Odisha News

ଗଜପତି:ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ନାମରେ ନାମିତ କରି ଯୋଜନା ପ୍ରଣୟନ କରିବାକୁ ଦାବୀ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ପାରଳାଖେମୁଣ୍ଡି, ୨୫/୯:- ନବ ଉତ୍କଳର ନିର୍ମାତା ତଥା ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ନାମରେ ରାଜ୍ୟ ସ୍ତରରେ ଏକ ଯୋଜନା ନାମିତ କରି ପ୍ରଣୟନ କରିବା ପାଇଁ ଗଜପତି ଜିଲ୍ଲାର ବିଭିନ୍ନ ମହଲରେ ଦୃଢ଼ ଦାବୀ ଦୋହରା ଯାଇଛି ।
ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଜଣେ ଅସାଧାରଣ ଓ ବିରଳ ବ୍ୟକ୍ତିତ୍ୱର ମଣିଷ ଥିଲେ । ତାଙ୍କର ଶିକ୍ଷା ସମେତ କୃଷି, ଜଳସେଚନ, ଗମନାଗମନ, କ୍ରୀଡା ଓ ସଂସ୍କୃତି ଏବଂ ଅନ୍ୟାନ୍ୟ ବିକାଶ କ୍ଷେତ୍ରରେ ତାଙ୍କର ଅବଦାନ ଚିରସ୍ମରଣୀୟ ।
ଏମିତି କି, ସେ ଏକାଧାରରେ ଜଣେ ବିଜ୍ଞ ପୁରୁଷ , ପ୍ରଜାବତ୍ସଳ, ପରୋପକାରୀ , ସାହିତ୍ୟ ଓ ନାଟକ ପ୍ରେମୀ , ରାଜନୀତିଜ୍ଞ , ସାହସୀ , କର୍ତ୍ତବ୍ୟନିଷ୍ଠା ପରାୟଣ ସମ୍ପନ୍ନ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ।
ସେ କେବଳ ଓଡ଼ିଶା ରାଜ୍ୟର ଗୌରବ ଓ ଗର୍ବ ନ ଥିଲେ , ତାଙ୍କର କର୍ତ୍ତବ୍ୟ ନିଷ୍ଠା ଓ ଜନମଙ୍ଗଳ କାର୍ଯ୍ୟଧାରା ଯୋଗୁଁ ସେ ସର୍ବତ୍ର ପରିଚିତ ବ୍ୟକ୍ତିତ୍ଵ ଥିଲେ । ସେ ବହୁମୁଖି ପ୍ରତିଭାର ଜଣେ ବିରଳ ବ୍ୟକ୍ତିତ୍ଵ ଥିଲେ ।
ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି , ଏତେ ସବୁ ପ୍ରତିଭାର ଜଣେ ବିରଳ ବ୍ୟକ୍ତିତ୍ଵ ଥିଲେ ମଧ୍ୟ ରାଜ୍ୟର ବିଜେଡି ତଥା ନବୀନ ପଟନାୟକ ସରକାରଙ୍କ ଦୃଷ୍ଟି ଅଢ଼ୁଆଳରେ ରହିଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଯାହାକି , ନବୀନ ପଟ୍ଟନାୟକ ସରକାରଙ୍କ ୨୨ ବର୍ଷରୁ ଅଧିକ ସମୟ ଧରି ରାଜତ୍ଵ ତଥା ଶାସନ କାଳରେ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତି ରାଜ୍ୟସ୍ତରରେ ଉପଯୁକ୍ତ ସମ୍ମାନଟିଏ ମିଳି ପାରିଲା ନାହିଁ ।
ତାଙ୍କର କୃତିତ୍ୱ ଓ ବିଭିନ୍ନ କ୍ଷେତ୍ରରେ ରହିଥିବା ଅବଦାନ ସାଙ୍ଗକୁ ତାଙ୍କର ବହୁମୁଖି ପ୍ରତିଭାର ବ୍ୟକ୍ତିତ୍ଵ ଆଗରେ ଆଉ କେହି ସମତୁଲ୍ୟ ହୋଇ ପାରିବେନି । ଏମିତି କି , ସେ ଯେତେବେଳେ ଯାହା କହୁଥିଲେ କି ସ୍ବପ୍ନ ଦେଖିଥିଲେ , ସେ ସବୁକୁ ସେ ପରବର୍ତ୍ତୀ ସମୟରେ କାର‌୍ୟ୍ୟରେ ପରିଣତ କରି ଏକ ଇତିହାସ ରଚୁଥିଲେ ।
ସଂକ୍ଷେପରେ ତାଙ୍କ ଅବଦାନ ଓ କୃତିତ୍ୱ ଉପରେ କହିବାକୁ ଗଲେ (୧):\’ ଶିକ୍ଷା କ୍ଷେତ୍ରରେ ସେ ବହୁ ଶିକ୍ଷାନୁଷ୍ଠାନ ଯଥା:- ସ୍କୁଲ ଠାରୁ ଆରମ୍ଭ କରି ହାଇସ୍କୁଲ , କଲେଜ ଓ ବିଶ୍ଵବିଦ୍ୟାଳୟ ପ୍ରଭୃତି ପ୍ରତିଷ୍ଠା କରି ଯାଇଛନ୍ତି ।(୨):- ଜଳସେଚନ ଓ କୃଷି କ୍ଷେତ୍ରରେ ଯେଉଁଭଳି ବ୍ୟବସ୍ଥା କରି ଯାଇଛନ୍ତି ତାହା ଗଜପତି ଜିଲ୍ଲାବାସୀ ଓ ପଡୋଶୀ ଆନ୍ଧ୍ରର ହଜାର ହଜାର ହେକ୍ଟର ଚାଷଜମି ଉପକୃତ ହେବା ସହ ଚାଷୀକୁଳ ମଧ୍ୟ ଉପକୃତ ହୋଇ ପାରୁଛନ୍ତି । (୩):- କ୍ରୀଡା କ୍ଷେତ୍ରରେ ତାଙ୍କର ପୃଷ୍ଠ ପୋଷକତା ଯୋଗୁଁ ଓଡିଶା କ୍ରିକେଟ ରଣଜୀ ଟ୍ରଫି ଦଳରେ ୮୦ ଭାଗ ଖେଳାଳୀ ପାରଳାଖେମୁଣ୍ଡିରୁ ହିଁ ପ୍ରତିନିଧିତ୍ଵ କରୁଥିଲେ ।
ଏମିତି କି , ହକି ଖେଳ ପ୍ରତି ମଧ୍ୟ ତାଙ୍କର ପ୍ରୋତ୍ସାହନ କିଛି କମ ନ ଥିଲା।(୪):- ଗମନାଗମନ କ୍ଷେତ୍ରରେ , ସେ ଅଞ୍ଚଳବାସୀଙ୍କ ଗମନାଗମନର ବିଶେଷ ସୁବିଧା ପାଇଁ ନୌପଡ଼ା ଠାରୁ ଗୁଣୁପୁର ଭାୟା ପାରଳାଖେମୁଣ୍ଡି ପର୍ଯ୍ୟନ୍ତ ନେରୋ ଗେଜ୍ ରେଳପଥରେ ନିଜସ୍ଵ ଅର୍ଥରେ ଟ୍ରେନ ଚଳାଚଳ ବ୍ୟବସ୍ଥା କରାଇଥିଲେ ।
ଏଭଳି ଅନେକ କ୍ଷେତ୍ରରେ ତାଙ୍କର ଅନେକ ଅବଦାନ ଓ ଅଭୁଲା କୃତିତ୍ୱ ରହି ଯାଇଥିଲେ ହେଁ ତାଙ୍କ ନାମରେ ରାଜ୍ୟ ସ୍ତରରେ ଏକ ବୃହତ୍ ଯୋଜନା ନାମିତ କରିବା ପାଇଁ ଗଜପତି ଜିଲ୍ଲାବାସୀ ଦୀର୍ଘ ୧୫ ରୁ ଅଧିକ ବର୍ଷ ଧରି ବିଭିନ୍ନ ମହଲରେ ଏବଂ ବିଭିନ୍ନ ସମୟରେ ଦୃଢ଼ ଦାବୀ କରି ଆସୁଥିଲେ ମଧ୍ୟ ଏ ଦିଗରେ କୌଣସି ଫଳପ୍ରଦ ହେଉନି ।
ଏ ସମ୍ପର୍କରେ ଗତ ୯ ବର୍ଷ ପୂର୍ବେ ଅର୍ଥାତ୍ ତା:୧୪/୧୨/୧୦୧୩ ରିଖ ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲ୍ଲାର ମୋହନା ଗସ୍ତରେ ଆସିଥିଲେ ଏକ ଶୁଭାରମ୍ଭ ଉତ୍ସବକୁ ଏବଂ ସେଠାକୁ ରାଜ୍ୟ ମନ୍ତ୍ରିମଣ୍ଡଳର ଅନେକ ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ ।
ଏହି ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାମ୍ବାଦିକ ଓ ଜିଲ୍ଲାବାସୀଙ୍କ ପକ୍ଷରୁ ବରିଷ୍ଠ ସାମ୍ବାଦିକ ଶ୍ରୀ ଗଣେଶ କୁମାର ରାଜୁ ୬ ପୃଷ୍ଠା ସମ୍ମିଳିତ ଏକ ସ୍ମାରକପତ୍ର ଯେଉଁ ଥିରେ କି:- A sincerest appeal to Sri Nabeen Patnaik , Hon’ble C.M. Odisha dt:14/12/2013.
For naming any important Govt. Scheme after Maharaja Shri Krushna Chandra Gajapati . The founder of Modern state of Odisha

ବୋଲି ଦିଆ ହୋଇଥିଲା ସଭାମଞ୍ଚ ଉପରେ । ।
ସ୍ମାରକପତ୍ରରେ ଉଲ୍ଲେଖ ଥିଲା ଯେ , ନବ ଉତ୍କଳର ନିର୍ମାତା ତଥା ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ନାମରେ ରାଜ୍ୟ ସ୍ତରରେ ଏକ ଯୋଜନା ନାମିତ କରି ପ୍ରଣୟନ କରିବାକୁ ଏବଂ ପାରଳା ମହାରାଜାଙ୍କ ନାମରେ ନାମିତ କରି ଯୋଜନା କାହିଁକି ପ୍ରଣୟନ କରା ନ ଯିବ ଓ କେଉଁ କ୍ଷେତ୍ରରେ କଣ ତାଙ୍କର କିଭଳି କୃତିତ ଅବଦାନ ରହିଛି ସେ ସବୁ ସମ୍ପୂର୍ଣ୍ଣ ଭାବେ ସ୍ମାରକପତ୍ରରେ ଉଲ୍ଲେଖ କରା ଯାଇଥିଲା ।
ସେତେବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସ୍ମାରକପତ୍ର ଗ୍ରହଣ କରି ମୁଣ୍ଡ ହଲାଇ ଏହା ନିଶ୍ଚିତ ଭାବେ ଦେଖିବି ବୋଲି କହିଥିଲେ ।
କିନ୍ତୁ ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏ ଦିଗରେ ସମ୍ପୂର୍ଣ୍ଣ ଭାବେ ଦିଗହରା ହୋଇ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତି ଚରମ ଅବହେଳା ଉଦାସିନତା ମନୋଭାବ ପୋଷଣ କରିବା ଗଜପତି ଜିଲ୍ଲାର ବିଭିନ୍ନ ମହଲ ଏହାକୁ ସହଜେ ଗ୍ରହଣ କରି ପାରୁ ନାହାଁନ୍ତି ।
ଆଜି ଆମେ ଓଡ଼ିଶା ବାସୀ ବୋଲି ଯେଉଁ ଗର୍ବ କରୁଛୁ , ତାହା କେବଳ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଅବଦାନ ଯୋଗୁଁ । କେ ଜାଣି , ସେତେବେଳେ ତାଙ୍କର ଯେଉଁ ନିଷ୍ଠାପର ଓ ନିଃସ୍ଵାର୍ଥ ଉଦ୍ୟମ , ନେତୃତ୍ୱ ଓ ନିଜସ୍ଵ ଖର୍ଚ୍ଚ ସାଙ୍ଗକୁ ଲଣ୍ଡନ ଗୋଲଟେବୁଲ ବୈଠକରେ ଦୃଢ଼ ଦାବୀ ଉପସ୍ଥାପନା ପ୍ରଭୃତି ହୋଇ ନ ଥାନ୍ତା , ଟା ହେଲେ ଆଜି ଓଡିଶା ବୋଲି ନ ଥାନ୍ତେ କି ଏହି ପରିବେଶ କି ମାହୋଲ ନ ଥାନ୍ତା ।
ଓଡ଼ିଶାରେ ଅନେକଙ୍କ ନାମରେ ଅନେକ ଯୋଜନାରେ ନାମିତ ହୋଇଛି । କିନ୍ତୁ ପାରଳା ମହାରାଜା ତଥା ନବ ଉତ୍କଳର ନିର୍ମାତା ଏବଂ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି\’ଙ୍କୁ ଏ ଦିଗରେ ସମ୍ପୂର୍ଣ୍ଣଭାବେ ଅବହେଳା କରା ହୋଇଛି ।
ତାଙ୍କ ନାମରେ ଏକ ଯୋଜନା ନାମିତ କରି ତାଙ୍କ ପ୍ରତି ଉଚିତ୍ ସମ୍ମାନ ଦେବା ଆମର ପରମ କର୍ତ୍ତବ୍ୟ ହେଉ ବୋଲି ଗଜପତି ଜିଲ୍ଲାବାସୀ ଦୃଢ଼ ଦାବୀ କରିବା ସହ ମାନ୍ୟବର୍ ମୁଖ୍ୟମନ୍ତ୍ରୀଙ୍କ ଠାରେ ଦୃଢ଼ ଆଶା ଓ ବିଶ୍ବାସ ରଖିଛନ୍ତି ।

Related Posts

Seo wordpress plugin by www.seowizard.org.