ଝାରସୁଗୁଡ଼ା,୧୦/୪: ଅସହ୍ୟ କଲାଣି ତାତି। ତା’ସାଙ୍ଗକୁ ଗୁଳୁଗୁଳି। ମଝିରେ ମଝିରେ ଝାଞ୍ଜି ବୋହୁଥିବାରୁ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି। ସକାଳ ୧୦ଟା ପରେ ଘରୁ ବାହାରିବାକୁ ନିରାପଦ ମଣୁନାନ୍ତି।ଆଜି ଝାରସୁଗୁଡ଼ା ହେଉଛି ସବୁଠାରୁ ଉତ୍ତପ୍ତ ସହର। ଏଠି ତାପମାତ୍ରା ୪୦.୪ ଡିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି।ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ଜାରି କରିଥିବା ବୁଲେଟିନ୍ ଅନୁସାରେ ଆଜି Continue Reading

ଭୁବନେଶ୍ବର, ୯/୬: ରାଜ୍ୟର ୮ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହିସବୁ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।୮ ଜିଲ୍ଲା ଗୁଡିକ ହେଲା ସମ୍ବଲପୁର, ସୋନପୁର, ବରଗଡ, ବଲାଙ୍ଗିର, ନୂଆପଡା, ବୌଦ୍ଧ, ଝାରସୁଗୁଡା ଏବଂ କଳାହାଣ୍ଡି । ଏହି ଜିଲ୍ଲାଗୁଡିକରେ ଦିନ ୧୧ଟାରୁ ଦିନ ୩ ଟା ମଧ୍ୟରେ ଯଥାସମ୍ଭବ ଯାତାୟାତରୁ ନିବୃତ ରହିବା ପାଇଁ ପରାମର୍ଶ ଜାରି କରାଯାଇଛି ।ଉତ୍ତର-ପଶ୍ଚିମ ଏବଂ Continue Reading

ଭୁବନେଶ୍ୱର ୨୧/୫: ତାତି ବଢ଼ିଛି। ଆହୁରି ବଢ଼ିବ । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଗରମ ଛଟପଟ କରିବ । ଭୁବନେଶ୍ୱରରେ ପାରଦ ୩୯-୪୦ ଡିଗ୍ରୀ ଛୁଇଁପାରେ । ଏମିତି ଆକଳନ କରିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍.ଆର୍.ବିଶ୍ୱାସ ।ରାଜ୍ୟକୁ ଫେରିଛି ଗ୍ରୀଷ୍ମ ପ୍ରବାହ । ଶୁକ୍ରବାର ୪୩ ଡିଗ୍ରୀ ସେଲସିୟସରେ ଜଳିଛି ବୌଦ୍ଧ ସହର । ସୋନପୁର ୪୨.୮, ଦେବଗଡ଼ ୪୨, ସୁନ୍ଦରଗଡ଼ ୪୨, ଝାରସୁଗୁଡ଼ା ୪୧.୬, ବରଗଡ଼ ୪୧.୫, ଅନୁଗୁଳ ୪୧.୧, […]Continue Reading
ଭୁବନେଶ୍ୱର , ୩୦/୪: ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସାରା ରାଜ୍ୟବାସୀ ଅତିଷ୍ଠ ହୋଇ ପଡ଼ିଲେଣି ଲୋକେ।ଶନିବାର ରାଜ୍ୟର ୨୧ଟି ସହରରେ ଦିନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା।୪୫.୫ ଡିଗ୍ରୀ ସହିତ ଆଜି ଟିଟିଲାଗଡ଼ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି । ବୌଦ୍ଧ ଏବଂ ବଲାଙ୍ଗୀରରେ ତାପମାତ୍ରା ୪୫ ଡିଗ୍ରୀ ରହିଛି ।ସେହିପରି ଭୁବନେଶ୍ୱରରେ ୩୭.୦୮ ଡିଗ୍ରୀ, କଟକରେ ୩୬.୮ ଡିଗ୍ରୀ, ଅନୁଗୁଳରେ ୪୪.୦୫ ଡିଗ୍ରୀ, ସୋନପୁର ୪୪.୭ ଓ ସମ୍ବଲପୁରରେ ୪୪.୦୩ Continue Reading

ଭୁବନେଶ୍ୱର, ୨୯/୪: ରାଜ୍ୟରେ କ୍ରମାଗତ ଗ୍ରୀଷ୍ମପ୍ରବାହ ଓ ତତଲା ହାୱା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଆଜି ବି କ୍ରମାଗତ ଦ୍ୱିତୀୟ ଦିନ ପାଇଁ ବୌଦ୍ଧରେ ତାପମାତ୍ରା ସର୍ବାଧିକ ୪୫ ଡିଗ୍ରୀ ରେକର୍ଡ କରାଯାଇଛି ଓ ସମଗ୍ର ରାଜ୍ୟରେ ବୌଦ୍ଧ ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି ।ଗତକାଲି ବୌଦ୍ଧରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁଥିଲା, ଯାହାକି ଚଳିତ ଋତୁରେ ସର୍ବାଧିକ ତାପମାତ୍ରା ଥିଲା । ଏହାସହିତ ଆଜି ରାଜ୍ୟର ୨୫ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ Continue Reading
ଭୁବନେଶ୍ୱର, ୨୭/୪ : ରାଜ୍ୟର ୨୪ ସହରରେ ଦିନର ତାତି ୪୦ ଡ଼ିଗ୍ରୀ ଉପରେ ରେକର୍ଡ ହୋଇଛି । ୧୧ ସହରରେ ଦିନବେଳର ତାପମାତ୍ରା ୪୩ ଡ଼ିଗ୍ରୀ କିମ୍ବା ଅଧିକ ରହିଥିବା ବେଳେ ୪୪.୫ ଡ଼ିଗ୍ରୀ ସହ ସୋନପୁର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି । ଅନୁଗୁଳରେ ୪୪.୧ ଡ଼ିଗ୍ରୀ, ବଲାଙ୍ଗୀର ଏବଂ ଝାରସୁଗୁଡ଼ାରେ ୪୪ ଡ଼ିଗ୍ରୀ ରେକର୍ଡ କରାଯାଇଛି ।ବୁଧବାର ରାଜ୍ୟର ୨୪ଟି ସହରରେ ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଥିଲା। ତାଳଚେର-୪୩ ଡିଗ୍ରୀ, ଜଗତସିଂହପୁର-୩୬.୫ […]Continue Reading

ଭୁବନେଶ୍ବର,୨୫/୪: ରାଜ୍ୟରେ ମୁଣ୍ଡଫଟା ଖରା ଓ ଅସହ୍ୟ ଗୁଳୁଗୁଳିରେ ଭାଜି ହେଉଛନ୍ତି ଜନସାଧାରଣ । ଗତ କିଛି ଦିନ ହେବ ସୁର୍ଯ୍ୟଙ୍କ ପ୍ରକୋପ ଏତେ ବଢ଼ି ଯାଇଛିଯେ ଦିନ ୧୦ଟା ପରେ ଘରୁ ବାହାରିବା ଏକପ୍ରକାର ଅସମ୍ଭବ ହୋଇପଡିଛି । ସୁର୍ଯ୍ୟଙ୍କ ଏଭଳି ପ୍ରକୋପ ଆହୁରି ୫ଦିନ ଜାରି ରହିବ ବୋଲି କହିଛନ୍ତି ଆଞ୍ଚଳିକ ପଣିପାଗ ବିଭାଗ ।ଏଥିପାଇଁ ଅନେକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ । ତେବେ ଆସନ୍ତା […]Continue Reading

ଭୁବନେଶ୍ୱର,୨୪/୪: ତତଲା କଡେଇରେ ଭାଜି ହେଉଛି ଓଡ଼ିଶା। ଅସହ୍ୟ ହେଲାଣି ଗରମ, ଅସ୍ତବ୍ୟସ୍ତ ହେଲାଣି ଜୀବନ।ଅସମ୍ଭାଳ ତାତିରେ ହସ୍ତସନ୍ତ ହେଲେଣି ରାଜଧାନୀବାସୀ। ଆକାଶରୁ ବର୍ଷୁଛି ନିଆ, ଜଳୁଛି ଲୋକଙ୍କ ଦେହ। ରବିବାର ରାଜଧାନୀ ଭୁବନେଶ୍ୱରରେ ୪୩.୦ ଡିଗ୍ରୀ ଦିନ ତାପମାତ୍ରା ରେକର୍ଡ ।ଆଜି ଦିନ ୨.୩୦ ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୩.୦ ଡିଗ୍ରୀ ରେକର୍ଡ କରାଯାଇଛି ।ସେହିପରି ଝାରସୁଗୁଡାର ତାପମାତ୍ରା ୪୧.୪ ଡିଗ୍ରୀ,ସମ୍ବଲପୁର ତାପମାତ୍ର ୪୦.୮ ଡିଗ୍ରୀ, Continue Reading

ଭୁବନେଶ୍ୱର, ୨୩/୪: ରାଜ୍ୟ ସାରା ଏବେ ଅସହ୍ୟ ଖରା ହେଉଥିବା ବେଳେ ଆଜି ୨୧ଟି ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ବା ଏହାଠୁ ଅଧିକ ରେକର୍ଡ କରାଯାଇଛି। ପୁଣି ତା’ ମଧ୍ୟରୁ ୯ଟି ସ୍ଥାନର ତାପମାତ୍ରା ୪୧ ଡିଗ୍ରୀ ବା ଏହା ଉପରେ ରହିଛି।ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୧.୭ ଡିଗ୍ରୀ ରେକର୍ଡ କରାଯାଇଛି। ଚଳିତ ବର୍ଷ ଏହା ହେଉଛି ରାଜଧାନୀର ସର୍ବୋଚ୍ଚ ତାପମାତ୍ରା। ସେହିଭଳି ସିଲଭର ସିଟି କଟକର ତାପମାତ୍ରା ଶନିବାର ୪୧ ଡିଗ୍ରୀ ଛୁଇଁଛି।ଶନିବାର […]Continue Reading

ଭୁବନେଶ୍ୱର,୨୩/୪: କେବଳ ଗରମ ନୁହେଁ, ଅସହ୍ୟ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ । ଆଗକୁ ରାଜ୍ୟରେ ଅସମ୍ଭାଳ ଗରମ ହେବ। ରାଜ୍ୟର ଅଧିକାଂଶ ସ୍ଥାନରେ ତାତି ୩ରୁ ୫ ଡିଗ୍ରୀ ବଢ଼ିଯିବ ।ରାଜଧାନୀରେ ପ୍ରବଳ ଗୁଳୁଗୁଳି ହୋଇପାରେ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏଭଳି ପୂର୍ବାନୁମାନ କରିଛି । ଶୁକ୍ରବାର ରାଜଧାନୀ ତାପମାତ୍ରା ୪୦.୮ ଡିଗ୍ରୀ ରେକର୍ଡ କରାଯାଇଛି।ରାଜ୍ୟରେ ଶନିବାରଠାରୁ ଗରମ ବଢିବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ବି ଆକଳନ Continue Reading