Home Posts tagged DHENKANAL (Page 5)
Odisha News
ଢେଙ୍କାନାଳ,୪/୨:ଆଜିଠାରୁ ଢେଙ୍କାନାଳରେ ଆରମ୍ଭ ହେଉଛି ପ୍ରସିଦ୍ଧ ଯୋରନ୍ଦା ମେଳା। ଯୋରନ୍ଦା ମହିମାଗାଦୀରେ ମାଘ ମେଳା ପାଇଁ ସମସ୍ତ ପ୍ରସ୍ତୁତି ହୋଇଛି। ଦୁଇ ଦିନ ଧରି ଏହି ମାଘ ମେଳା ଅନୁଷ୍ଠିତ ହେବ। ଗାଦୀ ମନ୍ଦିର ଓ ଜ୍ୟୋତି ମନ୍ଦିର ପରିସରରେ ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ଜଳିବ ଝାଡ ଦୀପ।ମହିମାଗାଦୀର ଉଭୟ ବକ୍କଳଧାରୀ ଓ କୌପିନୀଧାରୀ ମହିମା ସାଧୁଙ୍କ ମଧ୍ୟରେ ତୃତୀୟ ବେଢା ଉଛେଦ ପ୍ରସଙ୍ଗକୁ ନେଇ ଲାଗି ରହିଥିବା ବିବାଦର ଏକପ୍ରକାର ସମାଧାନ ଜିଲ୍ଲା Continue Reading
Odisha News
ଢେଙ୍କାନାଳ, ୨୩/୧: ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା ବସ ।ଯାତ୍ରୀଙ୍କୁ ନେଇ କେନ୍ଦ୍ରାପଡା ଜିଲ୍ଲାର ଇଚ୍ଛାପୁରକୁ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ଟି ୫୫ ନମ୍ବର ଜାତୀୟ ରାଜପଥର ସିମିନଈ ପଞ୍ଚୁବଟି ନିକଟରେ ଭାରସାମ୍ୟ ହରାଇ ହଠାତ୍ ପୋଲ ତଳକୁ ଖସି ପଡିଥିଲା। ଫଳରେ ବସ୍ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଦୁଇ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ବହୁ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି ସ୍ଥାନୀୟ ହସ୍ପିଟାଲରେ Continue Reading
Odisha News
ରାସୋଳ,୫/୧: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ ବୁହାଳିପାଳ କୁସକଟା ଗ୍ରାମରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବାର ଖବର ମିଳିଛି। ମୃତକ ହେଲେ ଦିଗବିଜୟ ପାଳ।ଗତକାଲି ହାତୀ ତାଙ୍କୁ ଶୁଣ୍ଢରେ କଚାଡ଼ି ଦେଇଥିଲା। ତାପରେ ତାଙ୍କୁ ପ୍ରଥମେ ହିନ୍ଦୋଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାପରେ ସେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଥିଲେ। କିନ୍ତୁ ତାଙ୍କୁ କଟକ ନିଆଯିବା ବେଳେ ବାଟରେ ଦିଗବିଜୟ ପାଳଙ୍କର ପ୍ରାଣହାନି Continue Reading
Odisha News
ଢେଙ୍କାନାଳ,୧୧/୧୨: ଢେଙ୍କାନାଳ ସଦର ଥାନା କୁରୁମଟାଙ୍ଗର ପଥର ଖଣିକୁ ଗତକାଲି ରାତିରେ ଡିଏଫଓ ପ୍ରକାଶ ଚନ୍ଦ୍ର ଗୋଗିନେନି ଚଢ଼ାଉ କରିଥିବା ବେଳେ ପଥର ମାଫିଆମାନେ ତାଙ୍କୁ ଆକ୍ରମଣ କରିଥିବାର ଖବର ମିଳିଛି। ପଥରେମାଡ଼ ରେ ତାଙ୍କ ମୁଣ୍ଡ ଫାଟି ଯାଇଛି। ଏ ସମ୍ପର୍କରେ ଡିଏଫଓ ଗୋବିନ୍ଦପରୁ ଫାଣ୍ଡିରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭଯୋଗ କ୍ରମେ ପୁଲିସ ୬ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।Continue Reading
Odisha News
ଢେଙ୍କାନାଳ,୧/୧୨ : ଢେଙ୍କାନାଳର ସ୍ୱତନ୍ତ୍ର ମିଠା ‘ମଗଜି ଲଡୁ’ର ସ୍ୱାଦ ନିଆରା। ଆଉ ଏହି ସ୍ୱାଦିଷ୍ଟ ମିଠା ଏବେ ଜିଆଇ ଟ୍ୟାଗ ମାନ୍ୟତା ରେସ୍ରେ ଅଛି। ଏଥିପାଇଁ ପ୍ରାଥମିକ ପରୀକ୍ଷଣ ଓ ନିରୂପଣ ବି ସରିଛି।ଶହ ଶହ ବର୍ଷ ପୂର୍ବରୁ ମଇଁଷି କ୍ଷୀର ଛେନାରୁ ନିର୍ମିତ ଏହି ମଗଜି ଲଡୁ ଜିଆଇ ଟ୍ୟାଗ ଦୌଡ଼ରେ ଥିବାରୁ ଢେଙ୍କାନାଳବାସୀଙ୍କ ଖୁସି କହିଲେ ନ ସରେ। ଏହି ଟ୍ୟାଗ୍ ମିଳିଲେ ଢେଙ୍କାନାଳବାସୀଙ୍କ ଦୀର୍ଘ ବର୍ଷର ସ୍ୱପ୍ନ ପୂରଣ ହେବ।ଦେଢ଼ ଶହ […]Continue Reading
Odisha News
ଢେଙ୍କାନାଳ ,୨୭/୧୦: ଢେଙ୍କାନାଳ ଜିଲ୍ଲା ଗଁଦିଆ ଅଞ୍ଚଳରେ ଏଟିଏମକୁ ଭାଙ୍ଗି ୨୨ ଲକ୍ଷ ଟଙ୍କା ଲୁଟ୍ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩ ଜଣଙ୍କୁ ପୁଲିସ୍ ଧରିବାରେ ସଫଳ ହୋଇଛି। ଆଉ ୪ ଅଭିଯୁକ୍ତ ଏବେ ବି ଫେରାର ଥିବା ଜଣାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ର ଜିତେନ୍ଦ୍ର ନାୟକ(୨୪), ଆଲବଗା ଗାଁର ନିରଞ୍ଜନ ପାଣି(୩୦) ଓ ଖୋର୍ଦ୍ଧା ଜିଲ୍ଲାର ବଡ଼ତୋଟା ଗ୍ରାମର ରାକେଶ ଦାସ(୨୫)। ସେମାନଙ୍କଠାରୁ ୨.୫୬ ଊକ୍ଷ ଟଙ୍କା ଜବତ Continue Reading
Odisha News
ଢେଙ୍କାନାଳ,୧୫।୧୦: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଜାତୀୟ ରାଜପଥ ବାରିହାପୁର କାମାକ୍ଷାନଗରିଆ ଢାବା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଆଇଚର ଧକ୍କାରେ ଶଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଭିଣୋଇ ଗୁରୁତର ହୋଇଛନ୍ତି । ମୃତକ ପରଜଙ୍ଗ ଥାନା ବାରିହାପୁର ଗାଁର ଶାନ୍ତନୁ ସାହୁ ହୋଇଥିବା ବେଳେ ଗୁରୁତର କାମାକ୍ଷାନଗର ଥାନା ଶିବିଳାପଶି ଗାଁର ବିଷ୍ଣୁ ବିଶ୍ୱାଳ ବୋଲି ଜଣାପଡିଛି ।ଖବର ଅନୁଯାୟୀ, ଉଭୟ ଖୁଣ୍ଟିଆ ଢ଼ାବା ରେ ରାତିଭୋଜନ ସାରି ଏକ ବାଇକରେ Continue Reading
Odisha News
ଢେଙ୍କାନାଳ/ କେନ୍ଦ୍ରାପଡ଼ା,: ଦୁଲୁକୁଛି କେନ୍ଦ୍ରାପଡ଼ା ଓ ଢେଙ୍କାନାଳ ଜିଲ୍ଲା। ଆଜିଠାରୁ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଥିବା ବେଳେ ଏଥିନିମନ୍ତେ ଏହି ୨ ଜିଲ୍ଲା ବେଶ୍ ଉତ୍ସବମୁଖର ହୋଇଉଠିଛି। ତୁଳସୀକ୍ଷେତ୍ର କେନ୍ଦ୍ରାପଡା ସମେତ ଢେଙ୍କାନାଳ ଜିଲ୍ଲା ବି ପ୍ରସିଦ୍ଧ ଗଣ ପର୍ବ ଗଜଲଷ୍ମୀ ପୂଜାରେ ପ୍ରକମ୍ପିତ ହେଉଛି।ଚଳିତ ବର୍ଷ କେନ୍ଦ୍ରାପଡା ସହରର ୬୮ ଗୋଟି ମଣ୍ଡପରେ ପୂଜା ଅନୁଷ୍ଠିତ ହେଉ ଅଛି। ସହର ଉପକଣ୍ଠ ଅଞ୍ଚଳରେ ଶତାଧିକ ମଣ୍ଡପରେ ଧନ ଧାତ୍ର Continue Reading
Odisha News
ଢେଙ୍କାନାଳ, ୨୫/୯: ଢେଙ୍କାନାଳ ସଦର ଥାନା କାଙ୍କଡପାଳ ଗାଁରେ ତିନି ରାଉଣ୍ଡ ଫାଙ୍କା ଗୁଳିମାଡ଼ ହୋଇଛି। ଭୟଭୀତ ଅବସ୍ଥାରେ ଛାତରୁ ଖସିପଡି ଜଣେ ଆହତ ହୋଇଛନ୍ତି।ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ କିଛି ଦୃର୍ବୃତ୍ତ ବାଇକରେ ଆସି କାଙ୍କଡପାଳ ଗାଁ ମଝିରେ ଫାଙ୍କା ଗୁଳିକାଣ୍ଡ କରି ପଳାଇ ଯାଇଥିଲେ. ଖବରପାଇ ସଦର ଥାନା ପୋଲିସ ଘଟଣାସ୍ଥଳରୁ ୩ଟି ଖୋକା ଜବତ କରିଛି।ଗତକାଲି ରାତିରେ କାଙ୍କଡପାଳ ଗାଁର କିଛି ଯୁବକ ନିକଟସ୍ଥ ରଞ୍ଜା ଛକକୁ ଚିକେନ କିଣିବାକୁ Continue Reading
Odisha News
ଢେଙ୍କାନାଳ ୨୩/୦୮: ଲାଞ୍ଚ ନହେଲେ ଶୁଣୁନାହାନ୍ତି କର୍ମଚାରୀ । ଆଉ ବ୍ୟାକ୍ ପେପର ଫର୍ମ ପୂରଣ ଆଟେଣ୍ଡାନ୍ସ ସାର୍ଟିଫିକେଟ ପାଇଁ ୮ହଜାର ୫ଶହ ଟଙ୍କା ଲାଞ୍ଚ ଦେବାକୁ ପଡୁଛି ।ଏପରି ଲାଞ୍ଚ ନେଉଥିବା ବେଳେ ଆଜି ଢେଙ୍କାନାଳ ଆଇନ ମହାବିଦ୍ୟାଳୟର ମୁଖ୍ୟ କିରାଣୀ ଉତ୍ତମ ରାଉତଙ୍କୁ ଲାଞ୍ଚ ଟଙ୍କା ସହ କାବୁ କରିଛି ଭିଜିଲାନ୍ସ । ସେ ନେଇଥିବା ରାସାୟନିକ ପ୍ରଲେପ ୮ହଜାର ୫ଶହ ଟଙ୍କା ଭିଜିଲାନ୍ସ ଜବତ କରିବା ସହ ଉତ୍ତମଙ୍କୁ ଗିରଫ କରିଛି ।ପରେ […]Continue Reading