Odisha News

କନ୍ଧମାଳ : ଭାରସାମ୍ୟ ହରାଇ କାର ଦୁର୍ଘଟଣା , ଚାଳକ ମୃତ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୪/୩: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ. ଉଦୟଗିରି ବ୍ଲକର ମାଲିକାପଡ଼ି ପଞ୍ଚାୟତ ଅନ୍ତର୍ଗତ ବତିଙ୍ଗିଆ କାମ୍ବିନାଯୁ ରେ ଏକ କାର ନଂ.ଙଜ-୦୨-ଇଗ-୦୦୧୧ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି । କାର ଚାଳକ ମହମ୍ମଦ ପୂରଖାନ ଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ଡ଼ଃ ଅଶୋକ କୁମାର ପ୍ରଧାନ ସୂଚନା ଦେଇଅଛନ୍ତି ।
ଏହି କାର ରେ ବସିଥିବା ଅନ୍ୟ ତିନି ଜଣ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଏନେଇ ଘୁ.ଉଦୟଗିରି ଥାନାରେ କେଶ ନଂ.୪୨/୨୨ ରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଅବ୍ୟାହତ ରହିଛି ।
ମୃତ ମହମ୍ମଦ ପୂରଖାନ ଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ତାଙ୍କ ମରଶରୀର ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଦୁର୍ଘଟଣା ସମ୍ପର୍କରେ ଛାନ ଭିନ କରୁଥିବା ବିଷୟ ପୋଲିସ ଏସ. ଆଇ.ବିନୟ ମହାରଣା ସୂଚନା ଦେଇଛନ୍ତି ।

Related Posts

Seo wordpress plugin by www.seowizard.org.