Odisha News

କନ୍ଧମାଳ-ବୌଦ୍ଧ ସୀମାନ୍ତ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର , ୨ ମହିଳା ମାଓବାଦୀ ନିହତ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ,୬/୧୨: କନ୍ଧମାଳ-ବୌଦ୍ଧ ଜିଲ୍ଲା ସୀମାନ୍ତ ଗୋଛାପଡ଼ା ଥାନା ଅଞ୍ଚଳରେ ମଙ୍ଗଳବାର ଏସ୍ଓଜି-ଡିଭିଏଫ୍ ଯବାନଙ୍କ କମ୍ବିଂ ଅପରେସନ ବେଳେ ଏନ୍କାଉଣ୍ଟରରେ ୨ ଜଣ ମହିଳା ମାଓବାଦୀଙ୍କର ମୃତ୍ୟୁ ହୋଇଥିବା
ସୂଚନା ମିଳିଛି। ସୁରକ୍ଷାକର୍ମୀମାନେ ଗୋଛାପଡ଼ା-କଣ୍ଟାମାଳ ଥାନା ଅନ୍ତର୍ଗତ ଘଞ୍ଚ ଜଙ୍ଗଲରେ ଥିବା ମାଓ କ୍ୟାମ୍ପକୁ ଧ୍ବସ୍ତ କରିବା ସହ ଉଭୟ ପକ୍ଷରୁ ଗୁଳି ବିନିମୟ ଜାରି ରହିଛି।
ଗୋଛାପଡ଼ା ଥାନା ଅନ୍ତର୍ଗତ ମାଲାକେରି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଉଦ୍ଧାର କରିଛି।ସୂଚନାଯୋଗ୍ୟ, ମାଓବାଦୀଙ୍କ ପିଏଲ୍ଜିଏ ସପ୍ତାହ ଚାଲିଥିବାରୁ ମାଓବାଦୀ ନିଶ୍ଚୟ କିଛି ଅଘଟଣ ଘଟାଇବାର ସମ୍ଭାବନା ରହିଛି।
ଏହାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ କନ୍ଧମାଳ-ବୌଦ୍ଧ ଜିଲ୍ଲା ସୀମାନ୍ତ ଜଙ୍ଗଲରେ କମ୍ବିଂ ଅପେରସନ ଜାରି ରହିଥିବାବେଳେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷରୁ ଗୁଳି ବିନିମୟ ବେଳେ ଭୀଷଣ ଶବ୍ଦ ହେଉଥିବା କଥା ସ୍ଥାନୀୟ ଅଞ୍ଚଳବାସୀଙ୍କଠାରୁ ସୂଚନା ମିଳିଛି। ତେବେ ପୁଲିସ-ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟ କଥାକୁ କନ୍ଧମାଳ ଏସ୍ପି ବିନୀତ ଅଗ୍ରୱାଲ ସ୍ବୀକାର କରିଛନ୍ତି।
ଗୋଛାପଡ଼ା ଥାନା ଅନ୍ତର୍ଗତ ଘଞ୍ଚ ଜଙ୍ଗଲରେ କମ୍ବିଂ ଅପରେସନ ଜାରି ରହିଛି ବୋଲି ଶ୍ରୀ ଅଗ୍ରୱାଲ କହିଛନ୍ତି। ମାତ୍ର, ଏହି ଘଟଣାରେ କେତେଜଣ ମାଓବାଦୀ ନିପାତ ହୋଇଛନ୍ତି କିମ୍ବା କେତେଜଣ ସୁରକ୍ଷା କର୍ମୀ ମୃତାହତ ହୋଇଛନ୍ତି ସେ ସମ୍ପର୍କରେ ଏସ୍ପି କିଛି କହିନାହାନ୍ତି।
କନ୍ଧମାଳ : ଟାୟାର ଦୋକାନରେ ନିଆଁ: ଅଳ୍ପକେ ବର୍ତ୍ତିଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
ବାଲିଗୁଡ଼ା, ୬/୧୨: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଗୁଣ୍ଡିଚା ମନ୍ଦିର ନିକଟସ୍ଥ କେରଳି ଟାୟାର ଦୋକାନରେ ନିଆଁ। ଅଳ୍ପକେ ବର୍ତ୍ତିଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି। ସୋମବାର ମଧ୍ୟରାତ୍ରରେ ଦୋକାନ ବନ୍ଦ ଥିବା ବେଳେ କେହି ଦୁର୍ବୃତ୍ତ ବାରଣ୍ଡାରେ ଟାୟାର ରଖି ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି।
ସୂଚନା ପ୍ରକାରେ ସୋମବାର ରାତିରେ ଦୋକାନ ବନ୍ଦ କରି ଘରକୁ ଯିବାପରେ ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଦୋକାନ ବାରଣ୍ଡାରେ କିଛି ଗାଡ଼ି ଟାୟାର ରଖି ସେଥିରେ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି।
ମଙ୍ଗଳବାର ସକାଳୁ ଦୋକାନ ମାଲିକ ସୁରେଶ ଚନ୍ଦ୍ର ପିଲାଇ ଖୋଲିବାକୁ ଆସିବା ପରେ ଦୋକାନ ବାରଣ୍ଡାରେ କିଛି ଟାୟାର ଜଳିଥିବା ଦେଖି ବାଲିଗୁଡ଼ା ପୋଲିସ୍ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ପହଁଚି ନିଆଁ ଲାଭାଇଥିବା ବେଳେ ବାଲିଗୁଡ଼ା ଏସଡିପିଓ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

Related Posts

Seo wordpress plugin by www.seowizard.org.