ଟିଏମସି ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସମ୍ପର୍କୀୟଙ୍କ ଘରୁ ଜବତ ହେଲା ୨୦ କୋଟି ଟଙ୍କା
ନୂଆଦିଲ୍ଲୀ, ୨୩/୭ : ଟିଏମସି ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସମ୍ପର୍କୀୟ ଅର୍ପିତା ମୁଖାର୍ଜୀଙ୍କ ଘରୁ ପ୍ରାୟ ୨୦ କୋଟି ଟଙ୍କା ଜବତ କରିଛି ଇଡି। ବିଜେପି ନେତା ସୁଭେନ୍ଦୁ ଅଧିକାରୀ କହିଛନ୍ତି, “ୟେ ତୋ ବେସ୍ ଟ୍ରେଲର ହୈ, ପିକଚର ଅଭି ବାକି ହୈଟ୍ଟ
ପଶ୍ଚିମବଙ୍ଗ ସ୍କୁଲ ସର୍ଭିସ କମିଶନ ଏବଂ ପଶ୍ଚିମବଙ୍ଗ ପ୍ରାଇମେରି ଏଜୁକେଶନ ବୋର୍ଡ଼ ନିଯୁକ୍ତି ପରୀକ୍ଷାରେ ହୋଇଥିବା ମହାଘୋଟାଲାରେ ଅଭିଯୋଗ ଆସିବା ପରେ ଇଡି ପକ୍ଷରୁ ରେଡ୍ ହୋଇଥିଲା । ବିଭିନ୍ନ ସ୍ଥାନରେ ଇଡି ପକ୍ଷରୁ ରେଡ୍ ହୋଇଥିବା ବେଳେ କେବଳ ଅର୍ପିତା ମୁଖାର୍ଜୀଙ୍କ ଘରୁ ୨୦ ଟଙ୍କା ନଜଗ ହୋଇଛି ଜବତ ହୋଇଛି। ଏସଏଏସି ସ୍କାମରେ ଏହି ଟଙ୍କା ଆଦାୟ କରାଯାଇଥିବା ବୋଲି ସନ୍ଦେହ କରାଯାଉଛି ।
ତେବେ ଟଙ୍କା ଗଣନା ପାଇଁ ବ୍ୟାଙ୍କ ଅଫିସରଙ୍କ ସହାୟତା ନିଆଯାଇଥିଲା। ଏତେ ଗୁଡ଼ିଏ ଟଙ୍କା ଗଣନା ପାଇଁ ଟଙ୍କା ଗଣନା ମେସିନକୁ ନିୟୋଜିତ କରାଯାଇଛି। ରେଡ୍ ବେଳେ ଅର୍ପିତାଙ୍କ ଘରୁ ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ୍ ବାହାରିଛି। ଏହାସହ ଅର୍ପିତାଙ୍କ ଘରୁ ୨୦ଟି ମୋବାଇଲ ମଧ୍ୟ ଜବତ କରାଯାଇଛି।
ଏହି ଦୁର୍ନୀତି ସହ ଜଡିତ ବିଭିନ୍ନ ବ୍ୟକ୍ତିଙ୍କ ଘରୁ ଇଡି ଅପରାଧୀକ ଦଲିଲ, ରେକର୍ଡ, ସନ୍ଦେହଜନକ କମ୍ପାନୀର ବିବରଣୀ, ବୈଦ୍ୟୁତିକ ଉପକରଣ, ବିଦେଶୀ ମୁଦ୍ରା ଏବଂ ସୁନା ଉଦ୍ଧାର କରିଛି।
ଏହି ମାମଲାରେ ଟିଏମସି ନେତା ପାର୍ଥ ଚାଟାର୍ଜୀଙ୍କ ଘରେ ମଧ୍ୟ ଇଡି ରେଡ୍ କରିଛି ଏହାସହ ତାଙ୍କୁ ଖୋଜୁଛି। ସେହିପରି ଏସଏସସି ସ୍କାମରେ ପୂର୍ବରୁ ପାର୍ଥ ଚାଟାର୍ଜୀ ଏବଂ ପରେଶ ଅଧିକାରୀ ନାମକ ୨ ଜଣ ମନ୍ତ୍ରୀଙ୍କୁ ସିବିଆଇ ରେଡ୍ କରିଛି । ଏବେ ଇଡି ପାର୍ଥ ଚାଟାର୍ଜୀଙ୍କ ଏହି ଘୋଟାଲାରେ ସମ୍ପୃକ୍ତ ଥିବା ଏକାଧିକ ଅଧିକାରୀଙ୍କ ଘରେ ରେଡ୍ କରିଛି।
କଲିକତା ହାଇକୋର୍ଟ ଆବେଦନ ପତ୍ରରେ ଗ୍ରୁପ୍ ‘ସି’ ଏବଂ ‘ଡି’ କର୍ମଚାରୀଙ୍କ ନିଯୁକ୍ତି ସ୍କାମ, ଓଢ-ଢଓଓ ଶ୍ରେଣୀର ସହକାରୀ ଶିକ୍ଷକ ଏବଂ ପ୍ରାଥମିକ ଶିକ୍ଷକଙ୍କ ନିଯୁକ୍ତି ସ୍କାମରେ ତଦନ୍ତ କରିବାକୁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ମାମଲାଗୁଡ଼ିକରେ ଅଣ-ଶିକ୍ଷକ କର୍ମଚାରୀ (ଗ୍ରୁପ୍ ସି ଏବଂ ଡି), ଶିକ୍ଷକ କର୍ମଚାରୀ ଥସହକାରୀ ଶିକ୍ଷକ (ଶ୍ରେଣୀ ଓଢ-ଢଓଓ) ଏବଂ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ବେଆଇନ ନିଯୁକ୍ତି ସହିତ ଇଡି ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ଚଗଖଇ) ଅଧୀନରେ ମାମଲା ଅନୁସନ୍ଧାନ କରୁଛି।