Odisha News

ଖୁସି ଖବର: ମା’ ହେବେ ଆଲିଆ ଭଟ୍ଟ

ଉୁମ୍ବାଇ,୨୭/୬: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ମା’ ହେବାକୁ ଜାଉଛନ୍ତି । ସୋମବାର ଦିନ ସୋସିଆଲ ମିଡିଆରେ ଏହି ଖୁସି ଖବର ଦେଇଛନ୍ତି ଆଲିଆ ଭଟ୍ଟ । ଆଲିଆ ସୋସିଆଲ ମିଡିଆରେ ତାଙ୍କର ଅଲଟ୍ରାସାଉଣ୍ଡର ଫଟୋ ସେୟାର କରିଛନ୍ତି ଯେଉଁଥିରେ ତାଙ୍କ ସ୍ୱାମୀ ରଣବୀର କାପୁର ଆଲିଆଙ୍କ ପାଖରେ ବସିଛନ୍ତି ।

ଫଟୋରେ ରନବୀର ଓ ଆଲିଆ ଖବ୍ ଖୁସି ଥିବା ଦେଖିବାକୁ ମିଳିଛି । ଆଲିଆ ସେୟାର କରିଥିବା ଫଟୋରେ ଲେଖିଛନ୍ତି “ ଆମ ସନ୍ତାନ ଶିଘ୍ର ଆସିବ” ।
ଖୁବଶୀଘ୍ର ଫ୍ୟାନ୍ସଙ୍କୁ ଗୁଡ ନ୍ୟୁଜ୍ ଦେବାକୁ ଯାଉଛନ୍ତି ରଣବୀର କପ୍ପୁର ଓ ଆଲିଆ ଅର୍ଥାତ୍ ରାଲିଆ ଯୋଡି । ବିବାହର ଦୁଇମାସ ପରେ ବଲିଉଡ ତାରକା ରଣବୀର କପୁର ଏବଂ ଆଲିଆ ଭଟ୍ଟ ପ୍ରଶଂସକଙ୍କ ସହ ଏହି ଖୁସି ଖବର ବାଣ୍ଟିଛନ୍ତି । ସୋସିଆଲ ମିଡିଆରେ ଏକ ସ୍ୱତନ୍ତ୍ର ପୋଷ୍ଟ କରି ଆଲିଆ ଭଟ୍ଟ ଲେଖିଛନ୍ତି ଆମେ ଖୁବଶୀଘ୍ର ଦୁଇରୁ ତିନି ହେବାକୁ ଯାଉଛୁ ।
ଯଦିଓ ଏହି ଖବର ଫ୍ୟାନ୍ସଙ୍କୁ ଟିକେ ଚକିତ କରିଛି କିନ୍ତୁ ବଲିଉଡ଼ର ଏହି ତାରକାଙ୍କୁ ସବୁଆଡୁ ସୁଭେଚ୍ଛାର ସୁଅ ଛୁଟିଛି ।

Related Posts

Seo wordpress plugin by www.seowizard.org.