Odisha News

କାଉଡିଆଙ୍କ ଉପରେ କଟକଣା: ଏ ବର୍ଷ ବୋଲ୍‌ବମ୍ ଯାତ୍ରା ବନ୍ଦ

Odisha govt restricts Bolbam Yatra this year to contain Covid-19

By Sukanta Mohanty/Gopal Samantaray

ଭୁବନେଶ୍ୱର, ତା ୪ ।୭ । ବୋଲବମ୍ ଭକ୍ତ ସମୂହ ବା କାଉଡିଆମାନେ ଏ ବର୍ଷ ଶ୍ରାବଣମାସ ବ୍ରତ ପାଳନ କରିବା ପାରିବେ ନାହିଁ । ସେମାନଙ୍କୁ କୌଣସି ନଦୀ ଘାଟରୁ ପାଣି ଉଠାଇବାକୁ ଅନୁମତି ମିଳିବ ନାହିଁ କିମ୍ବା ପବ୍ଲିକ୍ ରୋଡରେ ବା ସର୍ବସାଧାରଣ ରାସ୍ତାରେ ଯିବାକୁ ଅନୁମତି ମିଳିବ ନାହିଁ ।
ଏହାଛଡା ଶିବ ମନ୍ଦିରରେ ଜଳଲାଗି ମଧ୍ୟ ଅନୁମତି ମିଳିବ ନାହିଁ ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର ପି କେ ଜେନା ଶନିବାର ଦିନ କହିଛନ୍ତି ।
ରାଜ୍ୟର ଅତି ଦ୍ରୁତି ଗତିରେ ବଢିଚାଲଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯୋଗୁ ଏଭଳି ନିଷ୍ପତି ନିଆଯାଇଛି ବୋଲି କୁହାଯାଇଛି ।

Related Posts

Seo wordpress plugin by www.seowizard.org.