କଣ୍ଟାବାଞ୍ଜି,୨/୨: କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ସିଂ ସାଲୁଜାଙ୍କୁ ଗତକାଲି ରାତିରେ ପୁଲିସ ଗିରଫ କରିଛି। ସ୍ଥାନୀୟ ସିନେମା ହଲରେ ଗଣ୍ଡଗୋଳ ଏବଂ ଭଙ୍ଗାରୁଜା କରିବା ଅଭିଯୋଗରେ ସେ ଗିରଫ ହୋଇଛନ୍ତି। ପୁଲିସ ତାଙ୍କୁ ଗିରଫ କରି ବେଲପଡା ଥାନାରେ ପଚରାଉଚରା କରୁଥିବା ସୂଚନା ମିଳିଛି। ସେଜି ସିଂଙ୍କ ବିରୋଧରେ ଆଇପିସିର ଧାରା ୩୮୪, ୫୦୬, ୩୫୩ ଓ ଆର୍ମସ୍ ଆକ୍ଟ ଲାଗିଛି।ଗତକାଲି ସାଲୁଜାଙ୍କ ପୁଅ ସେଜି କଣ୍ଟାବାଞ୍ଜିରେ ଥିବା Continue Reading
କଣ୍ଟାବାଞ୍ଜି,୨୧/୧୨: ଗତକାଲି କଣ୍ଟାବାଞ୍ଜି ସବଜେଲରେ ମମିତା ମେହେରଙ୍କ ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛି। ଆତ୍ମହତ୍ୟାର କାରଣ ମାନସିକ ଚାପ ବୋଲି କୁହାଯାଉଥିବା ବେଳେ ବର୍ତ୍ତମାନ ତାହା ସ୍ପଷ୍ଟ ହୋଇନାହିଁ। ଜେଲ ଡିଆଇଜି ଅନୁସୟା ଜେନା କଣ୍ଟାବାଞ୍ଜି ସବଜେଲ ପହଂଚି ତଦନ୍ତ କରିଥିବା ବେଳେ କ୍ରାଇମ ବ୍ରାଞ୍ଚ ଟିମ ଏହି ମାମଲାର ତଦନ୍ତ କରିବାପାଇଁ କଣ୍ଟାବାଞ୍ଜିରେ ଅଛନ୍ତି।ଏ ସବୁ ଭିତରେ ମମିତାଙ୍କ ମେହେରଙ୍କ ପରିବାର ଗଣମାଧ୍ୟମକୁ Continue Reading

କଣ୍ଟାବାଞ୍ଜି, ୧୪/୧୧: କଣ୍ଟାବାଞ୍ଜି ବସଷ୍ଟାଣ୍ଡରେ ରହୁଥିବା ୭ଟି ବସରୁ ଚୋରି ହୋଇଛି। ବିଳମ୍ବିତ ରାତିରେ ଏହି ଚୋରି ହୋଇଥିବା ଅଭିଯୋଗ ହୋଇଛି। ଚୋରମାନେ ଏକା ଥରରେ ୭ଟି ବସରୁ ଚୋରି କରିଥିବା ବେଳେ କେହି କେମିତି ଜାଣି ପାରିଲେ ନାହିଁ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ବସଷ୍ଟାଣ୍ଡରେ ପୁଲିସ ପେଟ୍ରୋଲିଂ କରୁଥିବା ବେଳେ କେମିତି ଚୋରମାନେ ବସରୁ ଚୋରି କରିବାରେ ସଫଳ ହେଲେ ,ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି।ବଲାଙ୍ଗୀର, ଜୟପୁର, ଭବାନୀପାଟଣାରୁ Continue Reading

କଣ୍ଟାବାଞ୍ଜି,୯/୧୧: କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଲାଗି ରହିଥିବା ଅବ୍ୟବସ୍ଥାକୁ ପ୍ରତିବାଦ କରି ଦୁଇ ଦିନ ଅନଶନରେ ବସିଥିଲେ। ହେଲେ କୌଣସି ସରକାରୀ ବାବୁଙ୍କ ଦେଖା ମିଳିଲା ନାହିଁ କି କୌଣସି ପ୍ରତିଶ୍ରୁତି ମିଳିଲା ନାହିଁ।ଫଳରେ ତାତିଥିବା ଲୋକେ ରାଜ ରାସ୍ତାକୁ ଓହ୍ଲାଇଲେ। କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ସମସ୍ୟାକୁ ଦୂର କରିବା ନିମନ୍ତେ କଣ୍ଟାବାଞ୍ଜି ପ୍ରେସ କ୍ଲବ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସକାଳ Continue Reading

କଣ୍ଟାବାଞ୍ଜି, ୨୩/୧୦: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଡାକ୍ତରଖାନା ପରିସରରେ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଆଜି ସକାଳୁ ଡାକ୍ତରଖାନାର ଜଣେ କର୍ମଚାରୀ ଅଳିଆ ଗଦା ସଫା କଲା ସମୟରେ ଜଣେ ନବଜାତ ଶିଶୁକନ୍ୟାର ମୃତଦେହ ଦେଖିବାକୁ ପାଇଥିଲେ। ଘଟଣା ପରେ କଣ୍ଟାବାଞ୍ଜି ପୁଲିସ ପହଂଚି ଏହାର ତଦନ୍ତ ଆରମ୍ଭ କରିଛି । ତେବେ ଭୃଣ ହତ୍ୟା ପାଇଁ କେହି ଏଭଲି କରିଥିବା ସନ୍ଦେହ କରାଯାଉଛି ।ଅନ୍ୟପକ୍ଷରେ ଏହି ଶିଶୁକନ୍ୟା ବୟସ ଆନୁମାନିକ ୬ମାସର ହୋଇଥିବା Continue Reading

କଣ୍ଟାବାଞ୍ଜି, ୧୩/୧୦ : ବ୍ୟାପକ ସଚେତନତା ସତ୍ତ୍ୱେ ବେଆଇନ ଦାଦନ ଚାଲାଣ କମିବା ନାଁ ଧରୁନି । କାମ ଯୋଗାଇଦେବାର ପ୍ରଲୋଭନ ଦେଖାଇ ହାଇଦ୍ରାବାଦ ଚାଲାଣବେଳେ ବେହେରେନସିଲେଟ ଗାଁରୁ ୨୭ଜଣ ଦାଦନ ଶ୍ରମିକ ଉଦ୍ଧାର କରିଛି କଣ୍ଟାବାଞ୍ଜି ପୁଲିସ। ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୧୧ ମହିଳା, ୪ ପୁରୁଷ ଓ ୧୦ ଛୋଟଛୁଆ ଅଛନ୍ତି।ଶ୍ରମିକ ଚାଲାଣ କରୁଥିବା ଅଭିଯୋଗରେ ସର୍ଦ୍ଦାର ସୁରଜ ବାଗକୁ ଅଟକ ରଖି ପୁଲିସ ପଚରାଉଚରା କରୁଛି। ଉଦ୍ଧାର ଶ୍ରମିକମାନେ ବେଳପଡାଥାନା ଓ Continue Reading
କଣ୍ଟାବାଞ୍ଜି, ୧୦/୫: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ଫରେଷ୍ଟର। ତାଙ୍କ ନାଁ ହରିହର ସ୍ୱାଇଁ। ସେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ରେଞ୍ଜର ସିନ୍ଧେଇକେଲାରେ ଫରେଷ୍ଟର ଅଛନ୍ତି।ଜଙ୍ଗଲରେ ବିଭିନ୍ନ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ଠାରୁ ୧ ଲକ୍ଷ ୩୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ତାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି।ଏହି ଶ୍ରମିକମାନଙ୍କୁ ଫରେଷ୍ଟର ହରିହର ସ୍ୱାଇଁ ଲାଞ୍ଚ Continue Reading