Home Posts tagged car accident
Odisha News
ବାଲିପାଟଣା, ୨୩/୩: ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଚଣାହଟ୍ଟା ରାଜସ ରାସ୍ତାରେ କୃଷ୍ଣପୁର ବ୍ରିଜ ସନ୍ନିକଟରେ ଏକ ଚଳନ୍ତା କାର ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଛି। ଦୁର୍ଘଟଣାରେ ବିଦ୍ୟୁତ ଖୁଣ୍ଟ ଏବଂ କାର ଭାଙ୍ଗି ଚୂରମାର ହୋଇ ଯାଇଛି। ୱାଗନର କାର୍ (ନଂ ଓଆର ୦୨ ବିଏଚ ୮୭୩୪)ର ଚାଳକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।ସୂଚନା ମୁତାବକ ଆଜି ସକାଳ ସାଢେ ୮ ଟା ସମୟରେ କାରଟି ରାଜସ ପଟୁ ଚଣାହଟ୍ଟା ଅଭିମୁଖେ ଆସୁଥିଲା। ସ୍ଥାନୀୟ […]Continue Reading
Odisha News
ଭଦ୍ରକ, ୧୧/୩: ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ନନ୍ଦପୁର ଛକ ନିକଟରେ କାର ଧକ୍କାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। କଲେଜ ଯିବା ବେଳେ ଛାତ୍ରୀଙ୍କ ଉପରେ ଚଢ଼ିଗଲା କାର। ଏହାର ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକେ କାର ଭାଙ୍ଗିବା ସହ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ଭଦ୍ରକ-ଚାନ୍ଦବାଲି ରାସ୍ତାର ତିହିଡ଼ି ଥାନା ନନ୍ଦପୁର ଠାରେ ଦୁର୍ଘଟଣା ଘଟିଛି।ଯୁକ୍ତ ଦୁଇରେ ପଢ଼ୁଥିବା ଛାତ୍ରୀଙ୍କ ନାଁ ପ୍ରଭାସିନୀ ନାୟକ। ଛାତ୍ରୀଜଣକ ତାଳପଦା ସ୍ଥିତ ମାଣିକଲାଲ ମହିଳା Continue Reading
Odisha News
ସୋର,୨/୮: ୧୬ ନମ୍ବର ଜାତୀୟ ରାଜପଥ ସିମୁଳିଆଠାରେ ଏକ ପୋଖରୀ ଭିତରକୁ ଭାରସାମ୍ୟ ହରାଇ ଓଲଟି ପଡ଼ିଲା କାର୍। ଏହାଫଳରେ ୨ ଜଣ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ଉଦ୍ଧାର କରାଯାଇ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ସିମୁଳିଆ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କାରଟି ଧାମରାରୁ ଧାମନଗରକୁ ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା।ଆଜି ଭୋରୁ ଏକ କାର୍ରେ ୫ ଯୁବକ ବାଲେଶ୍ୱରରୁ ଭଦ୍ରକ ଅଭିମୁଖେ ଯାଉଥିଲେ। ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା Continue Reading
Odisha News
ନବରଙ୍ଗପୁର,୩୦/୬ : ମେଡିକାଲରୁ ଘରକୁ ଫେରିଲା ବେଳେ ଗଛରେ ପିଟିହେଲା କାର୍। ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତରେ ନବରଙ୍ଗପୁର ଜିଲ୍ଲା ଉମରକୋଟ-ଝରିଗାଁ ମୁଖ୍ୟ ରାସ୍ତାର ବାସନି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି।ମୃତକ ହେଲେ ରାଇଘର ଥାନା ଅନ୍ତର୍ଗତ ଛତାବେଡା ଗ୍ରାମର ଗାଡ଼ି ଚାଳକ ସୁରେଶ ମଣ୍ଡଳ, ସୋନପୁର ଗ୍ରାମର ଗୌରାଙ୍ଗ ରାୟ ଓ ଉମରକୋଟ ଥାନା ଅନ୍ତର୍ଗତ ଅଞ୍ଚଳ ଗ୍ରାମର ସତ୍ୟରଞ୍ଜନ Continue Reading
Odisha News
କୋରାପୁଟ,୨୭/୬: ଉଜୁଡ଼ିଗଲା ସୁନାର ସଂସାର। ଦୁର୍ଘଟଣାରେ ଚାଲିଗଲା ବାପା,ମା’ ଓ ଶିଶୁକନ୍ୟାର ଜୀବନ। କୋରାପୁଟ ଜିଲ୍ଲା ପଟାଙ୍ଗୀ ଅଞ୍ଚଳର ପୁଙ୍ଗାର ଗାଁନିକଟରେ ଆଜି ସକାଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତକଙ୍କ ପରିଚୟ ମିଳିନାହିଁ।ଆଜି ସକାଳେ ଏକ କାର୍ରେ ବାପା ମା’ ଓ ଛୋଟ ଝିଅଟି କୌଣସି କାମରେ ବୈପାରୀଗୁଡ଼ାରୁ ବିଶାଖାପାଟଣା ଯାଉଥିଲେ। ଏହି ସମୟରେ ପୁଙ୍ଗାର ଗାଁନିକଟରେ ବିପରୀତ ଦିଗରୁ ଆସୁଥିବା ଟ୍ୟାଙ୍କର ସହ ସେମାନଙ୍କ କାର୍ର ମୁହାଁମୁହିଁ Continue Reading
Odisha News
ଗଜପତି,୨୩/୫ : ପୋଲ ବାଡ଼ାକୁ ଧକ୍କା ଦେଇ ଭାରସାମ୍ୟ ହରାଇ ୧୫ ଫୁଟ ତଳକୁ ଖସିପଡ଼ିଲା କାର୍। ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଖ୍ରୀଷ୍ଟନପୁର ନିକଟରେ ଘଟିଛି ଏହି ଦୁର୍ଘଟଣା। ଦୁର୍ଘଟଣାରେ ୫ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଆଜି ସକାଳେ ୫ଜଣ ବ୍ୟକ୍ତି କାର୍ରେ ପୁରୀରୁ ଜୟପୁର ଫେରୁଥିଲେ। ଏହି ସମୟରେ ଖ୍ରୀଷ୍ଟପୁର ନିକଟରେ କାର୍ଟି ଭାରସାମ୍ୟ ହରାଇ ପୋଲର […]Continue Reading
Odisha News
ଜୟପୁର,୨୦/୨: ନଦୀକୁ ଖସିଲା ବରଯାତ୍ରୀ କାର। ବର ସମେତ ୯ ଜଣଙ୍କ ଚାଲିଗଲା ପ୍ରାଣ। ଏଭଳି ଏକ ଭୟଙ୍କର ଦୁର୍ଘଟଣା ଘଟିଛି ରାଜସ୍ଥାନର କୋଟା ଅଞ୍ଚଳରେ। ଆଜି ସାକଳୁ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ସୂଚନା ମୁତାବକ, ବରଯାତ୍ରୀ ନେଇ ଯାଉଥିବା ଏକ କାର୍ ରାଜସ୍ଥାନ କୋଟାର ନାୟାପୁରା ବ୍ରିଜରୁ ନିୟନ୍ତ୍ରଣ ହରାଇ ଚମ୍ବଲ ନଦୀକୁ ଖସି ପଡିଛି। ଫଳରେ ଘଟଣାସ୍ଥଳରେ ୯ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ବର […]Continue Reading
Seo wordpress plugin by www.seowizard.org.