ତେଲକୋଇ,୯/୨: ବିଜେଡିରୁ ଇସ୍ତଫା ଦେଇଛନ୍ତି ତେଲକୋଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରେମାନନ୍ଦ ନାୟକ। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।ସେ ତାଙ୍କ ଇସ୍ତଫା ପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗ ଆଣି ପ୍ରେମାନନ୍ଦ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି।ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ ବିଜେଡିରୁ ଇସ୍ତଫା ଦେଇଥିଲେ। Continue Reading
ତେଲକୋଇ,୧୯/୧୧: କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଆକୁଳ ନୀଳାପଶି ସାହିରେ ଏକ ଛୁଆ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଛି। ହାତୀର ବୟସ ପାଖାପାଖି ୪ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।ସ୍ଥାନୀୟ ଲୋକେ ଆଜି ସକାଳେ ଶୌଚ ନିମନ୍ତେ ଯିବା ସମୟରେ ହାତୀ ମରିଥିବା ସୂଚନା ପାଇ ବନ ବିଭାଗକୁ ଖବର ଦେଇଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।ଘଟଣା ସ୍ଥଳରେ ବନ ବିଭାଗ କର୍ମଚାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।Continue Reading
ତେଲକୋଇ,୨୫/୫: କେନ୍ଦୁଝର ଜିଲ୍ଲା ତୋଲକୋଇ ବନାଞ୍ଚଳରେ ହାତୀ ଆକ୍ରମଣରେ ଆଜି ପୁଣି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ଜଣେ ୱାର୍ଡମେମ୍ବର ବୋଲି ଜଣାପଡିଛି।ସୂଚନା ମୁତାବକ ତେଲକୋଇ ବନାଞ୍ଚଳ ବନବିହାରୀପୁର ନୂଆଗାଁର ଉକ୍ତ ମହିଳା ଜଣକ ନିକଟସ୍ଥ ବଗିଚାକୁ ଆମ୍ବ ଗୋଟାଇବାକୁ ଯାଇଥିଲେ। ବଗିଚାରେ ଆମ୍ବ ଗୋଟାଉଥିବା ବେଳେ ଏକ ଦନ୍ତା ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଗତକାଲି ରାତିରେ ଝଡ଼ ତୋଫାନ ହୋଇଥିଲା ତେଣୁ ଭୋର ସମୟରୁ ମୃତ ଦ୍ରୋପଦୀ ଘର Continue Reading
ତେଲକୋଇ,୧୯/୨: ଆଠ କଳସ ଓ ସାତ ଦୀପକୁ ସାକ୍ଷୀ ରଖି ବିବାହ କରିବା ସମୟରେ ସ୍ତ୍ରୀକୁ ଦେଇଥିବା ପ୍ରତିଶ୍ରୁତି ସ୍ବାମୀ ଭୁଲି ଯାଇଛି। ସ୍ତ୍ରୀକୁ ନୃଶଂସ ଭାବେ ଟାଙ୍ଗିଆରେ ହାଣି ଥାନାରେ ଆତ୍ମସମର୍ପଣ କରିଛି ସ୍ବାମୀ। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ରଗଡା ଗ୍ରାମରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି। ଅଭିଯୁକ୍ତ ହେଲା ରଥିଆ ସେଠୀ।ସୂଚନା ଅନୁସାରେ ପାରିବାରିକ କହଳ ଓ ଯୌତୁକକୁ ନେଇ ରଥିଆ ସେଠୀ ଓ ତା ସ୍ତ୍ରୀ ସୁଲୋଚନା ବେହେରାଙ୍କ Continue Reading
ତେଲକୋଇ, ୭/୧୦: ଋଣ ଭାର ସହି ପାରିଲେ ନାହିଁ, ଶେଷରେ ଜୀବନ ହାରିଲେ ଟ୍ରକ ମାଲିକ। ଏପରି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଛାମୁଣ୍ଡା ଗ୍ରାମରେ।ସୂଚନା ଅନୁଯାୟୀ, ଛାମୁଣ୍ଡା ଗ୍ରାମର ସ୍ବର୍ଗତ ଦୁଃଖୀଶ୍ୟାମ ମହାକୁଡ଼ଙ୍କ ପୁଅ ମୁକୁନ୍ଦ ମହାକୁଡ଼ ରୋଜଗାର ପାଇଁ ସେ ଏକ ୧୨ଚକିଆ ଟ୍ରକ କିଣି ଚଳାଉଥିଲେ। ସବୁ ଠିକଠାକ ଥିଲା, କିନ୍ତୁ କିଛି ମାସ ହେଲାଣି ମାଇନ୍ସ ଚାଲୁ ନ ଥିବାରୁ ଟ୍ରକ ଚାଲି ପାରୁନଥିଲା। ଏହାଫଳରେ […]Continue Reading
ତେଲକୋଇ ୨୩/୭: ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ତେଲକୋଇ ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ଗାଁର ବୁଲୁ ମୁଣ୍ଡା । ଶୁକ୍ରବାର ବିଳମ୍ବିତ ରାତିରେ ବିଦ୍ୟୁତ ଟ୍ରାନ୍ସଫର୍ମରରେ ଫ୍ୟୁଜ ବାନ୍ଧିବା ବେଳେ ବିଦ୍ୟୁତ ଆଘାତ ଲାଗି ତାଙ୍କର ମୃତ୍ୟୁ ଘଟିଥିଲା।ସୂଚନାଯୋଗ୍ୟ ଯେ, ବୁଲୁ ମୁଣ୍ଡା ଗାଈ ଚରାଇ ସନ୍ଧ୍ୟା ସମୟରେ ଘରକୁ ଫେରିବା ପରେ କିଛି ଯୁବକଙ୍କ ସ ଟ୍ରାନ୍ସଫର୍ମରରେ ଉଡିଯାଇଥିବା ଫ୍ୟୁଜ ବାନ୍ଧିବା ପାଇଁ ବିଦ୍ୟୁତ ଖୁଣ୍ଟରେ ଚଢିଥିଲେ Continue Reading