Odisha News

ଗଜପତି: ପିଏମ୍-ଜନମନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୨/୯ : ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ସୌରା ଉନ୍ନୟନ ସଂସ୍ଥା , ଚନ୍ଦ୍ରଗିରି ଓ ବିଭିନ୍ନ ସରକାରୀ ବିଭାଗର ମିଳିତ ଆନୁକୁଲ୍ୟରେ ଆର .ଉଦୟଗିରି ତହସିଲ ଅଧିନସ୍ଥ ମହେନ୍ଦ୍ରଗଡ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ପ୍ରଧାନ ମନ୍ତ୍ରୀ ଜନମନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ବିଭାଗ ଦ୍ଵାରା ପଞ୍ଚାୟତର ସୌରା ଆଦିମ ଅଧିବାସୀ PVTG ମାନଙ୍କୁ ବିଭିନ୍ନ ମୌଳିକ ସୁବିଧା ପ୍ରଦାନ ପାଇଁ ପ୍ରଚେଷ୍ଟା କରାଯାଇ ସଚେତନତା କରା ଯାଇଥିଲା ।
ଏଥି ମଧ୍ୟରେ ତହସିଲ କାର୍ଯ୍ୟାଳୟ ତରଫରୁ ମୋଟ ୨୧ ଜଣ ହିତାଧିକାରୀଙ୍କୁ ମୋ ଜଙ୍ଗଲ ଜମି ଯୋଜନା ରେ ବ୍ୟକ୍ତିଗତ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯିବା ସହ ଅନ୍ୟ ପ୍ରମାଣ ପତ୍ର ମଧ୍ୟ ପ୍ରଦାନ କରା ଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ତହସିଲଦାର ଉଦୟଗିରି ଶ୍ରୀ ଜ୍ୟୋତିର୍ମୟ ଦାସ , ଶ୍ରୀ ବନମାଳି ଭୂୟାଁ-ସ୍ଵତନ୍ତ୍ର ଅଧିକାରୀ ଏସଡିଏ: ଚନ୍ଦ୍ରଗିରି , ବିଡ଼ିଓ ଶ୍ରୀ ଲାରିମନ୍ ଖର୍ସେଲ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଚିକିତ୍ସା ଅଧିକାରୀ ଶ୍ରୀମତୀ ନିବେଦିତା ପଣ୍ଡା , ସିଡ଼ିପିଓ: ଶ୍ରୀମତୀ ଲଳିତା ପୂଜାରୀଙ୍କ ସମେତ ବିଭିନ୍ନ ବିଭାଗର କର୍ମ କର୍ତ୍ତା ଓ ମାନେ ଉପସ୍ଥିତ ଥିଲେ ।
ଏହି ସଚେତନତା କାର୍ଯ୍ୟକ୍ରମରେ ସ୍ଥାନୀୟ ଜନସାଧାରଣ ଓ ହିତାଧିକାରୀ ମାନେ ଉପସ୍ଥିତ ଥିଲେ।

Related Posts

Seo wordpress plugin by www.seowizard.org.