Home Posts tagged nilagiri
Odisha News
ନୀଳଗିରି, ୧୭/୧୨ : ବାଇକକୁ ପିଟିଲା ଟ୍ରକ ଚାଲିଗଲା ଯୁବ ସାମ୍ବାଦିକଙ୍କ ଜୀବନ। ଶେରଗଡ ଝରଣଘାଟୀ ୧୯ ନଂ ରାଜ୍ୟ ରାଜପଥର ଭାଲୁକାଶୁଣୀ ଛକରେ ଘଟିଛି ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଯୁବକ ଜଣକ ସୋର ନିକଟସ୍ଥ ଦହିସଡ଼ା ଗ୍ରାମର ସଞ୍ଜୀବ ବେହେରା(୩୮) ବୋଲି ଜଣାପଡ଼ିଛି।ସଞ୍ଜୀବ ସୋରରୁ ଉଦଳା ଅଭିମୁଖେ ଯାଉଥିବା ସମୟରେ ଭାଲୁରାଶୁଣୀ ଛକନିକଟରେ ଅପର ପାର୍ଶ୍ବରୁ ଆସୁଥିବା ତେଲ ବୋଝେଇ ଟ୍ରକଟି ତାଙ୍କୁ ମୁହାଁମୁହିଁ ଧକ୍କା ଦେଇ ଖସିଯାଇଥିଲା।ହେଲେ ଖନ୍ତାପଡ଼ା ପୁଲିସ Continue Reading
Odisha News
ସୁଦାମ ପାତ୍ରଙ୍କ ରିପୋର୍ଟ ନୀଳଗିରି, ୧୪/୮ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ନୀଳଗିରି ଡେପୁଟି କଲେକ୍ଟର ପରୀକ୍ଷିତ ଜେନାଙ୍କ ଘରେ ଭିଜିଲାନ୍ସର ୧୨ ଜଣିଆ ଟିମ ଚଢ଼ଉ କରିଛି। ନୀଳଗିରି ବାଲିଗୋହିରୀ ଠାରେ ଶ୍ରୀ ଜେନା ରହୁଥିବା ଭଡ଼ାଘର ସମେତ ବିଭିନ୍ନ ସ୍ଥାନରେ ଚଢଉ ଚାଲିଥିବା ସୂଚନା ମିଳିଛି। ଏହାଛଡ଼ା ମୟୂରଭଞ୍ଜ ଜିଲ୍ଲାରେ ଥିବା ପୈତୃକ ଘରେ ବି ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଉଛି।ଭିଜିଲାନ୍ସ ଏସପି ନରହରି ନାୟକଙ୍କ ସୂଚନା ଅନୁଯାୟୀ, Continue Reading
Odisha News
ନୀଳଗିରି, ୨୫/୬: ଶୌଚ କରିବାକୁ ଆସି ଗଲା ଜୀବନ। ୬୧ ବର୍ଷୀୟ ବୃଦ୍ଧାଙ୍କୁ ଶୁଣ୍ଢରେ କଚାଡ଼ି ମାରିଲା କୁଳଡିହା ହାତୀ। ବିଳମ୍ବିତ ରାତିରେ ହାତୀ ଉପଦ୍ରବ। ନୀଳଗିରି ଥାନା ଅଧୀନ ସନ୍ତରଗଡିଆ ପଞ୍ଚାୟତ ଶ୍ରୀଦେଇପୁର ଗ୍ରାମରେ ଘଟିଛି ଏଭଳି ଘଟଣା। ମୃତକ ଜଣକ ଉକ୍ତ ଗ୍ରାମର ପୁର୍ଣ୍ଣଚନ୍ଦ୍ର ଦେହୁରୀଙ୍କ ସ୍ତ୍ରୀ ପୁଣ୍ଟି ଦେହୁରୀ ବୋଲି ଜଣାପଡିଛି।ସୂଚନା ଅନୁଯାୟୀ ଭୋର ସମୟରେ ପୁଣ୍ଟି ପରିସ୍ରା ପାଇଁ ଘର ବାହାରକୁ ଆସିଥିବା ବେଳେ ହଠାତ ଏକ କୁଳଡିହା ହାତୀ ତାଙ୍କୁ Continue Reading
Odisha News
ନୀଳଗିରି, ୧/୬: ଭୋଟ ଦେବାକୁ ଆସି ବୁଥ୍ ଭିତରେ ଟଳି ପଡ଼ିଲେ ବୃଦ୍ଧ। ତତକ୍ଷଣାତ୍ ତାଙ୍କୁ ଈଶ୍ୱରପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେସୂଚନା ଅନୁଯାୟୀ, ବାଲେଶ୍ବର ଜିଲ୍ଲା। ନୀଳଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଈଶ୍ୱରପୁର ପଞ୍ଚାୟତର ୧୫୯ ନଂ ବୁଥରେ ବୃଦ୍ଧ ସୁରେନ୍ଦ୍ର ମହାନ୍ତି ସ୍ତ୍ରୀଙ୍କୁ ସାଙ୍ଗରେ ଧରି ଭୋଟ ଦେବାକୁ ଆସିଥିଲେ। ସୁରେନ୍ଦ୍ର ମହାନ୍ତିଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ସୂଚନା ରହିଛି। Continue Reading
Odisha News
ନୀଳଗିରି, ୩୦/୧: ନିଜେ ସିନା ଚାଲିଗଲେ ହେଲେ ବଂଚାଇଦେଲେ ୭୦ ପର୍ଯ୍ୟକଙ୍କ ଜୀବନ । ବାଲେଶ୍ୱର ପଞ୍ଚଲିଙ୍ଗେଶ୍ବରକୁ କିଛି ବଙ୍ଗୀୟ ପର୍ଯ୍ୟଟକଙ୍କୁ ନେଇ ଏକ ଟୁରିଷ୍ଟ ବସ ଆସିଥିଲା । ଆଉ ଏହି ବସର ଡ୍ରାଇଭରଙ୍କର ହୃଦଘାତରେ ପ୍ରାଣ ଚାଲିଯାଇଥିଲା ।ତେବେ ଛାତିରେ ଯନ୍ତ୍ରଣା ହେବା ମାତ୍ରେ ଡ୍ରାଇଭରଜଣକ ବସଟିକୁ ରାସ୍ତାକଡ଼ରେ ଛିଡା କରାଇଦେଇଥିଲେ । ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଧିନ ପାଟପୁର ଛକରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଡ୍ରାଇଭର ଜଣକ Continue Reading
Odisha News
ନୀଳଗିରି,୨୬/୮: ରାଜ୍ୟର ବିଭିନ୍ନ ସ୍ଥାନରେ ଡାଲି, ଚାଉଳ, ସର୍ଫ, ତେଲ ଓ ମସଲା ଭଳି ସାମଗ୍ରୀକୁ ଅପମିଶ୍ରଣ କରି ବିକ୍ରିୟ କରାଯିବା ଘଟଣା ଆସୁଥିବା ବେଳେ ଏବେ ବାଲେଶ୍ବର ଜିଲ୍ଲା ନୀଳଗିରିରେ ନକଲି ଟଙ୍କା ଦେଖିବାକୁ ମିଳିଛି।ଜାଲ୍ ନୋଟ୍ କାରବାରର ବେପାରୀଙ୍କୁ ସରକାରୀ ବିଦେଶୀ ମଦଦୋକାନର ପରିଚାଳକ ଜାଲରେ ଫସାଇଛନ୍ତି। ଉକ୍ତ ଘଟଣାରେ ପୁଲିସ ଶନିବାର ଜଣେ ମହିଳାଙ୍କ ସମେତ ଦୁଇ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି।ଅଭିଯୁକ୍ତମାନେ ହେଲେ ପୂର୍ଣ୍ଣଚନ୍ଦ୍ର ନାୟକ Continue Reading
Odisha News
ନୀଳଗିରି,୨୯/୫: ନିଷ୍ପାପ ଶିଶୁ କନ୍ୟା ପ୍ରତି ନିଷ୍ଠୁର ହେଲେ ବାପା। ଝିଅକୁ ଦେଇଦେଲେ ବିଷ ଇଞ୍ଜେକଶନ। ଶିଶୁକନ୍ୟାକୁ ବିଷ ଇଞ୍ଜେକଶନ ଦେଇ ହତ୍ୟା ଉଦ୍ୟମ କରିଥିଲା ବାପା।ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲା ନୀଳଗିରିରେ। ଶ୍ବଶୁର ଘରେ ବାପା ପଶି ବିଷ ଇଞ୍ଜେକସନ ଦେଇଥିଲା। ଫଳରେ ଶିଶୁକନ୍ୟାର ଅବସ୍ଥା ଗୁରୁତର ହୋଇଥିଲା।ପରିବାର ଲୋକ ନିକଟ ଡାକ୍ତରଖାନାରେ ଶିଶୁକନ୍ୟାକୁ ଭର୍ତ୍ତି କରିଥିଲେ। ପରେ ଗୁରୁତର ଅବସ୍ଥାରେ ଶିଶୁକନ୍ୟାକୁ ବାଲେଶ୍ବର ସ୍ଥାନାନ୍ତର କରାଯାଇଛି।Continue Reading
Odisha News
ନୀଳଗିରି,୨୩/୫: ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧୀନ ଧୋବଶିଳା ପଂଚାୟତ ଚଲଣାପାଳ ଗାଁରେ ଘଟିଛି ଅଘଟଣ। ଗାଁ ନିକଟରେ ସ୍ୱର୍ଣ୍ଣଚୁଡ଼ ସଂରକ୍ଷିତ ଜଙ୍ଗଲକୁ ଲାଗିଥିବା ପରିତ୍ୟକ୍ତ ଖାଦାନରେ ଜମିଥିବା ପାଣିରେ ବୁଡ଼ି ଅଢେଇ ବର୍ଷର ଶିଶୁ ମୃତ୍ୟୁବରଣ କରିଛି। ମୃତକ ହେଲେ ତପନ ସିଂଙ୍କର ଅଢେଇ ବର୍ଷର ପୁଅ ଅମିତ ସିଂ।ସୂଚନାଯୋଗ୍ୟ, ଗାଁ ରାସ୍ତାଟି ଖାଦାନକୁ ଲାଗିଥିବା ବେଳେ ଶିଶୁଟି ଖେଳୁଥିବା ବେଳେ ଅସାବଧାନତା କାରଣରୁ ଖାଦାନରେ ଖସି ପଡ଼ିଥିଲା। ଫଳରେ ତାଙ୍କୁ Continue Reading
Odisha News
ବାଲେଶ୍ୱର,୨୯/୪ : ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ୬ ମଇଁଷିଙ୍କ ଜୀବନ। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିର ଖୁମକୂଟ ନିକଟ ଏକ ଫାର୍ମହାଉସରେ।ସୂନାଅନୂସାରେ, ଏକ ମଇଁଷି ପଲ ଖାଦ୍ୟ ଅନ୍ୱେଷଣରେ ଫାର୍ମହାଉସ ନିକଟକୁ ପଳାଇ ଆସିଥିଲେ। ହେଲେ ଫାର୍ମହାଉସରେ ତାରଯାଲ ବାଉଣ୍ଡିରେ ଫାର୍ମହାଉସ ମାଲିକ କରେଣ୍ଟ ଦେଇଥିଲେ। ହେଲେ ମଇଁଷି ପଲ ଏହା ଜାଣିପାରି ନଥିଲେ।ଫାର୍ମହାଉସ ଭିତରକୁ ପଶିବାକୁ ଉଦ୍ୟମ କଲାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ। Continue Reading
Odisha News
ନୀଳଗିରି,୧୨/୪: ବନ୍ୟପ୍ରାଣୀଙ୍କ ପାଇଁ ଅସୁରକ୍ଷିତ ହୋଇପଡିଛି ବାଲେଶ୍ବର ଜିଲ୍ଲାର ନୀଳଗିରି କୁଲଡିହା ଅଭୟାରଣ୍ୟ। ଏଠାରେ ବର୍ଷକ ମଧ୍ୟରେ ୭ଟି ହାତୀ ମୃତ୍ୟବରଣ କରିଥିବା ବେଳେ ପୁଣି ଏକ ଛୁଆ ହାତୀ ମୃତ୍ୟୁ ହୋଇଛି। ଅଭୟାରଣ୍ୟର ପୁରୁଣାପାଣି ବିଟ୍ହାଉସ ଡ଼ାଙ୍ଗରପୋଖରୀ ନିକଟରେ ଦନ୍ତାହାତୀ ଆକ୍ରମଣରେ ୩ ବର୍ଷ ଛୁଆ ହାତୀଟିର ମୃତ୍ୟୁ ହୋଇଥିବା କୁଲଡ଼ିହା ରେଞ୍ଜର ଅନନ୍ତଜେନା ସୂଚନା ଦେଇଛନ୍ତି। ବନ କର୍ମଚାରୀମାନେ ପାଟ୍ରୋଲିଂ ବେଳେ ହାତୀ ମୃତ୍ୟୁ ଦେଖି ଏ Continue Reading
Seo wordpress plugin by www.seowizard.org.