Odisha News

ବିଶିଷ୍ଟ ଚଳଚିତ୍ର ଅଭିନେତା ବିଜୟ ମହାନ୍ତିଙ୍କ ବିୟୋଗରେ ପିସିସି ସଭାପତିଙ୍କ ଶୋକବାର୍ତ୍ତା

 PCC chief condoles the death of cine actor Bijay Mohanty

ଭୁବନେଶ୍ୱର ତା ୨୦.୭.୨୦ ରିଖ- ଓଡିଆ ଚଳଚ୍ଚିତ୍ର, ମଂଚ ଓ ଧାରାବାହିକ ଜଗତର ବିଶିଷ୍ଟ ଅଭିନେତା ତଥା ନିର୍ଦ୍ଦେଶକ ଓ ପ୍ରଯୋଜକ  ବିଜୟ ମହାନ୍ତିଙ୍କ ଦେହାନ୍ତ ଖବର ପାଇ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକ  ପ୍ରକାଶ କରିବା ସହ ଅତ୍ୟନ୍ତ ମର୍ମାହତ ।

ସ୍ବର୍ଗତ ବିଜୟ ବାବୁଙ୍କ ଦେହାନ୍ତ ଓଡିଶା ବାସୀ ଏବଂ ଓଡିଶା ଚଳଚ୍ଚିତ୍ର ଜଗତ ପାଇଁ ଏକ ଅପୁରଣୀୟ କ୍ଷତି। ଦୀର୍ଘ ୫ ଦଶନ୍ଧି ଧରି ଚଳଚ୍ଚିତ୍ର ଓ ଧାରାବାହିକରେ ବହୁ ଭୂମିକାରେ ଅଭିନୟ କରି ଉଚ୍ଚପ୍ରସଂସିତ ହୋଇପାରିଥିଲେ।ତାଙ୍କର ଉଚ୍ଚକୋଟୀର ଅଭିନୟ ପାଇଁ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ବହୁ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଥିଲେ ।

ସେ କେବଳ ଜଣେ ବ୍ୟକ୍ତି ନଥିଲେ,  ଉଚ୍ଚକୋଟୀର କଳାକାର ସୃଷ୍ଟି କରିବାର ଅନୁଷ୍ଠାନ ଥିଲେ। ସେ  ତାଙ୍କ ଜୀବନରେ ଅନେକ କଳାକାର ସୃଷ୍ଟି କରିପାରିଛନ୍ତି। ସ୍ବର୍ଗତ ମହାନ୍ତିଙ୍କ ଉଚ୍ଚକୋଟୀର ଅଭିନୟ ପାଇଁ  ସେ ସଦା ସର୍ବଦା ଲୋକଙ୍କ ହୃଦୟରେ ମନେ ରହିଥିବେ।

ପ୍ରକାଶ ଥାଉକି, ସ୍ବର୍ଗତ ମହାନ୍ତି ୨୦୧୪ ମସିହା ସାଧାରଣ ନିର୍ବାଚନରେ ଭୁବନେଶ୍ୱର ଲୋକସଭା ସଂସଦୀୟ କ୍ଷେତ୍ରରୁ ଭାରତୀୟ ଜାତୀୟ କଂଗ୍ରେସର ସାଂସଦ ପ୍ରାର୍ଥୀ ରୂପେ ନିର୍ବାଚନ ଲଢିଥିଲେ । ସ୍ବର୍ଗତ ବିଜୟ ବାବୁଙ୍କର   ଅମର ଆତ୍ମାର  ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି  ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ଗଭୀର ସମବେଦନା  ଜଣାଇଛନ୍ତି।

Related Posts

Seo wordpress plugin by www.seowizard.org.