁରର ସହାୟତାରେ ତଦନ୍ତ ଆରମ୍ଭ କରିଥିଲେ।
ଏସ୍ ପି ଙ୍କ ନିର୍ଦ୍ଦେଶରେ ସଦର ଏସଡିପିଓଙ୍କ ନେତୃତ୍ବରେ ୫ ଟି ଟିମ୍ ଗଠନ କରାଯାଇ ରାଜ୍ୟ ବାହାରକୁ ଓ ସମ୍ବଲପୁରକୁ ପଠାଯାଇଥିଲା।ଶେଷରେ ମାତ୍ର ସପ୍ତାହକ ମଧ୍ୟରେ ଏ ଆଇ,ସାଇବର ସେଲ୍,ବୈଷୟିକ ଜ୍ଞାନ କୌଶଳ ର ଉପଯୋଗ କରି ବଲାଙ୍ଗୀର ପୁଲିସ୍ କୁ ଏହି ଆନ୍ତଃରାଜ୍ୟ ଅପରାଧୀଙ୍କୁ ଧରିବାରେ ସଫଳତା ମିଳିଛି।ହତ୍ୟାର ଶିକାର ହୋଇଥିବା ଜାଭେଦ୍ ସହ ପଲକ ମିଶ୍ରର ଲିଭ୍ ଇନ୍ ରିଲେସନ୍ ପ୍ରାୟ ୪ ବର୍ଷ ହେଲା ରହିଥିବା ଓ ଉକ୍ତ ଯୁବତୀଟିର ସେପରି କୌଣସି ଅପରାଧିକ ସମ୍ପୃକ୍ତି ଥିବା ଅଦ୍ୟାବଧି ଜଣାପଡି ପାରିନାହିଁ।
ତେବେ ଝାଡଖଣ୍ଡରୁ ଆସି ଏଠାରେ କେତେକ ସ୍ଥାନୀୟ ଅପରାଧୀଙ୍କ ସହାୟତା ରେ ଗତ କିଛିମାସ ହେଲା ରହୁଥିବା ଏହି ବାହାରରାଜ୍ୟର ସନ୍ଦିଗ୍ଧ ଅପରାଧୀ ଜାଭେଦ ଓ ତା\’ର ପ୍ରେମିକା ପଲକର କାର୍ଯ୍ୟ କଳାପ ସମ୍ପର୍କରେ ପୁଲିସ୍ କିଛି ଲୁଚାଇଛି।
ତାହା ହେଲା ପଲକର ଥାନାକୁ ଯାଇଥିଲା ବେଳେ ପୁଲିସ୍ ତା\’ର ମୁହଁର ଫଟୋ ଓ ଗତିବିଧି ର ତଥ୍ୟ ରଖିଥିବାରୁ ଚିହ୍ନଟ ହୋଇପାରିଥିବା ସତ୍ତ୍ୱେ ଜାଭେଦ ର ସମ୍ପର୍କୀୟ ଭଣଜା କିଛିଦିନ ତଳେ ଗଞ୍ଜେଇ ଚୋରା ଚାଲାଣ ରେ ସମ୍ପୃକ୍ତ ହୋଇ ବଲାଙ୍ଗୀର ଜିଆରପି ପୁଲିସ୍ ହାତରେ ଗିରଫ ହେବାପରେ ଭବାନୀପାଟଣାର ଜୁଭେନାଇଲ୍ ଜେଲ୍ ରେ ଥିବାରୁ ଉଭୟେ ଏକ ଲାଲ୍ ରଙ୍ଗର ସ୍କୁଟି ଓ ଏକ ଧଳାକାର୍ ରେ ବୁଲାବୁଲି କରୁଥିବା ସହ ଓକିଲଙ୍କ ଘରକୁ ଯାଉଥିବା ଓ ପୂର୍ବରୁ ଦେହ ବ୍ୟବସାୟ ମାମଲାରେ ଥରେ ଗିରଫ ହୋଇ ଜେଲ୍ ଯାଇଥିବା ବଲାଙ୍ଗିର ପ୍ରତାପସାଗର ପଡାର ଡବଲୁ ଓରଫ ରାଜେନ୍ଦ୍ର ସେଠ୍ ସହ ଏହି ଆନ୍ତଃରାଜ୍ୟ ଅପରାଧୀଙ୍କର ବରାବର ସମ୍ପର୍କ ରହିଥିବା ଇତ୍ୟାଦି ଗୁରୁତର ଘଟଣା ପୁଲିସ୍ ର ଗୋଚରରେ ରହିଥିଲା କି?
ସବୁଠାରୁ ବଡକଥା ହେଉଛି,ଗତ କିଛିବର୍ଷ ହେଲା ବଲାଙ୍ଗୀର ସହରରେ ବି ଏଭଳି ଅବୈଧ ଜମିବାଡି କିଣାବିକା ମାମଲାରେ ଅନେକ ଅପରାଧ ଘଟିଛି।କିଛିଦିନ ତଳେ ବଲାଙ୍ଗୀର ରେଳଷ୍ଟେସନ ଲଜ୍ ରେ ହାତଗୋଡ ବାନ୍ଧି ମୁହଁରେ ଟେପ୍ ଲଗାଇ ସୋନପୁର ର ଜଣେ ପୁଲିସ୍ କନେଷ୍ଟବଳ ଙ୍କୁ ହତ୍ୟାକରି ବାଥ୍ ରୁମ୍ ରେ ପୁରାଇ ତାଙ୍କ କାର୍ ରେ ପଳାଇବା ବେଳେ କାର୍ ଟି ଖୁଜେନପାଲି ନିକଟରେ ଦୁର୍ଘଟଣାଗ୍ରସ୍ତ ହେବାରୁ ପଳାଇଥିବା ଝାଡଖଣ୍ଡର ଅଭିଯୁକ୍ତମାନେ ପରେ ଗିରଫ ହୋଇଥିଲେ ହେଁ,ତାହାକୁ ରତ୍ନପଥର ମାମଲା ବୋଲି ଦର୍ଶାଯାଇଥିଲା।
ଏବେ ବଲାଙ୍ଗୀର ସହର ଯେ କ୍ରମେ ଅସୁରକ୍ଷିତ ହୋଇପଡୁଛି ଓ ଏଠା କୁ ବାହାର ରାଜ୍ୟର ଅପରାଧୀ ମାନେ ଆସି ଚରାଭୂଇଁ କରିସାରି ଥିଲେ ବି ପୁଲିସ୍ ର ନଜର ଆଢ଼ୁଆଳରେ ରହି ଯାଉଛି ଅନେକ ଅପରାଧି ଙ୍କ କାର୍ଯ୍ୟକଳାପ।ଏଣୁ ଏଇ ଗୋଟିଏ ମାମଲାର ସଫଳତାରେ ଲୋକେ ସେତେ ଖୁସି ହେଇ ପାରି ନଥିବା ବେଳେ ବରିଷ୍ଠ ଅଧିକାରୀମାନେ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ।