Odisha News

ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ: ୪୬ ମୃତ, ୭୦୦ ଆହତ

ଜାକାର୍ତ୍ତା, ୨୧/୧୧ : ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ର ଇଣ୍ଡୋନେସିଆର ପଶ୍ଚିମ ଜାଭାରେ ସୋମବାରଦିନ ଏକ ୫.୭ ତୀବ୍ରତାର ଏକ ଭୂମିକମ୍ପ ଆସିଛି । ଗତ ୪ ଦିନ ମଧ୍ୟରେ ଏହା ହେଉଛି ୨ୟ ଭୂମିକମ୍ପ ।
କିନ୍ତୁ ଶୁକ୍ରବାର ସୁମାତ୍ରାରେ ଆସିଥିବା ଭୂମିକମ୍ପ ତୁଳନାରେ ଆଜି (ସୋମବାର) ଆସିଥିବା ଭୂମିକମ୍ପର ତୀବ୍ରତା କମ ଥିଲେ ବି ଏଥିରେ ଅଧିକ ଲୋକ ମୃତାହତ ହୋଇଛନ୍ତି ।
ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମର ସର୍ବଶେଷ ରିପୋର୍ଟ ଅନୁସାରେ ଏପର‌୍ୟ୍ୟନ୍ତ ୪୬ ଲୋକ ମୃତ୍ୟୁବରଣ କରିଥିବାବେଳେ ୭୦୦ ଶହ ଲୋକ ଆହତ ହୋଇଛନ୍ତି । ଅନେକ ଲୋକ ଧ୍ବଂସସ୍ତୁପ ତଳେ ଚାପିହୋଇ ରହିଥିବାରୁ ଆଗକୁ ମୃତାହତ ସଂଖ୍ୟା ବଢିବାର ଆଶଙ୍କା ରହିଛି ।
ଇୟଗ୍ଦ ଭଚ୍ଚ
ଆମେରିକୀୟ ଭୂତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥାର ରିପୋର୍ଟ ଅନୁସାରେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା ପଶ୍ଚିମ ଜାଭାର ସିଆନଜୁର ଅଂଚଳ ।

Related Posts

Seo wordpress plugin by www.seowizard.org.