Odisha News

ଗଜପତି : ଜିଲ୍ଲା ସ୍ତରୀୟ ଆଶା ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତିର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୨/୩: ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସ୍ତରୀୟ ଆଶା , ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ବାର୍ଷିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି: ତିରୁପତି ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ,ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ରୋମାଞ୍ଚଳ ଖମାରୀ , ପାରଳା ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ସିଡିଏମଓ: ଡ଼ାଃ ପ୍ରଦୀପ କୁମାର ପାତ୍ର , ଡିପିଏମ: ସୌମ୍ୟା ରାଣୀ ଗୌଡ଼ , ଏଡିପିଏଚଓ:- ରୋଗ ନିୟନ୍ତ୍ରକ ଡ଼ାଃ ଆନନ୍ଦ ସାମନ୍ତରାୟ ଓ ସିନିୟର୍ କନସଲଟାଣ୍ଟ ଡ଼ାଃ ରମେଶ ଚନ୍ଦ୍ର ମିଶ୍ର ପ୍ରମୁଖ ଯୋଗଦେଇ ମଞ୍ଚାସିନ ଥଲେ ।
କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ତଥା ଜିଲ୍ଲା ପରିଷଦ ସଭାପତି ଶ୍ରୀ ରାଓ , ସ୍ୱାସ୍ଥ୍ୟ-ରକ୍ଷା ସହ ଶିଶୁ ଓ ମାତୃ ମୃତ୍ୟୁହାର ରୋକିବା ଦିଗରେ ଆଶାକର୍ମୀ ମାନେ ଅପହଞ୍ଚ ଇଲାକା ଠାରୁ ଆରମ୍ଭ କରି ସମସ୍ତ ଅଞ୍ଚଳରେ ସ୍ୱଳ୍ପ ପାରିଶ୍ରମିକ ଦରମା ଭଳିରେ ନିଜର ନିଃସ୍ଵାର୍ଥପର ସ୍ୱାସ୍ଥ୍ୟ ସେବା ଜାରୀ ରଖିଛନ୍ତି , ଏହା ଏକ ମହତ୍ କାର୍ଯ୍ୟ ବୋଲି କହିଥିଲେ ।
ସିଡିଏମଓ: ଡ଼ାଃ ପାତ୍ର କହିଥିଲେ ଯେ କୋଭିଡ ସମୟରେ ଆଶା ମାନଙ୍କ ଅବଦାନ ଅତୁଳନୀୟ । ଘରକୁ ଘର ବୁଲି କୋଭିଡ୍ କେଶ୍ ଚିହ୍ନଟ କରି ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାରେ ସକ୍ଷମ ହୋଇଥିଲେ ।
ଆଶା ବିନା ଏଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ କି ଜିଲ୍ଲା ସ୍ବାସ୍ଥ୍ୟ-ସମିତି କେବେ ହେଲେ କୋଭିଡ୍ ମହାମାରୀ ଉପରେ ବିଜୟ ଲାଭ କରିପାରି ନ ଥାନ୍ତେ ବୋଲି କହି ଏହା କେବଳ ସମ୍ଭବ ହୋଇଛି ଆଶାକର୍ମୀ ମାନଙ୍କ ଅବଦାନ ପାଇଁ ବୋଲି କହିଥିଲେ ।
ଆଶା କର୍ମୀମାନେ ହି ସ୍ଵାସ୍ଥ୍ୟ ସଚେତନାର ଭାର୍ତ୍ତାବହ ହୋଇଥିବାରୁ ଜିଲ୍ଲାର ସମସ୍ତ ୧୩୫୦ ଜଣ ଆଶା କର୍ମୀ ଓ ସମସ୍ତ ସ୍ବାସ୍ଥ୍ୟ କର୍ମଚାରୀ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବାକୁ ପରାମର୍ଶ ହେବା ସହ ଗଜପତି ଜିଲ୍ଲାରେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏଥି ପ୍ରତି ସଜାଗ ରହିବାକୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ ଆରମ୍ଭ ହୋଇଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଥିଲେ।
ଏହି ଅବସରରେ ଅତିରିକ୍ତ ଜିଲ୍ଲପାଳ ଶ୍ରୀ ପଣ୍ଡା , ଗଜପତି ଜିଲ୍ଲାର ସମସ୍ତ ଆଶା , ଅଙ୍ଗନୱାଡ଼ି କର୍ମୀ , ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତିର ତୃଣମୂଳ ସ୍ତରରୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା କ୍ଷେତ୍ରରେ ସେମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ।
ଏହି ଅବସରରେ କର୍ତ୍ତବ୍ୟ ସମ୍ପାଦନ ବେଳେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଜିଲ୍ଲାର ୭ ଗୋଟି ବ୍ଲକକୁ ଓ ପାରଳାଖେମୁଣ୍ଡି ପୌର-ପରିଷଦର ସ୍ବାସ୍ଥ୍ୟ କେନ୍ଦ୍ରକୁ ବେଷ୍ଟ୍ ଭାବେ ପୁରସ୍କୃତ କରା ଯାଇଥିବା ବେଳେ ଜିଲ୍ଲାରେ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୩ ଜଣ ଆଶାଙ୍କୁ ପୁରସ୍କୃତ କରା ଯାଇଛି ।
ସେହିଭଳି ବେଷ୍ଟ ଗାଁ କଲ୍ୟାଣ ସମିତି\’ର ୭ ଜଣଙ୍କୁ ପୁରସ୍କୃତ କରା ଯାଇଥିବା ବେଳେ ଆରୋଗ୍ୟ ସମିତି\’ର ବେଷ୍ଟ କର୍ତ୍ତବ୍ୟ ନିଷ୍ଠା ମହିଳା ଭାବେ ୧୪ ଜଣଙ୍କୁ ପୁରସ୍କୃତ କରା ଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ବାସ୍ଥ୍ୟ ସମିତିର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ , କର୍ମକର୍ତ୍ତା , ସ୍ଵାସ୍ଥ୍ୟକର୍ମୀ , ଆଶା ଓ ଅଙ୍ଗନବାଡି କର୍ମୀ , ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତିର କର୍ମକର୍ତ୍ତାଙ୍କ ସମେତ ୩୦୦ ରୁ ଉର୍ଦ୍ଧ୍ବ ସଂଖ୍ୟକ ଉପସ୍ଥିତ ଥିଲେ ।
କାର୍ଯ୍ୟକ୍ରମରେ ଡିପିମ ସୌମ୍ୟାରାଣୀ ଗୌଡ଼ ସ୍ଵାଗତ ସମ୍ଭାଷଣ ଦେଇ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସଭା କାର୍ଯ୍ୟକ୍ରମକୁ ଏଡିପିଏଚସିଓ: ଶ୍ରୀ ନେତ୍ରାନନ୍ଦ ଶତପଥୀ ସଂଯୋଜନା ଏବଂ ଏଡିପିଏଚଓ: ଡ଼ାଃ ମହେନ୍ଦ୍ର କୁମାର ଭୂୟାଁ ଆଶା , ଗାଆଁ କଲ୍ୟାଣ ସମିତି ଓ ମ: ଆରୋଗ୍ୟ ସମିତିର ବାର୍ଷିକ ବିବରଣୀ ପାଠ କରିଥିଲେ ।
ପ୍ରାରମ୍ଭିକ ସଙ୍ଗୀତ , ପାରଳାଖେମୁଣ୍ଡି ସ୍ଥିତ ସାଂସ୍କୃତିକ ଅନୁଷ୍ଠାନ “ଗଜପତି କଳା ପରିଷଦ”ର କଳାକାର ମାନେ ଗୁରୁ ନୃସିଂହ ଚରଣ ପାଢୀ\’ଙ୍କ ନିର୍ଦ୍ଦେଶନାରେ ଏବଂ ମମତା ପାଢୀଙ୍କ ନେତୃତ୍ୱରେ ” ଏଇ ମୋ ପାରଳା ଭୂଇଁ ସଙ୍ଗୀତ ପରିବେଷଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଶା ପ୍ରବନ୍ଧକ ଶ୍ରୀ ନାରାୟଣ ମଲ୍ଲିକ ଓ ଏଡିପିଏଚସିଓ: ଶ୍ରୀ ନେତ୍ରା ନନ୍ଦ ଶତପଥୀ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଏଥିରେ ଡିଏମଆରସିଏଚ: ଶ୍ରୀମତୀ ପ୍ରଣତି ସାହୁ , ଡିଏମଆଇଡିଏସପି: ଶ୍ରୀ ତୁଷାର କାନ୍ତ ପଟ୍ଟନାୟକ , ଡିଭିଡି:- କନସୁଲଟାଣ୍ଟ ଶ୍ରୀ ସିଦ୍ଧାର୍ଥ ଦାସ , ଜିଲ୍ଲା ସୂପରଭାଇଜର ଶ୍ରୀ ଜିଆରକେ: ନାଇଡୁ , ଡିଡ଼ିଏମ-ଏନଏଚଏମ: ଶ୍ରୀ ଅରବିନ୍ଦ ପାଣି , ଜିଲ୍ଲା ଏକାଉଣ୍ଟ୍ ମ୍ୟାନେଜର ଶ୍ରୀ ତିକେଶ୍ୱର ବିଶ୍ଵାଳ ପ୍ରମୁଖ ଯୋଗ ଦେଇ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.