ଗଜପତି: ଜିଲ୍ଲା ବିଦ୍ୟୁତ୍ ଶ୍ରମିକ କର୍ମଚାରୀ ସଂଘ ବାର୍ଷିକ ବୈଠକ ଓ ନିର୍ବାଚନୀ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ
ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୪/୧୨:ପାରଳାଖେମୁଣ୍ଡି ସ୍ଥିତ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଓଡିଶା ରାଜ୍ୟ ବିଦ୍ୟୁତ୍ ଶ୍ରମିକ କର୍ମଚାରୀ ସଙ୍ଘ ପାରଳାଖେମୁଣ୍ଡି ଶାଖାର ବାର୍ଷିକ ବୈଠକ ଓ ନିର୍ବାଚନୀ ସଭା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀ ଦୀନବନ୍ଧୁ ମହାନ୍ତି , ରାୟଗଡା ସର୍କଲ ସମ୍ପାଦକ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର , ଗୁଣୁପୁର ଡିଭିଜନର ସମ୍ପାଦକ ଶ୍ରୀ ଅଜିତ ପଣ୍ଡା , କେନ୍ଦ୍ରୀୟ କାର୍ଯ୍ୟକାରୀ ସଦସ୍ୟ ଶ୍ରୀ ପ୍ରଦୀପ କୁମାର ପାଢ଼ୀ ଓ ଶ୍ରୀ ରଜତ କୁମାର ପ୍ରଧାନ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଉପସ୍ଥିତ ଥିଲେ ।
ଏହି ସଭା କାର୍ଯ୍ୟକ୍ରମରେ ମୁଖ୍ୟତଃ ବିଦ୍ୟୁତ୍ ଶ୍ରମିକ କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଅବଗତ କରା ହୋଇଥିଲା ।
ସମସ୍ୟା ଗୁଡ଼ିକ ମଧ୍ୟରେ ମୁଖ୍ୟତଃ ଗ୍ରାସରୁଟ ସ୍ତରରେ ବିଦ୍ୟୁତ୍ ଶ୍ରମିକ କର୍ମଚାରୀ ମାନେ ବିଭିନ୍ନ ସ୍ଥାନରେ ଦୀର୍ଘବର୍ଷ ଧରି ଅତ୍ୟନ୍ତ ବିପଦ ସଙ୍କୁଳ ଭାବେ ବିଦ୍ୟୁତ୍ ସେବା କ୍ଷେତ୍ରରେ କାର୍ଯ୍ୟରତ ଅଛନ୍ତି , ସେମାନେ ସ୍ୱଳ୍ପ ଦରମାରେ କାର୍ଯ୍ୟରତ ଥିଲେ ମଧ୍ୟ ସେମାନଙ୍କ ଦରମା ବୃଦ୍ଧି ହେଉନାହିଁ କି ନିୟମିତ ଭାବେ ଠିକ୍ ସମୟରେ ଦରମା ଦିଆ ଯାଉନାହିଁ ।
ସେମାନଙ୍କ ଚାକିରି ସ୍ଥାୟୀ କରା ଯାଉନାହିଁ । ଏଭଳି ଅନେକ ସମସ୍ୟା ରହିଥିଲେ ମଧ୍ୟ ଏହାର ସମାଧାନ ଦିଗରେ କୌଣସି ଫଳପ୍ରଦ ହେଉନାହିଁ ବୋଲି ଶ୍ରମିକ କର୍ମଚାରୀ ମାନେ ଅଭିଯୋଗ କରି ମଞ୍ଚାସିନ ଅତିଥି ତଥା ରାଜ୍ୟ ସ୍ତରୀୟ ନେତା ମାନଙ୍କୁ ଅବଗତ କରାଇଥିଲେ ।
ପରେ ଆଗାମୀ ୨୦୨୩ ମସିହା ପାଇଁ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ଶ୍ରୀ ଗୋପୀନାଥ ବିଶ୍ୱାଳ ଉପଦେଷ୍ଟା ଭାବେ , ଶ୍ରୀ ସୁକାନ୍ତ କୁମାର ପଣ୍ଡା-ପାରଳାଖେମୁଣ୍ଡି ଶାଖାର ଡିଭିଜନ ସମ୍ପାଦକ , ଶ୍ରୀ ଧନପତି ପ୍ରଧାନ ସହ ସମ୍ପାଦନ , ଶ୍ରୀ ଅଶ୍ୱିନୀ କୁମାର ସ୍ୱାଇଁ କେନ୍ଦ୍ରୀୟ କାର୍ୟକାରୀ ସଦସ୍ୟ , ଶ୍ରୀ ଶିଶିର କୁମାର ସାହୁ କୋଷାଧକ୍ଷ ଭାବେ ନିର୍ବାଚିତ ହୋଇଥିଲେ ।
ଏହି ସଭାରେ ସଂସ୍ଥାରେ କାର୍ଯ୍ୟ କରୁଥିବା ଅସ୍ଥାୟୀ କର୍ମଚାରୀ ମାନଙ୍କର ସମସ୍ୟା ଏକ ମୁଖ୍ୟ ବିଷୟ ବସ୍ତୁ ରୁପେ ଆଲୋଚନା ହୋଇଥିଲା ତା ସହ ସଂଘର ଆଗାମୀ ପଦକ୍ଷେପ ଗୁଡିକ ବିଷୟରେ ସଭାପତି ସମସ୍ତ ସଭ୍ୟଙ୍କୁ ଅବଗତ କରାଇ ଥିଲେ ।