Odisha News

ଜାତିସଂଘର ନୀତି ଅଧିକାରୀ ଭାବେ ନିଯୁକ୍ତ ହେଲେ ଓଡ଼ିଆ ଝିଅ ବୈଶାଳୀ ମହାନ୍ତି

ଭୁବନେଶ୍ୱର,୪/୭: ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଟପର୍ ହେଲେ ଓଡ଼ିଆ ଝିଅ ବୈଶାଳୀ ମହାନ୍ତି। ଏବେ ତାଙ୍କୁ ଜାତିସଂଘର ନୀତି ଅଧିକାରୀ ଭାବେ ନିଯୁକ୍ତ ମିଳିଛି। ଚଳିତ ମାସ ୧ ତାରିଖରେ ସେ କାର‌୍ୟ୍ୟଭାର ଗ୍ରହଣ କରିଛନ୍ତି।
୨୦୧୬ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଇଣ୍ଟରନ୍ୟାସନାଲ୍ ଷ୍ଟଡିଜ୍ରେ ମାଷ୍ଟର ଡିଗ୍ରୀ ପରେ ବୈଶାଳୀ ୟୁନାଇଟେଡ୍ ନେସନ୍ରେ ଇଣ୍ଟରନାସନାଲ୍ ସିଭିଲ୍ ସର୍ଭିସ୍ରେ ଯୋଗ ଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ୨୦୧୮ରେ ୟୁଏନ୍ ମିଶନ୍ରେ ଓଆଇଏମ୍ ଅଧିକାରୀ ଭାବେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ପାଇଁ କାମ କରିଥିଲେ।
ପୁରୀରେ ଜନ୍ମ ଗ୍ରହଣ କରିଥିବା ବୈଶାଳୀ ପୁରୀରେ ସ୍କୁଲ ଶିକ୍ଷା ସାରିବା ପରେ ଭୁବନେଶ୍ୱର ଓ ପରେ ଦିଲ୍ଲୀର ଲେଡି ଶ୍ରୀରାମ କଲେଜ୍ରେ ସ୍ନାତକ ଶିକ୍ଷା ଶେଷ କରିଥିଲେ।
ବୈଶାଳୀଙ୍କ ସଫଳତାକୁ ନେଇ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବଳିଷ୍ଠ ଓ ଦକ୍ଷତା ସମ୍ପନ୍ନ ମାନବ ସମ୍ବଳ ପାଇଁ ଭାରତ ପ୍ରସିଦ୍ଧ। ବୈଶାଳୀଙ୍କ ସଫଳତା ଏହାର ଆଉ ଏକ ଉଦାହରଣ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରିଛନ୍ତି। ସେହିପରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଟ୍ୱିଟ୍ କରି ଓଡିଆ ଝିଅ ବୈଶାଳୀ ମହାନ୍ତି ଅକ୍ସଫୋଡ୍ ଟପର୍ ହେବା ସାରା ଦେଶ ଏବଂ ଓଡ଼ିଶା ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି।

Related Posts

Seo wordpress plugin by www.seowizard.org.