Odisha News

କରୋନାରୁ ବଞ୍ଚାଉଥିବା ହ୍ୟାଣ୍ଡ ସାନିଟାଇଜରରୁ ରହିଛି କ୍ୟାନ୍ସର ବିପଦ !

ନୂଆଦିଲ୍ଲୀ,୯/୧୧: ସାନିଟାଇଜର ବ୍ୟବହାର କରୁଥିଲେ ସାବଧାନ ହୋଇଯାଆନ୍ତୁ । ନହେଲେ କ୍ୟନ୍ସସର ଭଳି ଦୋରା ରୋଗ୍ୟର ଶୀକାର ହେରାଇପାରନ୍ତି । ଡ୍ରାଇ ସାମ୍ପୁ ପରେ ଏବେ ହ୍ୟାଣ୍ଡ୍ ସାନିଟାଇଜରରେ ମଧ୍ୟ କ୍ୟାନ୍ସର ସୃଷ୍ଟି କରୁଥିବା ବିପଦପୂର୍ଣ୍ଣ କେମିକାଲ ମିଳିଛି। ଏହାକୁ ଦୃଷ୍ଟିରେ ରଖି ଆମେରିକାରେ ପ୍ରାୟ ୨୦ ରୁ ଅଧିକ ହ୍ୟାଣ୍ଡ୍ ସାନିଟାଇଜର ବ୍ରାଣ୍ଡ୍ଙ୍କୁ ବଜାରରୁ ଫେରାଇ ନିଆଯାଇଛି ତଥା ପ୍ରତିବନ୍ଧକ ଲଗାଯାଇଛି। ଚୀନ, ଦକ୍ଷିଣ କୋରିଆ ଏବଂ ଆମେରିକାରେ ପ୍ରସ୍ତୁତ ସାନିଟାଇଜରର ଫେରସ୍ତ ନିଆଯାଇଛି। ଏହାର ଜେଲ୍ ଏବଂ ସ୍ପ୍ରେ ଉଭୟରେ ବେଞ୍ଜିନର ମାତ୍ରା ବିପଦପୂର୍ଣ୍ଣ ସ୍ତରରେ ମିଳିଛି। ବେଞ୍ଜିନରେ ଲ୍ୟୁକେମିୟା କ୍ୟାନ୍ସର ହେବାର ବିପଦ ରହିଥାଏ।
ସମୁଦାୟ ୨୧ ବ୍ରାଣ୍ଡ୍ର ହ୍ୟାଣ୍ଡ୍ ସାନିଟାଇଜରକୁ ବଜାରରୁ ହଟାଯାଇଛି। ସାନିଟାଇଜରକୁ ଯେତେବେଳେ ହାତରେ ଲଗାଯାଇଥାଏ ସେତେବେଳେ ସେଥିରେ ଥିବା ବିପଜ୍ଜନକ ବେଞ୍ଜିନ୍ ତ୍ବଚା ମାଧ୍ୟମରେ ଶରୀରକୁ ଯାଇଥାଏ। ଯେହେତୁ ଏହି ସବୁ ସାନିଟାଇଜରରେ ବେଞ୍ଜିନ୍ ମାତ୍ରା ଅଧିକ ରହିଛି। ଏମିତିରେ ଲୋକଙ୍କୁ କ୍ୟାନ୍ସର ବିପଦ ବଢ଼ିପାରେ। କିଛି ବିଦେଶୀ ସାନିଟାଇଜର ଉପରେ ସଂପୂର୍ଣ୍ଣ ଭାବରେ ପ୍ରତିବନ୍ଧକ ଲଗାଯାଇଛି। ଅନେକ ହ୍ୟାଣ୍ଡ୍ ସାନିଟାଇଜରରେ ବେଞ୍ଜିନ୍ରେ ମାତ୍ରା ନିର୍ଦ୍ଦାରିତ ସୀମାଠାରୁ ଅଧିକ ରହିଥିଲା।
କରୋନା ମହାମାରୀ ସମୟରେ ସମଗ୍ର ଦୁନିଆରେ ସାନିଟାଇଜରର ବେଶ୍ ବ୍ୟବହାର ହୋଇଥିଲା। ଏବେ ପ୍ରାୟ ତିନି ବର୍ଷ ପରେ ଏହା ଜଣାପଡ଼ିଛି ଏଥିରେ ବେଞ୍ଜିନ୍ ସ୍ତର ଅଧିକ ରହିଛି। ବିଶେଷଜ୍ଞ କହିଛନ୍ତି ଯେ ସାନିଟାଇଜରରେ ବେଞ୍ଜିନରୁ ତିଆରି ହୋଇଥିବା ଏକ ରସାୟନର ବ୍ୟବହାର କରାଯାଇଥାଏ। ଏଥିରେ କାର୍ସିନୋଜେନ୍ର ମାତ୍ରାରେ ରହିପାରେ। ଅବଶ୍ୟ ଆମେରିକା ଏହି ସାନିଟାଇଜର କୌଣସି ପାର୍ଶ୍ବ ପ୍ରତିକ୍ରିୟା ନେଇ କୌଣସି ସୂଚନା ମିଳିନାହିଁ।
ଉଲ୍ଲେଖଯୋଗ୍ୟ, ନିକଟରେ ଅନେକ କମ୍ପାନୀମାନେ ପ୍ରସ୍ତୁତ କରୁଥିବା ଡ୍ରାଏ ସାମ୍ପୁରେ ବେଞ୍ଜିନ୍ ସ୍ତର ଅତ୍ୟଧିକ ରହିଥିଲା। ଏହା ଯୋଗୁଁ ୟୁନିଲିଭର ଏହାର ଉତ୍ପାଦକୁ ବଜାରରୁ ଫେରାଇଥିଲା। ଏକ ପରୀକ୍ଷଣରେ ଡ୍ରାଏ ସାମ୍ପୁର ୩୪ ବ୍ରାଣ୍ଡ୍ ର ୧୪୮ ଉତ୍ପାଦ ଉପରେ ପରୀକ୍ଷା କରିଥିଲେ। ଯେଉଁଥିରେ ଜଣାପଡ଼ିଥିଲେ ଯେ, ଏଥିରେ ୭୦ ପ୍ରତିଶତ ବେଞ୍ଜିନ୍ ରହିଛି। ଏହି କେମିକାଲ୍ ଲ୍ୟୁକେମିୟା ଭଳି କ୍ୟାନ୍ସର ହୋଇପାରେ। ରସର୍ଚ୍ଚରେ କୁହାଯାଇଛି ଯେ ଡ୍ରାଏ ସାମ୍ପୁ ବେଞ୍ଜିନ୍ କେଶକୁ ତାଜା କରିବା ପାଇଁ ବ୍ୟବହାର କରାଯାଇଥାଏ। ଅବଶ୍ୟ ଏହାର ପାର୍ଶ୍ବପ୍ରତିକ୍ରିୟା ମଧ୍ୟ ରହିଛି।

Related Posts

Seo wordpress plugin by www.seowizard.org.