Odisha News

ଗଜପତି : ସମର୍ଥ ଓ ସାଇଟ୍ ସେଭର୍ସ ଇଣ୍ଡିଆ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ଭାଗୀଦାରୀ ପାଇଁ ଚୁକ୍ତିନାମା ସ୍ୱାକ୍ଷର

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୭/୮: ଗଜପତି ଜିଲ୍ଲାର ଏକମାତ୍ର ଅଗ୍ରଣୀ ଭିନ୍ନକ୍ଷମ ଅନୁଷ୍ଠାନ ସମର୍ଥ ଓ ଭୁବନେଶ୍ଵର ସ୍ଥିତ ସାଇଟ୍ ସେଭର୍ସ ଇଣ୍ଡିଆ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ଭାଗିଦାରୀ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ସ୍ୱାକ୍ଷର ହୋଇଛି ।
ସମର୍ଥ ଦୀର୍ଘ ୧୮ ବର୍ଷ ଧରି ଗଜପତି ଜିଲ୍ଲାର ଭିନ୍ନକ୍ଷମ ମାନଙ୍କ ସଶକ୍ତିକରଣ ସମେତ ସାମାଜିକ ଓ ଅର୍ଥନୈତିକ ପୂନଃ ଥଇଥାନ ଦିଗରେ କାର୍ଯ୍ୟ କରି ଆସୁଅଛି ।
ସରକାରଙ୍କ ବିଭନ୍ନ ଉନ୍ନୟନମୁଳକ ଯୋଜନା ତଥା ଭିନ୍ନକ୍ଷମ ମାନଙ୍କ ଅଧିକାର ପାଇଁ ଗ୍ରାମ ସ୍ତରରୁ ରାଜ୍ୟସ୍ତରୀୟ ସଂସ୍ଥା ମାଧ୍ୟମରେ ସଦାସର୍ବଦା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଆସୁଛି ।
ସିସିଡି ସଂସ୍ଥା ଓ ସାଇଟ୍ ସେଭର୍ସ ଇଣ୍ଡିଆ ଦୀର୍ଘ ଏକ ଦଶନ୍ଧି ଧରି ସମର୍ଥ ଭିନ୍ନକ୍ଷମ ଅନୁଷ୍ଠାନକୁ ପ୍ରେତ୍ସାହନ ଯୋଗାଇ ଆସିବା ଓ ସୁଦୃଢ କରିବା ଯୋଗୁଁ ସମର୍ଥ ଅନୁଷ୍ଠାନ ଆତ୍ମନିର୍ଭରଶୀଳ ଭାବେ ନିଜର ପରିଚୟ ପ୍ରଦାନ କରିବାପାଇଁ ପ୍ରତେଷ୍ଠା ଜାରୀ ରଖିଛି ।
ବର୍ତ୍ତମାନ ସମର୍ଥ ଅନୁଷ୍ଠାନ , ୩୦୧୫ ଜଣ ଭିନ୍ନକ୍ଷମ ମାନଙ୍କ ପାଖରେ ପହଞ୍ଚିପାରିଛି ଏବଂ ସେମାନଙ୍କ ଅର୍ଥନୈତିକ ବିକାଶ ପାଇଁ ସେମାନଙ୍କୁ ସରକାରଙ୍କ ବିଭିନ୍ନ ସଂସ୍ଥା ମାଧ୍ୟମରେ ଅର୍ଥନୈତିକ ସହାୟତା ଭିନ୍ନକ୍ଷମ ମାନଙ୍କ ପାଖରେ ପହଞ୍ଚେଇ ପାରିଛି ।
ଶିକ୍ଷା, ସ୍ୱସ୍ଥ୍ୟ, ଗମନାଗମନ ଏବଂ ବାଧାମୁକ୍ତ ପରିବେଶ ପାଇଁ ସରକାରଙ୍କ ପାଖରେ ଓକାଲତି ମାଧ୍ୟମରେ କାର୍ଯ୍ୟହାସଲ ପାଇଁ ଚେଷ୍ଟା ଜାରୀ ରଖିଛି ।
ଦେଶର ବିଭିନ୍ନ ଭିନ୍ନକ୍ଷମ ସଂସ୍ଥା ଗୁଡିକ ର ମୁଲ୍ୟ ନିର୍ଦ୍ଧାରଣ କରି ସାଇଟ୍ ସେଭର୍ସ ଇଣ୍ଡିଆ ସମର୍ଥକୁ ଏକ ଅଗ୍ରଣୀ ଭିନ୍ନକ୍ଷମ ସଂସ୍ଥା ଭାବେ ସ୍ୱୀକୃତୀ ପ୍ରଦାନ କରିଅଛି ଏବଂ ସମର୍ଥ ର ଏହି ପ୍ରଚେଷ୍ଟା ଓ ସ୍ୱପ୍ନକୁ ସାକାର କରିବା ଏବଂ ସୁଦୃଢ କରିବାପାଇଁ ସାଇଟ୍ ସେଭର୍ସ ଇଣ୍ଡିଆ ନିଜର ବନ୍ଧୁତ୍ୱପୂର୍ଣ୍ଣ ସହାୟତା ର ହାତ ବଢେଇଛି ।
ଗଜପତି ଜିଲ୍ଲାର ସମସ୍ତ ଭିନ୍ନକ୍ଷମଙ୍କ ପାଖରେ ପହଞ୍ଚି ସେମାନଙ୍କୁ ଆତ୍ମନିର୍ଭଳଶୀଳ କରିବା ଏବଂ ଗ୍ରାମ ସ୍ତରରୁ ଜିଲ୍ଲା ସ୍ତର ପର‌୍ୟ୍ୟନ୍ତ ଭିନ୍ନକ୍ଷମ ସଂଗଠନକୁ ସୁଦୃଢ କରିବା ପାଇଁ ସାଇଟ୍ ସେଭର୍ସ ଇଣ୍ଡିଆ ଏବଂ ସମର୍ଥ ଅନୁଷ୍ଠାନ ଆଗାମୀ ଦନରେ ମିଳିମିଶି କାର୍ଯ୍ୟ କରିବା ପାଇଁ ଚୁକ୍ତିନାମା ସ୍ୱକ୍ଷର ହୋଇଛି ।
ସାଇଟ୍ ସେଭର୍ସ ଇଣ୍ଡିଆ ଦ୍ୱାରା ମିଳିଥିବା ସହାୟତା ରାଶିରେ ଗଜପତି ଜିଲ୍ଲାର ସମସ୍ତ ଭିନ୍ନକ୍ଷମ ଭାଇ ଭଉଣୀ ମାନଙ୍କ ସଶକ୍ତିକରଣ ତଥା ତାଲିମ , ଭିନ୍ନକ୍ଷମ ଅଧିନିୟମ ଆଇନକୁ କାର୍ଯ୍ୟକାରୀ କରି ଗ୍ରାମ୍ୟ ସ୍ତରରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଭିନ୍ନକ୍ଷମ ସଂଗଠନ ଗୁଡିକୁ ସୁଦୃଢ କରିବା ପାଇଁ କାର୍ଯ୍ୟକରିବ ।
ସାଇଟ୍ ସେଭର୍ସ ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରୁଦ୍ର ନାରାୟଣ ମହାନ୍ତି ଏବଂ ସମର୍ଥର ଅଧ୍ୟକ୍ଷ ଶ୍ରୀ ନିରଞ୍ଜନ ବେହେରାଙ୍କ ମଧ୍ୟରେ ଏହି ଚୁକ୍ତିନାମା ସ୍ୱାକ୍ଷର ହେଇଛି । ଅନ୍ୟମାନଙ୍କ ମଧ୍ୟରେ ସାଇଟ୍ ସେଭର୍ସ ଇଣ୍ଡିଆର ରାଜ୍ୟ କାର୍ଯ୍ୟକ୍ରମ ମୁଖ୍ୟ ଶିବ ପ୍ରସାଦ ବେହେରା , ସମର୍ଥର ସଂପାଦକ ଶ୍ରୀ ସନ୍ତୋଷ କୁମାର ମହାରଣା ଏବଂ ସିସିଡି ସଂସ୍ଥାର ଶ୍ରୀ ତପନ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଚୁକ୍ତିନାମା ସ୍ୱାକ୍ଷର କାର୍ଯ୍ୟକ୍ରମଟି ଭୁବନେଶ୍ୱରର ଜନପଥ ମାର୍ଗ ସ୍ଥିତ ହୋଟେଲ୍ “ନ୍ୟୁ ମେରିୟନ୍” ଠାରେ ସାଇଟ୍ ସେଭର୍ସ ଇଣ୍ଡିଆର ଅନ୍ୟାନ୍ୟ ଭାଗୀଦାରୀ ସଂସ୍ଥା ତଥା ଉତ୍ତରପ୍ରଦେଶ, ଝାଡଖଣ୍ଡ, ରାଜସ୍ଥାନ, ପଶ୍ଚିମବଙ୍ଗ ଓ ଓଡିଶାର ରୁ ଆସିଥିବା ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।
ସାଇଟ୍ ସେଭର୍ସ ଇଣ୍ଡିଆର ଜାତୀୟ ବରିଷ୍ଠ କାର୍ଯ୍ୟକ୍ରମ ପ୍ରବନ୍ଧକ ଶ୍ରୀ ଆକବର ମେହଫୁଜ ଆଲମଙ୍କ ପ୍ରଚେଷ୍ଚା ଏବଂ ପ୍ରୋତ୍ସାହନରେ ଆଜି ସମର୍ଥ ଗଜପତି ଜିଲ୍ଲାରେ ଏକ ଅଗ୍ରଣୀ ଭିନ୍ନକ୍ଷମ ସଂଗଠନ ଭାବେ ନିଜର ପରଚୟ ସୃଷ୍ଟି କରିପାରିଛି ଏବଂ ଦେଶର ପ୍ରଥମ ଭିନ୍ନକ୍ଷମ ସଂସ୍ଥା ଭାବେ ସାଇଟ୍ ସେଭର୍ସ ଇଣ୍ଡିଆ ସହ ଚୁକ୍ତିନାମା ସ୍ବାକ୍ଷର କରି ଏକ ବନ୍ଧୁତ୍ୱପୂର୍ଣ୍ଣ ଭାଗିଦାରୀ ହୋଇପାରିଛି ।
ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ପୂର୍ବାଞ୍ଚଳ ନିର୍ଦ୍ଦେଶକ ଶ୍ରୀ ସୁଦିପ୍ତ ମହାନ୍ତି , ରାଜ୍ୟ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ସୁମିତ ସୁମନ କର , ରାଜ୍ୟ ପରାମର୍ଶଦାତା ଲୋକପ୍ରୀୟା କାନୁନଗୋ ଏବଂ ସାଇଟ୍ ସେଭର୍ସ ର ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଚୁକ୍ତିନାମା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମର୍ଥର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପୁରଣ କରିବା ଏବଂ ଏକ ସଶକ୍ତ ଭିନ୍ନକ୍ଷମ ସଂସ୍ଥା ଭାବେ ଗଜପତି ଜିଲ୍ଲା ତଥା ଦେଶ ଓ ବିଦେଶରେ ନିଜର ପରିଚୟ ସୁଷ୍ଟି କରିବା ପାଇଁ ପ୍ରୋତ୍ସାହନ କରିଥିଲେ ।

Related Posts

Seo wordpress plugin by www.seowizard.org.