Odisha News

ଗଜପତି: ଜିଲ୍ଲାସ୍ତରୀୟ ଭିନ୍ନକ୍ଷମ ବିକଳାଙ୍ଗ ପିଲା ମାନଙ୍କ ନିମନ୍ତେ ସହଯୋଗୀ ଉଦ୍ଭାବକ ଉପକରଣ ପ୍ରଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୨/୪: ପାରଳାଖେମୁଣ୍ଡି ସ୍ଥିତ ବାଲାଜୀ କଲ୍ୟାଣ ମଣ୍ଡପ ସମ୍ମିଳନୀ କକ୍ଷ ଠାରେ ଆଜି ସିସିଡି ଅନୁଷ୍ଠାନ ଓ ଜିଲ୍ଲା ସାମାଜିକ ନିରାପତ୍ତା ଓ ଭିନ୍ନକ୍ଷମ ଶସକ୍ତିକରଣ ବିଭାଗର ମିଳିତ ସହଯୋଗରେ ଜିଲ୍ଲାସ୍ତରୀୟ ବିକଳାଙ୍ଗ ପିଲା ମାନଙ୍କ ନିମନ୍ତେ ସହଯୋଗୀ ଉପକରଣ ବଣ୍ଟନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲା ଭିନ୍ନକ୍ଷମ ଅନୁଷ୍ଠାନ “ସମର୍ଥ”ର ସଭାପତି ଶ୍ରୀ ନିରଞ୍ଜନ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଚେତନତା ସଭା କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିରେନ୍ଦ୍ର କୁମାର ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଭିନ୍ନକ୍ଷମ ମାନେ ଅକ୍ଷମ ନୁହନ୍ତି , ସେମାନଙ୍କ ଅନେକ ଅଙ୍ଗ ଦୁର୍ବଳ ହେଲେ ମଧ୍ୟ ସକ୍ଷମ ଥାଏ , ତେଣୁ ସେହି ଲୁକ୍କାୟିତ ଥିବା ଦୁର୍ବଳ ଶକ୍ତି ଓ ଗୁଣର ଅଙ୍ଗକୁ କିଭଳି ଆମେ ସବଳ କରି ପ୍ରସ୍ପୁଟିତ କରିବା ସେଥିପାଇଁ ଆମର ସହଯୋଗ ଦରକାର , ଯାହା ଫଳରେ ସେମାନେ ତାହା ଦ୍ଵାରା ସେମାନଙ୍କ ଦୈନନ୍ଦିନ ଜୀବନ ଶୈଳୀକୁ ସୁଗମ ଓ ସହଜ କରିବାରେ ସହାୟକ ହୋଇପାରିବେ ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ ରେ ଏଡିପିଏଚଓ: ଡ଼ାଃ ମହେନ୍ଦ୍ର କୁମାର ଭୂୟାଁ , ଏଡିପିଏଚସିଓ ଶ୍ରୀ ନେତ୍ରାନନ୍ଦ ଶତପଥୀ , ଉପଖଣ୍ଡ ସାମାଜିକ ନିରାପତ୍ତା ଓ ଭିନ୍ନକ୍ଷମ ଶସକ୍ତିକରଣ ଅଧିକାରୀ ଶ୍ରୀମତୀ ଉତ୍ସର୍ଗିତା ବଡରଇତ , ଏଚଆରପିସି: ଡିଏସପି: ଶ୍ରୀ କୈଳାଶ କୁମାର ବାହୁଦା , ସିସିଡି: ଅନୁଷ୍ଠାନ ମୁଖ୍ୟ ଶ୍ରୀ ଏ: ଜଗନ୍ନାଥ ରାଜୁ ଏବଂ ଭୌତିକ ଚିକିତ୍ସାର ଫିଜୋଥରୋପିଷ୍ଟ ସରୋଜିନୀ ରଇତ ପ୍ରମୁଖ ଯୋଗଦେଇ ସହାୟତା ଦିଆ ଯାଉଥିବା ଉପକରଣ ସବୁର ପିଲାମାନଙ୍କୁ ନିୟମିତ ଭାବେ ଅଭ୍ୟାସ ଜାରୀ ରଖିବା ସହ ସେ ସବୁର ସଦ-ବିନିଯୋଗ କରିବାକୁ ଉପସ୍ଥିତ ସମସ୍ତ ଅଭିଭାବକ ମାନଙ୍କୁ ପରାମର୍ଶ ଦେଇଥିଲେ। ।
ଭିନ୍ନକ୍ଷମ ଅନୁଷ୍ଠାନ “ସମର୍ଥ” ର ଜିଲ୍ଲା ସଂପାଦକ ଶ୍ରୀ ସନ୍ତୋଷ କୁମାର ମହାରଣା ଶେଷରେ ଉପସ୍ଥିତ ଥିବା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ସ୍ଥିତ “ଓମ୍ ବିକଳାଙ୍ଗ କେନ୍ଦ୍ରର ପ୍ରୋସ୍ଥେଟିକ ଓ ଅର୍ଥଫିକ ଇଞ୍ଜିନିୟର ଶ୍ରୀ ଚିନ୍ମୟ କୁମାର ସ୍ବାଇଁ ଓ ତାଙ୍କ ଟିମ୍ ଜିଲ୍ଲାର ନୂଆଗଡ , ରାୟଗଡ଼ , ରା: ଉଦୟଗିରି ଓ କାଶୀନଗର ବ୍ଲକର ଆସିଥିବା ବିକଳାଙ୍ଗ ପିଲା ମାନଙ୍କୁ ସହାୟତା ଉପକରଣ ସବୁ ଡାକ୍ତରୀ ଟ୍ରିକ ରେ ପିନ୍ଧାଇ ବିଭିନ୍ନ ପରାମର୍ଶ ଦେଇଥିଲେ ।
ସମସ୍ତ କାର୍ଯ୍ୟକ୍ରମ କୁ ସ୍ବେଚ୍ଛାସେବୀ ଅନୁଷ୍ଠାନ “ସି ସି ଡି” ର କର୍ମକର୍ତ୍ତା ବୀଣାପାଣି ପଟ୍ଟନାୟକ , ଶ୍ରୀ କେଦାର ପାଣିଗ୍ରାହୀ ଏବଂ କାବେରୀ ଗମାଙ୍ଗ ପ୍ରମୁଖ ପରିଚାଳନା\’ରେ ବିଶେଷ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.