Odisha News

ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ପରିଚାଳନା ପରିଷଦ ନିର୍ବାଚନ; ୩୨ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପ୍ରତ୍ୟାହାର

Nayagarh District Central Cooperative Bank election: 32 candidates withdraw nomination
ମମତା ମହାପାତ୍ର ଓ ବିଶ୍ୱଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୫/୧୦: ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ପରିଚାଳନା ପରିଷଦ ନିର୍ବାଚନ ମଇଦାନରେ ଭିନ୍ନ ପରିସ୍ଥିତି ସୃଷ୍ଟି ହୋଇଛି । ୧୫ ଜୋନ୍ ପାଇଁ ୫୭ ଜଣ ପ୍ରାର୍ଥୀ ରହିଥିବା ବେଳେ ଶୁକ୍ରବାର ଦିନ ୩୨ ଜଣ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି ।
ଦଳୀୟ ଶୃଙ୍ଖଳା ମାନି ଏହି ପ୍ରାର୍ଥୀମାନେ ନିର୍ବାଚନରୁ ଓହରି ଯାଇଥିବା ଆଲୋଚନା ହୋଇଛି । ଫଳରେ ନିର୍ବାଚନ ମଇଦାନରେ ୧୦ ଜଣ ପ୍ରାର୍ଥୀ ଅପ୍ରତିଦ୍ୱନ୍ଦୀ ରହିଥିବା ସୂଚନା ମିଳିଛି । ଅନ୍ୟ ୫ଟି ଜୋନରେ ନିର୍ବାଚନ ହେବା ସୁନିଶ୍ଚିତ ହୋଇଛି ।
ଜୋନ୍ ନମ୍ବର ୧ରେ ନିତ୍ୟାନନ୍ଦ ପ୍ରଧାନ, ଜୋନ୍ ନମ୍ବର ୨ରେ ବାସନ୍ତି ରାଉତ, ଜୋନ୍ ନମ୍ବର ୫ରେ ସୂର୍ଯ୍ୟ ନାରାୟଣ ସାହୁ, ଜୋନ୍ ନମ୍ବର ୭ରେ ସଞ୍ଜୟ କୁମାର ଖୁଣ୍ଟିଆ, ଜୋନ୍ ନମ୍ବର ୮ରେ ପ୍ରଦୀପ କୁମାର ବେହେରା, ଜୋନ୍ ନମ୍ବର ୯ରେ ମାଧବ ଚନ୍ଦ୍ର ସାହୁ, ଜୋନ୍ ନମ୍ବର ୧୨ରେ ରବିନ୍ଦ୍ର ନାଥ ସାହୁ, ଜୋନ୍ ନମ୍ବର ୧୩ରେ ମନୋଜ କୁମାର ନାୟକ, ଜୋନ୍ ନମ୍ବର ୧୪ରେ ସୁରପ୍ରିୟା ମହାନ୍ତି, ଜୋନ୍ ନମ୍ବର ୧୫ରେ ମୈାସୁମୀ ସାହୁ ଅପ୍ରତିଦ୍ୱନ୍ଦୀ ହୋଇଥିବା ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ଲଗ୍ନିଜିତ ରାଉତ ସୂଚନା ଦେଇଛନ୍ତି । ସେହିଭଳି ଭାବେ ଜୋନ୍ ନମ୍ବର ୩ରେ ଦୀପ୍ତି ରଞ୍ଜନ ପରିଡ଼ା, ସନ୍ୟାସୀ ପ୍ରଧାନ ରହିଥିବା ବେଳେ ଜୋନ୍ ନମ୍ବର ୪ରେ ଦୁର୍ଯ୍ୟୋଧନ ବେହେରା, ପ୍ରସନ୍ନ କୁମାର ସ୍ୱାଇଁ, ବିଦ୍ୟାଧର ଦାଶ, ଜୋନ୍ ନମ୍ବର ୬ରେ ଉପେନ୍ଦ୍ର କୁମାର ସାହୁ, ନାରାୟଣ ସାହୁ, ସୁରେଶ ଚନ୍ଦ୍ର ଜେନା, ଜୋନ୍ ନମ୍ବର ୧୦ରେ ଚିନ୍ତାମଣୀ ନାୟକ, ମହେଶ୍ୱର ବେହେରା, ଜୋନ୍ ନମ୍ବର ୧୧ରେ ଚଇନ ବିଶ୍ୱାଳ, ଦୀନବନ୍ଧୁ ସାହୁ, ରାଜକିଶୋର ସ୍ୱାଇଁ, ସୁବଳ ଚରଣ ପ୍ରଧାନ, ସୂର୍ଯ୍ୟମଣୀ ସ୍ୱାଇଁ ପ୍ରମୂଖ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବା ଜଣାଯାଇଛି ।
ଅପ୍ରତିଦ୍ୱନ୍ଦୀ ହୋଇଥିବା ସମସ୍ତ ପ୍ରାର୍ଥୀ ବିଜୁ ଜନତା ଦଳର ବୋଲି ସୂଚନା ମିଳିଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଖଣ୍ଡପଡ଼ା ବିଧାୟକ ସୈାମ୍ୟ ରଞ୍ଜନ ପଟ୍ଟନାୟକ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କ ଉଦ୍ୟମ କ୍ରମେ ଦଳୀୟ ଶୃଙ୍ଖଳାକୁ ଗୁରୁତ୍ୱ ଦିଆଯାଇଥିବା ସୂଚନା ମିଳିଛି । ୧୦ ଟି ଜୋନ୍ ସଦସ୍ୟ ଅପ୍ରତିଦ୍ୱନ୍ଦୀ ହେବା ପରେ କିଏ ସଭାପତି ହେବ ତାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି ।

Related Posts

Seo wordpress plugin by www.seowizard.org.