ଭଦ୍ରକ, ୧/୯: ଶାଳନ୍ଦୀ ନଦୀରେ ବୁଡ଼ି ଜଣେ ନାବାଳକ ନିଖୋଜ ହୋଇଯାଇଛନ୍ତି। ଏଭଳି ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ନାବାଳକଙ୍କୁ ଖୋଜାଖୋଜି କରୁଛନ୍ତି।ଆଜି ସକାଳେ ୩ ଜଣ ନାବାଳକ ଶାହାପୁର ଘାଟରେ ଗାଧୋଉଥିଲେ। ଏହି ସମୟରେ ସେମାନଙ୍କ ଗୋଡ଼ ଖସିଯିବାରୁ ୩ ଜଣ ଯାକ ଭାସି ଯାଇଥିଲେ। ପିଲାମାନେ ଭାସିଯାଉଥିବା ଦେଖି ସ୍ଥାନୀୟ ଲୋକ ୨ ଜଣଙ୍କୁ ଉଦ୍ଧାର କରିଥିଲେ। ହେଲେ ଅନ୍ୟ ନାବାଳକ ଜଣଙ୍କ ଭାସି ଯାଇଥିଲେ। ଅଗ୍ନିଶମ କର୍ମଚାରୀ Continue Reading
ଭଦ୍ରକ,୩୧/୮: ଗଣେଶ ପୂଜା ମଣ୍ଡପ ସ୍ଥାନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଗାଁରେ ଉତ୍ତେଜନା ପରିସ୍ଥିତି ଲାଗି ରହିଥିବାରୁ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ୧୪୪ଧାରା ଜାରି କରାଯାଇଛି।ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ସୋହଡା ପଞ୍ଚାୟତର ବେଦପୁର ଗାଁରେ। ଗତକାଲି ମଧ୍ୟରାତ୍ରରୁ ଆସନ୍ତା ୨ ତାରିଖ ସନ୍ଧ୍ୟା ପର୍ୟ୍ୟନ୍ତ ଏହି ୧୪୪ ଧାରା ଜାରି କରାଯାଇଛି।ଗତକାଲି ବେଦପୁର ଗାଁ କ୍ଲବ Continue Reading
ଆନନ୍ଦପୁର/ଭଦ୍ରକ,୨୨/୭: ରାଜ୍ୟର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରାଘାତରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣା ଦୁଇଟି ଘଟିଛି କେନ୍ଦୁଝର ଓ ଭଦ୍ରକ ଜିଲ୍ଲାରେ।କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ୍ ଅନ୍ତର୍ଗତ ବାହାରିପୁର ଗାଁରେ ବିଲରେ କାମ କରୁଥିବା ବେଳେ ବଜ୍ରାଘାତ ଯୋଗୁ ଦୁଇ ଜଣଙ୍କର ମୃତ୍ୟୁ ଗଟିଛି। ମୃତକ ଦ୍ୱୟ ହେଉଛନ୍ତି- ନୃସିଂହ ଜେନା ଓ କାହ୍ନୁ ଜେନା। ଦୁଇ ଜଣଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିବେଶ […]Continue Reading
ଭଦ୍ରକ ୨୩/୪: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ସରିଲା ଟିଆଇ ପରେଡ଼ ବା ଚିହ୍ନଟ ପ୍ରକ୍ରିୟା ।ଭଦ୍ରକ ସବଜେଲରେ ହୋଇଛି ଚିହ୍ନଟ ପ୍ରକ୍ରିୟା । ଭଦ୍ରକ ସବଜେଲର ପୂର୍ବତନ ଜେଲ ଆଇନ ଅଧିକାରୀ ଙ୍କ ଅନୁସାରେ, କ୍ରାଇମବ୍ରାଞ୍ଚ ଚାନ୍ଦବାଲି ଜେଏମଏଫସିଙ୍କ ନିକଟରେ ଟିଆଇ ପରେଡ଼ ପାଇଁ ଅନୁମତି ମାଗିଥିଲେ ।ସେହି ଅନୁଯାୟୀ ଚନ୍ଦବାଲି ଜେଏମଏଫସି ନିଜେ ଟିଆଇ ପରେଡ଼ ନକରି ଭଦ୍ରକ ସଦର ମହକୁମାର ଅନ୍ୟ ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ Continue Reading
ଭଦ୍ରକ, ୧୩/୪: ସବୁବେଳେ ଭିନ୍ନ ଭିନ୍ନ କାରଣ ଦେଖାଇ ଟଙ୍କା ନେଉଥିଲେ । ଏଥର କିନ୍ତୁ ଫସିଗଲେ । ନଗଦ ୧୦ ହଜାର ଟଙ୍କା ନେବା ବେଳେ ରାସ୍ତା ମଝିରେ ସେକ୍ସନ ଅଫିସରଙ୍କୁ ମାଡିବସିଲା ଭିଜିଲାନ୍ସ । ଭଦ୍ରକ ଜିଲ୍ଲା ସାଂଳପୁର ସ୍ଥିତ ଆଇ ଜି ଏମ କଲେଜର ସେକ୍ସନ ଅଫିସର ଭିଜିଲାନ୍ସ ପଞ୍ଝା ରେ ପଡିଛନ୍ତି ।ସୂଚନା ଅନୁଯାୟୀ ଆଇ ଜି ଏମ କଲେଜର ପୂର୍ବତନ କର୍ମଚାରୀ ପ୍ରଫୁଲ୍ଲ ପୃଷ୍ଟିଙ୍କର ୨୦୨୦ ମସିହାରେ ମୃତ୍ୟୁ ହୋଇଥିଲା […]Continue Reading
ଭଦ୍ରକ, ୨୬/୩ : ଭଦ୍ରକ ଜିଲ୍ଲାର ୨ଟି ପୌରପାଳିକା ଓ ଗୋଟିଏ ଏନ୍ଏସିରେ ଭୋଟ ଗଣତି ଜାରି ରହିଛି । ମତଦାନ ବେଳେ ବୁଥ୍ ସମ୍ମୁଖରେ ଛୁରାମାଡ଼ ପରେ ଧାମନଗର ଏନ୍ଏସିରେ ସୁରକ୍ଷା ଦୃଷ୍ଟିରୁ ଭୋଟ ଗଣତିକୁ ବନ୍ଦ ରଖାଯାଇଛି । ସାନି ମତଦାନ ହୋଇନଥିବାରୁ ଏହି ଭୋଟ ଗଣତିକୁ ବନ୍ଦ ରଖାଯାଇଥିବା ସୂଚନା ମିଳିଛି ।ସେପଟେ ଭଦ୍ରକ ପୌରପାଳିକା , ବାସୁଦେବପୁର ପୌରପାଳିକା ଓ ଚାନ୍ଦବାଲି ଏନଏସି ପାଇଁ ଭୋଟ ଗଣତି ଜାରି ରହିଛି । […]Continue Reading
ଭଦ୍ରକ,୨୫/୩: ଭଦ୍ରକ ଜିଲ୍ଲା ଧାମନଗର ବିଜ୍ଞାପିତ ପରିଷଦର ଅଞ୍ଚଳ(ଏନ୍ଏସି)ରେ ସ୍ଥିତିରେ ସୁଧାର ଆସିଛି। ଗତକାଲି କାଲିଠୁ ଜାରି କରାଯାଇଥିବା ୧୪୪ଧାରାକୁ ଶୁକ୍ରବାର ଭୋର ୫ଟାରୁ ଉଠାଇ ଦିଆଯାଇଛି। କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ୮ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।ଗତକାଲି ଧାମନଗର ଏନ୍ଏସି ୯ ନମ୍ୱର ୱାର୍ଡର ୧୬ ନମ୍ୱର ବୁଥ୍ ଆଗରେ ରମେଶ ଲେଙ୍କା ନାମକ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ ହୋଇଥିଲା। ସେ ଭୋଟ୍ ଦେବାକୁ ଲାଇନ୍ରେ ଛିଡ଼ା ହୋଇଥିବା ବେଳେ Continue Reading
ଭଦ୍ରକ, ୨୪/୩ : ଧାମନଗର ଏନଏସି ୯ ନମ୍ବର ୱାର୍ଡର ୧୬ ନମ୍ବର ବୁଥ୍ ସାମ୍ନାରେ ଜଣେ ବିଜେପି ଯୁବ ସମର୍ଥକଙ୍କୁ ଛୁରାମାଡ଼ ହୋଇଥିବାର ଖବର ମିଳିଛି।ତାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ମିଳିଥିବା ସୂଚନା ଅନୁଯାୟୀ, ଧାମନଗର ଏନଏସି ୯ ନମ୍ବର ୱାର୍ଡ ୧୬ ନମ୍ବର ବୁଥ୍ ସାମ୍ନାରେ ବଜାର ସାହିର ରମେଶ ଲେଙ୍କା(୨୮) ଭୋଟ୍ ଦେବାକୁ ଯାଇଥିବା ବେଳେ ସେଠାରେ ପ୍ରତିପକ୍ଷ ଦଳର କର୍ମୀଙ୍କ ସହ ବଚସା ହୋଇଥିଲା। ଏଥିରେ […]Continue Reading
ଭଦ୍ରକ,୧୯/୩: ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଅସ୍ତଳ ଛକରେ ଗ୍ୟାସ ସିଲିଣ୍ଡର ଫାଟି ଜଣେ ମହିଳା ଗୁରୁତର ହୋଇଛନ୍ତି। ନିଆଁରେ ୫ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ୩ଟି ଦମକଳ ଗାଡ଼ି ପହଞ୍ଚି ନିଆଁ ଲିଭା କାର୍ୟ୍ୟ ଜାରି ରଖିଛନ୍ତି। ଆହତ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଶନିବାର ସାଢ଼େ ୧୨ଟା ସମୟରେ ରମେଶ ଲାଲଙ୍କ ସ୍ତ୍ରୀ ଘରେ ରୋଷେଇ କରୁଥିଲେ। ଏହି ସମୟରେ ହଠାତ୍ ଗ୍ୟାସ ସିଲିଣ୍ଡରଟି ବିସ୍ଫୋରଣ ହୋଇଥିଲା। ପରେ ପାଖରେ ଥିବା ଆଉ ଗୋଟିଏ […]Continue Reading