ଓଡ଼ିଶା ଉପରେ ପ୍ରଭାବ ପକାଇବନି ଅସାନ, ପୁଣି ଫେରିବ ତାତି
ଭୁବନେଶ୍ୱର,୧୨/୩: ଦୁର୍ବଳ ହେବାରେ ଲାଗିଛି ବତ୍ୟା ଅସାନି । ଏହା ସମୁଦ୍ର ଭିିତରକୁ ପଶି ଆହୁରି ଦୁର୍ବଳ ହୋଇଯିବ । ବତ୍ୟାର ପ୍ର୍ରଭାବ ଓଡ଼ିଶା ଉପରେ ଆଉ ପଡିବନି । ତଥାପି ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ୟ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବା ବାରଣ କରାଯାଇଛି। ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।
ଗୁରୁବାର ଦିନ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ମାତ୍ର ଆଜିର ବର୍ଷା ସହ ବାତ୍ୟାର କୌଣସି ସମ୍ପର୍କ ନାହିଁ। ସମସ୍ତ ବନ୍ଦର ଗୁଡ଼ିକରୁ ବିପଦ ସଙ୍କେତ ପ୍ରତ୍ୟାହାର କରାଯାଇଛି। ଆଗୁଆ ମୌସୁମୀ ଆସିବା ନେଇ କୌଣସି ଆକଳନ ହୋଇନି ବୋଲି ଼ଉମାଶଙ୍କର ଦାସ କହିଛନ୍ତି।
ଆନ୍ଧ୍ରଉପକୂଳ ଦେଇ ଗତି କରୁଛି ‘ଅସାନି’। ଏହା ମଚ୍ଛଲିପଟ୍ଟନମ୍ରୁ ନରସପୁର ମଧ୍ୟରେ ଅତିକ୍ରମ କରୁଛି। ଏବେ ଏହା ସମୁଦ୍ର ମଧ୍ୟରେ ହିଁ ରହିବ। ଏହାପରେ ଦୁର୍ବଳ ହୋଇ ଅବପାତରେ ପରିଣତ ହେବ ଏବଂ ବଙ୍ଗୋପସାଗରରେ ହିଁ ଗତି କରିବ।