Home Posts tagged karanjia
Odisha News
ମୟୂରଭଞ୍ଜ, ୩/୨ : ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଲା ବରଯାତ୍ରୀ ବସ୍। ଦୁର୍ଘଟଣାରେ ୧୦ରୁ ଅଧିକ ବରଯାତ୍ରୀ ଆହତ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ତାଟ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି।ଆଜି ଭୋର ୪ଟାରେ ବାରଯାତ୍ରୀମାନେ ଏକ ବସ୍ ଯୋଗେ ଜାମସେଦପୁରରୁ ଏକ ବିବାହ କାର‌୍ୟ୍ୟରେ ଯୋଗଦେଇ ଯାଜପୁରକୁ Continue Reading
Odisha News
କରଞ୍ଜିଆ,୩୦/୭: ହାତୀ ଉପରକୁ ନିଆଁହୁଳା ଫିଙ୍ଗିବା ଘଟଣାରେ ଦୁଇ ଜଣ ଅସ୍ଥାୟୀ ବନ କର୍ମଚାରୀ କାର୍ଯ୍ୟରୁ ବହିଷ୍କୃତ ହୋଇଛନ୍ତି। ଦୁଇ ଅସ୍ଥାୟୀ ବନ କର୍ମଚାରୀ ହେଲେ ଦୀପକ ମୁଣ୍ଡା ଓ ବାପି ମାଝୀ। ଏନେଇ ବନ ବିଭାଗର ଦୁଧିଆଣି ରେଞ୍ଜ ଅଧିକାରୀ ପ୍ରଦୀପ ପୃଷ୍ଟି ସୂଚନା ଦେଇଛନ୍ତି।ସୂଚନାଯୋଗ୍ୟ, ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ ୨୩ଟିକିଆ ହାତୀପଲ ଗତ କିଛି ଦିନ ହେବ ତାଣ୍ଡବ ରଚୁଛନ୍ତି। ସେମାନଙ୍କୁ ଘଉଡ଼ାଇବା ଲାଗି ବନବିଭାଗ ପକ୍ଷରୁ ଉଦ୍ୟମ ଚାଲିଛି। Continue Reading
Odisha News
କରଞ୍ଜିଆ ,୨୯/୧୧: ବନ୍ୟଜନ୍ତୁଙ୍କୁ ଶିକାର କରି ଘରେ ରଖିଥିବା ଖବର ପାଇ ଚଢ଼ାଉ ପାଇଁ ଯାଇଥିଲେ ବନ କର୍ମଚାରୀ। ହେଲେ ସେମାନଙ୍କୁ ମାଡ଼ ମାରି ରକ୍ତାକ୍ତ କରି ଦେଲେ ଗ୍ରାମବାସୀ। ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଏଦେଲବେଡ଼ା ଗାଁରେ ଘଟିଛି ଏହି ଘଟଣା। ଭଚ୍ଚଏଦେଲବେଡ଼ା ଗାଁର ଲୋକମାନେ ବନ୍ୟଜନ୍ତୁ ଶିକାର କରି ଘରେ ରଖିଥିବା କେନ୍ଦୁମୁଣ୍ଡି ବନ୍ୟପ୍ରାଣୀ ବିଭାଗ ଖବର ପାଇଥିଲା। ଗତକାଲି ରାତିରେ ରେଞ୍ଜରଙ୍କ ସମେତ ୧୦ ବନ କର୍ମଚାରୀ ଗାଁରେ ଚଢ଼ାଉ Continue Reading
Odisha News
କରଞ୍ଜିଆ,୧୯/୧୧: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତାର ବିଦ୍ୟୁତ କାର‌୍ୟ୍ୟାଳୟ ନିକଟରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି ବୋଝେଇ ହାଇୱା ସହିତ ଟାଟାଏସି ଭ୍ୟାନ ମୁହାଁମୁହିଁ ଧକ୍କା ହେବାରୁ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଶିଶୁ ସମେତ୨ ଜଣ ଆହତ ହୋଇଛନ୍ତି।ମୃତ ମହିଳା ଜଣଙ୍କ ହେଲେ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଚକୁଳିଆ ଗାଁର ରାନୁ ମାରାଣ୍ଡି। ରାନୁଙ୍କ ଜ୍ୱାଇଁ ଗାନ୍ଧୀ ହେମ୍ବ୍ରମ ଓ Continue Reading
Odisha News
କରଞ୍ଜିଆ, ୧୨/୬: ସମ୍ପତ୍ତି ପାଇଁ ରକ୍ତ ସମ୍ପର୍କକୁ ଭୁଲିଗଲେ। ବଡ଼ ଭାଇକୁ ଠେଙ୍ଗାରେ ନିସ୍ତୁକ ପିଟିବା ସହ ମୁଣ୍ଡ ଓ ହାତକୁ ପଥରରେ ଛେଚି ନଦୀକୁ ଠେଲି ଦେଲେ। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅନ୍ତର୍ଗତ ସାହାରପାଟ ଗାଁରେ।ଜମିଜମାକୁ କେନ୍ଦ୍ରକରି ଗତକାଲି ରାତିରେ ଗାଁର ତ୍ରିଲୋଚନ ଦେହୁରୀ ଓ ତାଙ୍କ ସାନ ଭାଇ ସର୍ବେଶ୍ୱର ଦେହୁରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।ଝଗଡ଼ା ଚାଲିଥିବା ବେଳେ ସର୍ବେଶ୍ୱର ଉତ୍କ୍ଷିପ୍ତ ହୋଇ ବଡ଼ ଭାଇ Continue Reading
Odisha News
କରଞ୍ଜିଆ,୨୧/୪: ମଣିଷକୁ ପଶୁ ଇଂଜେକସନ ଦେଇଥିବା କ୍ୱାକ୍ ବିଶ୍ୱନାଥ ବେହେରାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଏକ ଲିଖିତନାମା ରଖି ଛାଡ଼ି ଦେଇଥିବା ପୁଲିସ୍ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମୟୂରଭଞ୍ଜ ଏସ୍ପି।ଏବେ ସମ୍ପୃକ୍ତ କ୍ୱାକ୍ଙ୍କ ପତ୍ତା ମିଳୁ ନ ଥିବା ବେଳେ ନିଲମ୍ବିତ ହେଲେ ମହୁଲଡିହା ଥାନା ଏଏସଆଇ ପବିତ୍ର ମୋହନ ରାଉତ। କାର୍ଯ୍ୟରେ ଅବହେଳା କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ଏପରି ଦୃଢ Continue Reading
Odisha News
କରଞ୍ଜିଆ,୧୪/୪: ୮ ଦିନ ଧରି କଠୋରୀରେ ହାତ ଗୋଡ଼ବାନ୍ଧି ଭିନ୍ନକ୍ଷମ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ କଲେ। କ୍ଷୁଧା ମେଣ୍ଟିବା ପରେ ବାଡ଼ିଆପିଟା କରି ଛାଡ଼ି ଦେଲେ।ଏପରି ହୃଦୟ ବିଦାରକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅଞ୍ଚଳରେ। ପୁଲିସ ନାବାଳିକାର ବୟାନ ରେକର୍ଡ କରି ଘଟଣାର ତଦନ୍ତ କରୁଛି। ଏବେ ସୁଦ୍ଧା ପୁଲିସ ଅଭିଯୁକ୍ତକୁ ଗିରଫ କରି ନାହିଁ। ନାବାଳିକା ଜଣଙ୍କ ଦଶମ ଶ୍ରେଣୀରେ ପଢ଼ୁଛନ୍ତି।ଅଭିଯୋଗ ଅନୁସାରେ, ଗତ ୩୦ ତାରିଖରେ ନାବାଳିକା ଜଣଙ୍କ Continue Reading
Odisha News
କରଞ୍ଜିଆ,୭/୧: ଶିମିଳିପାଳକୁ ଆସୁଥିବା ପର୍ଯ୍ୟଟକ ପାଇଁ ଖୁସି ଖବର। ଶିମିଳିପାଳ ଅଭୟାରଣ୍ୟରେ ପର୍ଯ୍ୟଟକଙ୍କ ବୁଲିବା ପାଇଁ ବନ ବିଭାଗ ପକ୍ଷରୁ ଆଜିଠୁ ୬ଟି ଟ୍ରାଭେଲର ବସ୍ ଚଳାଚଳ କରିବ। ଫଳରେ ଅଭୟାରଣ୍ୟ ପ୍ରତି ପର୍ଯ୍ୟଟକଙ୍କର ଆଗ୍ରହ ବଢ଼ିବ ବୋଲି ପରିବେଶବିତମାନେ ଆଶାବ୍ୟକ୍ତ କରିଛନ୍ତି।ମିନି ବସ୍କୁ ସ୍ଥାନୀୟ ଶିମିଳିପାଳ ବାସିନ୍ଦା ବା ଇକୋ ଟୁରିଜିମ ଗ୍ରୁପ ରକ୍ଷଣାବେକ୍ଷଣ କରିବ। ଏଥିଲାଗି ଅଫ୍ଲାଇନରେ ଟିକେଟ ବୁକିଂ ହେବ। ଯଶିପୁରର ଧୋବାଡିହା Continue Reading
Seo wordpress plugin by www.seowizard.org.