Home Posts tagged bhawanipatana
Odisha News
ଭବାନୀପାଟଣା, ୮/୫: ଓଡ଼ିଶାରେ ବିଜେପି ସରକାର ଆସିଲେ, ଧନୀ ଗରିବ ସମସ୍ତଙ୍କୁ ମିଳିବ ଆୟୁଷ୍ମାନ୍ ସ୍ବାସ୍ଥ୍ୟ କାର୍ଡ। ଆଜି ଭବାନୀପାଟଣାରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇ ଏହା କହିଛନ୍ତି, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ।ସେ କହିଛିନ୍ତି, ଆମେ ଯାହା କହୁ, ତାହା କରୁ। ଏହା ଆମ ଚରିତ୍ର। ଆମେ ୩୭୦ ହଟାଇବୁ କହିଥିଲୁ, ହଟାଇଲୁ। ରାମ ମନ୍ଦିର ନିର୍ମାଣ କରିବାକୁ କହିଥିଲୁ, କରିଲୁ। ଓଡ଼ିଶାରେ ୫୦ ବର୍ଷ କଂଗ୍ରେସ ସରକାର ଓ ୨୫ ବର୍ଷ […]Continue Reading
Odisha News
ଭବାନୀପାଟଣା, ୭/୪: କଳାହାଣ୍ଡି ଜିଲ୍ଲା ମୁଖ୍ୟ କାରାଗାର ପାଚେରୀ ଡେଇଁ ଦୁଇ କଏଦୀ ଫେରାର ହୋଇଥିବାର ଖବର ମିଳିଛି।ଦୁଇ କଏଦୀଙ୍କ ନାମ ସିକନ୍ଦର ଜାଲ ଓ ନୀଳମଣି ବିଭାର। ଉଭୟେ ପୋସ୍କୋ ଆକ୍ଟରେ କାରାଗାରରେ ଥିଲେ। ସକାଳୁ ବଗିଚା କାମ କରୁଥିବା ବେଳେ ପାଚେରୀ ଦେଇ ଚମ୍ପଟ ମାରିଥିଲେ ଦୁଇ କଏଦୀ।Continue Reading
Odisha News
ଭବାନୀପାଟଣା, ୨୩/୪ : ଭବାନୀପାଟଣା ସହିଦ ରେଣ୍ଡୋ ମାଝୀ ସରକାରୀ ମେଡିକାଲ କଲେଜରେ ନିଆଁ ଲାଗିଯାଇଛି। ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରେ ନିଆଁ ଲାଗିଥିବା ସୂଚନା ମିଳିଛି। ନିଆଁରେ ଡାକ୍ତରଖାନାର ଆସବାବପତ୍ର ସବୁ ପୋଡ଼ି ନଷ୍ଟ ହୋଇ ଯାଇଛି। ଏଥିରେ କେହି ମୃତାହତ ହୋଇନାହାନ୍ତି।ଗତକାଲି ବିଳମ୍ବିତ ରାତିରେ ଗଉଐ କୋଠାର ଚତୁର୍ଥ ମହଲାରେ ହଠାତ୍ ନିଆଁ ଲାଗିଯାଇଥିଲା ଧୁଆଁ ଦେଖି ରୋଗୀ ଚିତ୍କାର କରିଥିଲେ। ତୁରନ୍ତ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। Continue Reading
Odisha News
ଭବାନୀପାଟଣା,୮/୧: ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବିଜେଡିର ପୂର୍ବତନ ବିଧାୟକ ବଳଭଦ୍ର ମାଝୀ। ସେ ତାଙ୍କର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି।ସୂଚନାଯୋଗ୍ୟ, ଲଗାତାର ଭାବରେ ୧୯୯୦ ମସିହାରୁ ବଳଭଦ୍ର ମାଝୀ ଲାଞ୍ଜିଗଡ଼ ବିଧାନସଭାରୁ ୫ଥର ନିର୍ବାଚିତ ହୋଇଥିଲେ। ହେଲେ ୨୦୧୯ରେ ଦଳ ତାଙ୍କୁ ଟିକେଟ ଦେଇନଥିଲା। ଟିକେଟ କଟିବା ପରେ କର୍ମୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ତାପରେ ବି ସେ ବିଜେଡିରେ Continue Reading
Top Stories
By Kishore Agrawal Bhawanipatna, June 24: The BJP national president JP Nadda on Friday launched a no-holds-barred attack on the Naveen Patnaik-led Biju Janata Dal (BJD) government in Odisha by alleging that the entire state administration had been outsourced. Mr Nadda, who was here to present the report of Prime Minister Narendra Modi’s government in […]Continue Reading
Odisha News
ଭବାନୀପାଟଣା,୮/୧: କ୍ରିକେଟ୍ ମ୍ୟାଚ୍ ଖେଳି ବାଇକ୍ରେ ଘରକୁ ଫେରୁଥିଲେ ୩ ଯୁବକ। ହେଲେ ବିଚ୍ ରାସ୍ତାରେ ପିଟିଦେଲା ଟ୍ରକ୍। ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କଳାହାଣ୍ଡି ଜିଲ୍ଲାରେ ଘଟିଛି।ରକାବାହାଲି ଗାଁର ଅକ୍ଷୟ ଗୌଡ଼,ଟୁଟୁ ଗୌଡ଼ ଓ ରଘୁ ଗୌଡ଼ ଉତ୍କେଲାକୁ କ୍ରିକେଟ୍ ମ୍ୟାଚ ଖେଳିବା ପାଇଁ ଯାଇଥିଲେ। ଖେଳ ସରିବା ପରେ ସେମାନେ ସେଠାରୁ ବାଇକ୍ରେ ଘରକୁ ଫେରୁଥିଲେ। ତେବେ ୨୬ ନମ୍ୱର ଜାତୀୟ ରାଜପଥର ପାଷ୍ଟିକୁଡ଼ି Continue Reading
Odisha News
ଭବାନୀପାଟଣା,୩/୧: ଗତକାଲି ବିଳମ୍ବିତ ରାତିରେ ଏକ ବସ୍ ଓ କାର୍ ମଧ୍ୟରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଚାଂଚେର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବସ୍ ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ କାର୍ରେ ଥିବା ୨ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ କାର୍ରେ ଥିବା ୨ ମହିଳା ଗୁରୁତର ହୋଇଛନ୍ତି। ବସ୍ର ସମସ୍ତ ଯାତ୍ରୀ ଏହି ଦୁର୍ଘଟଣାରେ ସୁରକ୍ଷିତ ଥିବା ଜଣାଯାଇଛି।‘ଦିଲଖୁସ୍’ ନାମକ ଘରୋଇ ବସ୍ ଗତକାଲି Continue Reading
Odisha News
ଭବାନୀପାଟଣା ,୨୮/୧୨: ଭିଜିଲାନ୍ସ ଜାଲରେ ଭବାନୀପାଟଣା ପୌର ସହକାରୀ ନିର୍ବାହୀ ଯନ୍ତ୍ରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ସମୀର ଠାକୁରଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।ସମୀରଙ୍କ ଭବାନୀପାଟଣାସ୍ଥିତ ମହାବୀରପଡ଼ାରେ ଥିବା ତିନି ମହଲା ଘର, ଇରିଗେସନ କଲୋନୀରେ ଥିବା ଘର, ମାରୱାଡିପଡାରେ ଥିବା ଭଡ଼ା ଘର ଓ ଭବାନୀପାଟଣାସ୍ଥିତ ଅଫିସରେ ଏକ ସଙ୍ଗେ ଚଢାଉ କରାଯାଇଛି। ଜୟପୁର ଭିଜିଲାନ୍ସ ବିଭାଗର ୫ ଜଣ Continue Reading
Odisha News
ଭବାନୀପାଟଣା,୨୧/୧୨: ଭିଜିଲାନ୍ସ ଜାଲରେ କେ.ଗାଁ ଫରେଷ୍ଟ ରେଞ୍ଜ ଅଫିସର୍ କେଶବ ମାଝୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେ.ଗାଁ ଫରେଷ୍ଟ ରେଞ୍ଜ ଅଫିସର୍ କେଶବ ମାଝୀଙ୍କ ଘର ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। କଳାହାଣ୍ଡି ଜିଲ୍ଲାର ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି।ସୂଚନା ଅନୁଯାୟୀ, କେସିଙ୍ଗା ସହରର ଓମ୍ ନଗରରେ ଅବସ୍ଥିତ ଶ୍ରୀ ମାଝୀଙ୍କ ତିନି ମହଲା ଘର, କେସିଙ୍ଗା ଥାନା ଅନ୍ତର୍ଗତ ବ୍ରାହ୍ମଣୀରେ ଥିବା ବାସଭବନ, କେଗାଁରେ Continue Reading
Odisha News
ଭବାନୀପାଟଣା,୪/୧୨: କଳାହାଣ୍ଡି ଜିଲ୍ଲା କର୍ଲାପଡା ରାସ୍ତାର ପାଷ୍ଟିପଡା ନିକଟରେ ଆଜି ସକାଳେ ଏକ ଗ୍ୟାସ୍ ବୋଝେଇ ଟ୍ୟାଙ୍କର ଓଲଟି ପଡ଼ିଛି। ଟ୍ୟାଙ୍କରରୁ ପ୍ରଚୁର ଗ୍ୟାସ ନିର୍ଗତ ହେଉଥିବାରୁ ଆଖପାଖ ଅଞ୍ଚଳ ଧୂଆଁମୟ ହୋଇଯାଇଛି।ସୁରକ୍ଷା ଦୃଷ୍ଟିରୁ ଜାତୀୟ ରାଜପଥ ୧୬କୁ ଦୁଇ ପାର୍ଶ୍ୱରୁ ସିଲ୍ କରି ଦିଆଯାଇଛି। ଉଭୟ ପାର୍ଶ୍ୱରେ ଗାଡ଼ିଚଳାଚଳ ବନ୍ଦ ରହିଛି। ଏହି ଅଞ୍ଚଳରେ ଥିବା ବସ୍ତି ଓ ପଡ଼ା ଗୁଡ଼ିକରେ ଲାଇନ୍ କାଟି ଦିଆଯାଇଛି। ଗ୍ୟାସ ବା ଚୁଲିରେ ନିଆଁ ଲାଗାଇ Continue Reading
Seo wordpress plugin by www.seowizard.org.