Odisha News

କଂଗ୍ରେସ ଛାଡ଼ିଲେ ବରିଷ୍ଠ ନେତା ସତ୍ୟ ପ୍ରକାଶ ନାୟକ

ଭୁବନେଶ୍ୱର,୧୭/୧: କଂଗ୍ରେସ ଛାଡ଼ିଲେ ବରିଷ୍ଠ ନେତା ସତ୍ୟ ପ୍ରକାଶ ନାୟକ । ବାରମ୍ବାର ଦଳରେ କୋଣଠେସାର ଶିକାର ହେବା ପରେ ଶେଷରେ ସେ କଂଗ୍ରେସ ଛାଡ଼ିଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପାଖକୁ ସେ ତାଙ୍କ ଇସ୍ତଫାପତ୍ର ପଠାଇଛନ୍ତି।
ଇସ୍ତଫା ପତ୍ରରେ ଦଳୀୟ ନେତୃବୃନ୍ଦଙ୍କୁ ଟାର୍ଗେଟ କରିବା ସହ ଦଳରେ କନ୍ଦଳ ଭରି ରହିଥିବା ସେ ଲେଖିଛନ୍ତି। ସେ ଆହୁରି ଲେଖିଛନ୍ତି ଯେ, ରାଜ୍ୟ କଂଗ୍ରେସ ସହ କେଉଁ ବର୍ଗର ଲୋକ ଅଛନ୍ତି, ତାକୁ ନେଇ ଲୋକେ ପ୍ରଶ୍ନ କରୁଛନ୍ତି। କୃଷକ, ଦଳିତ, ଓବିସି, ମହିଳା, ଯୁବକ କେହି ବି କଂଗ୍ରେସ ସହ ନାହାନ୍ତି। ୯ରୁ ୯୦ ସ୍ଲୋଗାନ୍ କେବଳ ସ୍ଲେଗାନରେ ସୀମିତ ରହିଯାଇଛି।
ଗତ ଏଆଇସିସି ନିର୍ବାଚନ ବେଳେ ପିସିସି ତାଲିକାରେ ନାଁ ନଥିବାରୁ ଭୋଟ ଦେଇପାରିନଥିଲେ ସତ୍ୟ। ସେଦିନଠୁ ସେ ଅସନ୍ତୁଷ୍ଟ ହୋଇ ମିଡିଆ ସେଲ ଅଧ୍ୟକ୍ଷ ପଦ ଛାଡି ଦେଇଥିଲେ।

Related Posts

Seo wordpress plugin by www.seowizard.org.