Odisha News

ଗଜପତି : ତନୁଜା ଶତପଥୀ ଇଣ୍ଡିଆନ ଏଣ୍ଡିଭିସୁଆଲଏକ୍ସିଲେନସ ଏୱାର୍ଡ ରେ ସମ୍ମାନିତ ଓ ପୁରସ୍କୃତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨/୯: ଭୁବନେଶ୍ଵର ସ୍ଥିତ ଜୟଦେବ ଭବନ ଠାରେ ଗତ ୩୦ ଅଗଷ୍ଟ ୨୦୨୪ ଦିନ ବିଜେପି ପର୍ଯ୍ୟବେକ୍ଷକ କବି ତଥା ସାରସ୍ଵତ ସାଧକ ଶ୍ରୀ ଶଙ୍କର ପରିଡ଼ା ଏବଂ ବିଶିଷ୍ଟ ବ୍ୟକ୍ତି-ବିଶେଷ ମାନଙ୍କ ଦ୍ଵାରା ପାରଳାଖେମୁଣ୍ଡି ସହରର ଅଗ୍ରଣୀ ମହିଳା ଅନୁଷ୍ଠାନ ତଥା “ପ୍ରଗତି ମହିଳା ସଂଗଠନ” ର ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥୀ ଙ୍କୁ ସମ୍ମାନିତ ଓ ପୁରସ୍କୃତ କରାଯାଇଛି ।
ଶ୍ରୀମତୀ ଶତପଥୀଙ୍କୁ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଅନୁଷ୍ଠିତ “ଏକ ଦିବସୀୟ ଜାତୀୟ ସିଟିଜେନ ସମ୍ଭର୍ଦ୍ଧନା” କାର୍ଯ୍ୟକ୍ରମରେ ସଙ୍ଗୀତ ଓ ଲେଖିକା କ୍ଷେତ୍ରରେ “ଇଣ୍ଡିଆନ ଇଣ୍ଡିଭିଜୁଆଲ ଏକସ୍ସଲେନସ ଏୱାର୍ଡ-୨୦୨୪ ରେ ସମ୍ମାନିତ କରାଯାଇଛି ।
ଗଜପତି ଜିଲ୍ଲାରୁ ଜଣେ ସକ୍ରିୟ ମହିଳା ସଙ୍ଗଠନର ମୁଖ୍ୟ ଭାବେ ତାଙ୍କର ସଙ୍ଗୀତ ସାଧନା ସାଙ୍ଗକୁ ଜଣେ ଲେଖିକା ଓ ସମାଜସେବୀ ଭାବେ ରହିଥିବା ପ୍ରତିଭାର ଦକ୍ଷତା କୁ ଆଧାର କରି ଶ୍ରୀମତୀ ଶତପଥୀଙ୍କୁ ଏହି ଏୱାର୍ଡ ଦେଇ ସମ୍ମାନିତ କରାଯାଇଛି ।
ଶ୍ରୀମତୀ ତନୁଜା ଶତପଥୀଙ୍କ ଏହିଭଳି ସମ୍ମାନ ପାଇବାର କୃତିତ୍ୱ ଯୋଗୁଁ ତାଙ୍କୁ ପାରଳାଖେମୁଣ୍ଡି ସହରର ବିଭିନ୍ନ ସାରସ୍ଵତ ଓ ସଂସ୍କୃତିକ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ପକ୍ଷରୁ ବହୁ କର୍ମକର୍ତ୍ତା ଏବଂ ବୁଦ୍ଧିଜୀବୀ ମାନେ ଶିକ୍ଷାବିତ୍ ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା , ୟୁ-ଟେକ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରର ନିର୍ଦ୍ଦେଶକ ଶ୍ରୀ ଲୋକନାଥ ମିଶ୍ର , ବିନୋଦିନୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମନୋଜ ପଟ୍ଟନାୟକ , ସମାଜସେବୀ ଶ୍ରୀ ଲିଙ୍ଗରାଜ ପାଣିଗ୍ରାହୀ , ଅଧ୍ୟାପିକା ଡ଼ଃ ଭାରତୀ ପାଣିଗ୍ରାହୀ , ଚିତ୍ରଶିଳ୍ପୀ ଶ୍ରୀ ମୂରଲୀଧର ପରିଚ୍ଛା , ଶ୍ରୀମତୀ ମାନସୀ ପଣ୍ଡା , ଶ୍ରୀମତୀ କଳ୍ପନା ପଟ୍ଟନାୟକ , ଶ୍ରୀମତୀ ସବିତା ପଣ୍ଡିତ ପ୍ରମୁଖ ଶ୍ରୀମତୀ ତନୁଜାଙ୍କ ଏଭଳି ସମ୍ମାନ ପାଇବାର କୃତିତ୍ୱ ଯୋଗୁଁ ତାଙ୍କୁ ଅଶେଷ ଅଭିନନ୍ଦନ ଓ ବଧେଇ ଜଣାଇଛନ୍ତି।

Related Posts

Seo wordpress plugin by www.seowizard.org.