Odisha News

ଗଜପତି: ମହିଳା ମହାବିଦ୍ୟାଳୟ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୨/୧୦: ପାରଳାଖେମୁଣ୍ଡି ସ୍ଥିତ ଯୁକ୍ତ+୩ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛ ଭାରତ ଅଭିଯାନ ଅବସରରେ ଏକ ସଫେଇ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଏନଏସଏସ: ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ\’ର ଏନଏସଏସ: ବ୍ୟୁରୋଙ୍କ ନିର୍ଦ୍ଦେଶ କ୍ରମେ ମହାବିଦ୍ୟାଳୟ ଅଧ୍ୟକ୍ଷା ଡଃ ଶ୍ରୀମତୀ ରୀନା ସାହୁ ଏବଂ ଏନଏସଏସ ଅଧିକାରୀ ଡଃ ଶ୍ରୀମତୀ ଭାରତୀ ପାଣିଗ୍ରାହୀଙ୍କ ମିଳିତ ତତ୍ତ୍ଵାବଧାନ\’ରେ ଏନଏସଏସର ସ୍ୱେଚ୍ଛାସେବୀ ଓ ମହାବିଦ୍ୟାଳୟର ଅନ୍ୟ ଛାତ୍ରୀ ମାନଙ୍କ ଦ୍ଵାରା ମହାବିଦ୍ୟାଳୟର ଭିତର ଓ ବାହାର ପରିସରରେ ପଡ଼ି ରହିଥିବା ଅଳିଆ ଆବର୍ଜନା , ଅନାବନା ଗଛଲତା ଓ ଫିଙ୍ଗା ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସବୁ ଝାଡ଼ୁମାରି ଓ ଗୋଟାଇ ବାହାରେ ଥିବା ମ୍ୟୁନିସିପାଲିଟିର ଆବର୍ଜନା କୁଣ୍ଡରେ ପକାଇଥିଲେ ।
ଏହି ଅବସରରେ ମହାବିଦ୍ୟାଳୟ ପରିସରର ସଫେଇ ସ୍ଥଳରେ ଆୟୋଜିତ ଏକ ସଚେତନତା କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ଡଃ ଶ୍ରୀମତୀ ରୀନା ସାହୁ , ଯୁବ ସମାଜଙ୍କ ଉଦ୍ୟମ ଏବଂ ଅଧ୍ୟବସାୟ ଦ୍ୱାରାହିଁ ପରିବେଶ ନିର୍ମଳ ହେବା ଦ୍ବାରା ସମ୍ମାନ ତଥା ଦେଶର ହିତ ହୋଇଥାଏ ବୋଲି ନିଜ ବକ୍ତବ୍ୟରେ କହିଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନାର ଅଧିକାରୀ ଡଃ ଶ୍ରୀମତୀ ଭାରତୀ ପାଣିଗ୍ରାହୀ ଏବଂ ଶ୍ରୀ ଏଲ: ଅଶୋକ ପ୍ରମୁଖ ପରିଚାଳନା କରିଥିଲେ ।

Related Posts

Seo wordpress plugin by www.seowizard.org.