Home Posts tagged train accidents
Odisha News
ଆନ୍ଧ୍ରପ୍ରଦେଶ,୩୦/୧୦ : ଆନ୍ଧ୍ରପ୍ରଦେଶର କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍ ମଧ୍ୟରେ ଗତ ରାତିରେ ଘଟିଥିବା ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୧୪ ଛୁଇଁଛି। ମୃତକଙ୍କ ମଧ୍ୟରେ ୨ଜଣ ରେଳ କର୍ମଚାରୀ ଅଛନ୍ତି ।ସେମାନଙ୍କ ମଧ୍ୟରେ ବିଶାଖାପାଟଣା-ରାୟଗଡାର ଲୋକୋ ପାଇଲଟ୍ ଓ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନର ଗାର୍ଡଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି।ଏହି ଦୁର୍ଘଟଣାରେ ୫୦ରୁ ଊର୍ଦ୍ଧ୍ୱ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮ଜଣଙ୍କ Continue Reading
Odisha News
ପଶ୍ଚିମବଙ୍ଗ,୨୫/୬: ଶନିବାର ରାତି ପ୍ରାୟ ୪ଟା ବେଳେ ପଶ୍ଚିମବଙ୍ଗର ବାଙ୍କୁଡ଼ା ନିକଟରେ ୨ଟି ମାଲବାହୀ ଟ୍ରେନ୍ ମଧ୍ୟରେ ଧକ୍କା ହେବାରୁ କେତେଗୁଡ଼ିଏ ୱାଗନ୍ ଧାରଣାଚ୍ୟୁତ ହୋଇଥିବା କଥା ରେଳବାଇ ଅଧିକାରୀମାନେ କହିଛନ୍ତି।ସଂଗୃହୀତ ସୂଚନା ଅନୁସାରେ, ଓନ୍ଦାଗ୍ରାମ ବା ଓନ୍ଦା ଷ୍ଟେସନ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ଗୋଟାଏ ମାଲ୍ବାହୀ ଟ୍ରେନ୍ ଅନ୍ୟ ଗୋଟାଏ ମାଲ୍ବାହୀ ଟ୍ରେନ୍ର ପଛରେ ଧକ୍କାଖାଇବାରୁ ୧୨ଟି ୱାଗନ୍ ଧାରଣାରୁ ବାହାରି ଯାଇଛି।ଏହି ଦୁର୍ଘଟଣାରେ Continue Reading
Odisha News
ବାଲେଶ୍ୱର,୩/୬ : ବାଲେଶ୍ୱର ଟ୍ରେନ ଟ୍ରାଜେଡିକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ କରାଯାଉଥିବା ବେଳେ ୨୪ ଘଣ୍ଟା ନ ପୁରୁଣୁ ପ୍ରାଥମିକ ରିପୋର୍ଟ ସାମ୍ନାକୁ ଆସିଛି। ମିଳିତ ତଦନ୍ତକାରୀ ଟିମ ତା’ର ପ୍ରାଥମିକ ରିପୋର୍ଟରେ ସିଗ୍ନାଲ ଫେଲ ଯୋଗୁ ଏତେ ବଡ଼ ଘଟଣା ଘଟିଥିବା କହିଛି।ରିପୋର୍ଟରେ କୁହାଯାଇଛି ଯେ ମୁଖ୍ୟ ଲାଇନ ୧୨୮୪୧ ପାଇଁ କରମଣ୍ଡଳ ଏକ୍ସପ୍ରେସକୁ ସିଗ୍ନାଲ ଦିଆଯାଇଥିଲା। ତେବେ ହଠାତ୍ ଏହାକୁ ଏହାକୁ ହଟାଇ ଦିଆଯାଇଥିଲା। କିନ୍ତୁ ସେତେବେଳକୁ ଟ୍ରେନଟି ଗୋଟିଏ Continue Reading
Odisha News
ବାହାନଗା/ବାଲେଶ୍ବର,୩/୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସନ୍ଧ୍ୟାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଟ୍ରେନଯାତ୍ରୀଙ୍କୁ ଭେଟିଛନ୍ତି। ଆହତ ବ୍ୟକ୍ତି ଓ ସେମାନଙ୍କର ସଂପର୍କୀୟଙ୍କ ସହିତ କଥା ହୋଇ ସେମାନଙ୍କର ସ୍ବାସ୍ଥ୍ୟ ଅବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି। ଡାକ୍ତରଖାନାରେ ଚିକିତ୍ସା ବ୍ୟବସ୍ଥା କେମିତି ଦିଆଯାଉଛି ସେ ନେଇ ମୋଦୀ ସମୀକ୍ଷା କରିଛନ୍ତି। ଅଧିକାଂଶ ଚିକିତ୍ସାଧୀନ Continue Reading
Odisha News
ବାଲେଶ୍ୱର, ୩/୬: ଗତକାଲି ରାତିରେ ବାଲେଶ୍ୱରର ବାହାନଗା ନିକଟରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଥିବା ବେଳେ ଆଜି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ। ଏଥିସହ ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ପାଇଁ ଗଭୀର ଶୋକ ପ୍ରକାଶ କରି ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ ବୋଲି ଦାବି କରିଛନ୍ତି।ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ନିଜ ରାଜ୍ୟର ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି। କ’ଣ Continue Reading
Odisha News
ବାଲେଶ୍ୱର,୩/୬ : ବାଲେଶ୍ୱର ବାହାନଗାରେ ଗତ ରାତିରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୮୦ରେ ପହଞ୍ଚିଲାଣି। ଏଥିସହ ୯ଶହରୁ ଅଧିକ ଗୁରୁତର ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ଅଗ୍ନିଶମ ଡିଜି ସୁଧାଂଶଉ ଷଢଙ୍ଗୀ । ଜାତୀୟ ଗଣମାଧ୍ୟମ ସଂସ୍ଥା ଇଣ୍ଡିଆ ଟୁଡେକୁ ଦେଇଥିବା ସାକ୍ଷାତକାରରେ ସେ ଏପରି କହିଛନ୍ତି।ଗତକାଲି ରାତିରେ ଘଟିଥିବା ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୀର୍ଘ ୧୪ ଘଣ୍ଟା Continue Reading
Odisha News
ଢେଙ୍କାନାଳ,୨୨/୩: ମେଡିସିନ୍ ପାଇଁ ଯାଉଥିବା ମହିଳାଙ୍କ ଉପରେ ମାଡ଼ିଗଲା ଟ୍ରେନ୍। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଅନୁଗୁଳ-ସୁକିନ୍ଦା ନୂତନ ରେଳପଥରେ ଏହି ଦୁର୍ଘଟଣା ଘଟିଛି। ମୃତ ମହିଳା ଜଣଙ୍କ ହେଲେ କାମାକ୍ଷାନଗର ଥାନା ପଥରଖମ୍ବ ଗାଁର ବନିତା ବିଶ୍ୱାଳ। ବିନିତାଙ୍କୁ ୪୦ବର୍ଷ ହୋଇଥିଲା।ବିନିତାଙ୍କ ଦେହ ଅସୁସ୍ଥ ଥିଲା। ସେଥିପାଇଁ ଆଜି ସକାଳେ ପାଖ ଗାଁରେ ଥିବା ମେଡିସିନ୍ ଦୋକାନକୁ ଔଷଧ ପାଇଁ ଯାଉଥିଲେ। ବାଟରେ ଟ୍ରେନ୍ ଲାଇନ ପାର Continue Reading
Odisha News
ମୁମ୍ବାଇ, ୧୬/୪: ମହାରାଷ୍ଟ୍ରରେ ଗଡଗ ଏକ୍ସପ୍ରେସ୍ ଏବଂ ପୁଡୁଚେରୀ ଏକ୍ସପ୍ରେସ୍ ଟ୍ରେନ୍ ମଧ୍ୟରେ ଦୁର୍ଘଟଣା ହୋଇଛି ।ଦାଦର ଏବଂ ମଟୁଗାଁ ମଧ୍ୟରେ ଟ୍ରାକ୍ ବଦଳାଇବା ବେଳେ ଏହି ଦୁଇ ଟ୍ରେନ୍ ସାମ୍ନାସାମ୍ନି ହୋଇଥିଲେ । ଉଭୟ ଟ୍ରେନ୍ର ବଗିଗୁଡିକ ନିଜ ନିଜ ମଧ୍ୟରେ ପିଟି ହେବା ଯୋଗୁଁ ଓଭର ହେଡ୍ ଓ୍ବେୟାର ଭାଙ୍ଗି ଯାଇଥିଲା । ଫଳରେ ପ୍ରଚଣ୍ଡ ଶବ୍ଦ ମଧ୍ୟ ଶୁଣିବାକୁ ମିଳିଥିଲା ।ଉଭୟ ଟ୍ରେନ୍ ସାମ୍ନାସାମ୍ନି ହେବା ବେଳେ ଟ୍ରେନ୍ର ବେଗ ବହୁତ କମ୍ […]Continue Reading
Odisha News
ବିଶାଖାପାଟଣା, ୧୨/୪: ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା କୋଣାର୍କ ଏକ୍ସପ୍ରେସ୍ ଧକ୍କାରେ ଲିଭିଗଲା ୭ ଜୀବନ ଦୀପ ।ଗତକାଲି ବିଳମ୍ବିତ ରାତିରେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ ଜିଲ୍ଲାର ଚିପୁରୁପାଲି ଷ୍ଟେସନ୍ ନିକଟରେ ଘଟିଛି ଏହି ଭୟାବହ ଦୁର୍ଘଟଣା। ରାତିର ଅନ୍ଧକାର ମଧ୍ୟରେ ଲୌହ ଦାନବ ନେଇଗଲା ୭ ଜୀବନ ।ସୂଚନା ଅନୁଯାୟୀ, କୋଏମ୍ବାଟୁର-ସିଲଚର ଏକ୍ସପ୍ରେସ ଟ୍ରେନ୍ ଗୌହାଟି ଅଭିମୁଖେ ଯାତ୍ରା କରୁଥିଲା। ସିଗାଡ଼ାମ-ଚିପୁରୁପଲ୍ଲୀ ଷ୍ଟେସନ ମଝିରେ ଇଞ୍ଜିନ ଖରାପ Continue Reading
Seo wordpress plugin by www.seowizard.org.