
ପୁରୀ, ୪/୨: ଆଜି ହେଉଛି ପବିତ୍ର ମାଘ ସପ୍ତମୀ । ଏହି ଅବସରରେ ଅର୍କ କ୍ଷେତ୍ର ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ । ବ୍ରାହ୍ମ ମୂହୂର୍ତ୍ତରେ ସୂର୍ଯ୍ୟୋଦୋୟବେଳେ ପବିତ୍ର ସ୍ନାନ କରିଛନ୍ତି ଶ୍ରଦ୍ଧାଳୁ । ପରିବାରକୁ ରୋଗ, ଦୁଃଖ, ଶୋକରୁ ରକ୍ଷା କରିବାକୁ ମଙ୍ଗଳମନାସୀ ଶ୍ରଦ୍ଧାଳୁମାନେ ବୁଡ଼ ପକାଇଛନ୍ତି ।ମାଘ ଶୁକ୍ଳ ସପ୍ତମୀରେ ସୂର୍ଯ୍ୟଦେବ ଜନ୍ମଗ୍ରହଣ କରିଥିଲେ ଓ ଶାମ୍ବ ଦଶମୀର ୨୭ ଦିନ ପରେ ମାଘ ସପ୍ତମୀ ପାଳନ ହୋଇଥାଏ । Continue Reading