Odisha News

କନ୍ଧମାଳ ର ନୂତନ ଜିଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଦାୟିତ୍ୱ ଗ୍ରହଣ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ, ୨୨/୬: କନ୍ଧମାଳ ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବେ ଆଶିଷ ଈଶ୍ୱର ପାଟିଲ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି ।
ସେ ପୂର୍ବରୁ ଥିବା ଜିଲାପାଳ ଡା. ଵୃନ୍ଦା ଡି ଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ।
ବୃନ୍ଦା ଡି ଙ୍କୁ ଓ ଏସଏମସିଏଲ, ଭୁବେନଶ୍ୱର କୁ ବଦଳି ହୋଇଛି ।
ଆଶିଷ ଈଶ୍ୱର ପାଟିଲ ଏଥି ପୂର୍ବରୁ ବାଲେଶ୍ୱର ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ । ଦାୟିତ୍ୱ ଗ୍ରହଣ କରିବା ପରେ ଜ଼ିଲ୍ଲାପାଳ ପାଟିଲ ଙ୍କୁ ପଚାରିବାରେ ଜିଲାର ଜନସାଧାରଣ ଙ୍କ ସର୍ବାଙ୍ଗୀନ ଉନ୍ନତି ପ୍ରତିଦୃଷ୍ଟି ଦେବେ ବୋଲି କହିଛନ୍ତି ।
ଲୋକଙ୍କ ସମସ୍ୟା ପ୍ରତି ଅଗ୍ରାଧିକାର ଭିତ୍ତି ରେ ଦୃଷ୍ଟି ଦେବେ ବୋଲି ଆହୁରି କହିଥିଲେ କ୍ଷ ଆଜି ଦାୟିତ୍ୱ ଗ୍ରହଣ କରିବା ପରେ କନ୍ଧମାଳ ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ଭେଟି ସ୍ଵାଗତ ସମ୍ବର୍ଧନା ଜଣାଇବା ସହ ଜିଲାର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ କ୍ଷ ଜିଲାପାଳ ପାଟିଲ ଗଣ ମାଧ୍ୟମ ର ଆନ୍ତରିକ ସହଯୋଗ କାମନା କରିଥିଲେ ।

Related Posts

Seo wordpress plugin by www.seowizard.org.