Odisha News

ଆସନ୍ତୁ ଅଳ୍ପରେ ଭାରତ ସମ୍ବିଧାନ ସମ୍ପର୍କରେ କିଛି ତଥ୍ୟ ଜାଣିବା

Let’s know in nutshell about the Constitution of India

ଅକ୍ଷୟ କୁମାର ସାହୁ
ଭାରତର ସମ୍ବିଧାନ ଦୁନିଆର ସବୁଠୁ ବଡ ଓ ଦୀର୍ଘ ସମ୍ବିଧାନ ।
ଏହି ସମ୍ବିଧାନ ଲେଖା ହେବା ଲାଗି ୨ବର୍ଷ ୧୧ମାସ ୧୮ ଦିନ ଲାଗିଥିଲା ।
ଆଜିର ଦିନରେ ୪୪୭ ଆଟିକିଲ୍ସ ବା ଧାରା, ୨୫ଟି ପାର୍ଟସ ବା ଅଂଶ ଓ ୧୨ଟି ସିଡ୍ୟୁଲସ୍ ବା ଅନୁଚ୍ଚେଦ ରହିଛି ।
ପ୍ରଥମେ ଯେତେବେଳେ ସମ୍ବିଧାନ ପ୍ରସ୍ତୁତ ହୋଇଥିଲା, ସେଥିରେ ୩୯୫ଟି ଧାରା, ୨୨ ପାର୍ଟସ୍ ଓ ୮ଟି ଅନୁଚ୍ଛେଦ ରହିଥିଲା ।
୨୬ ନଭେମ୍ବର ୧୯୪୯ରେ ସମ୍ବିଧାନ ପ୍ରଣୟନ ସଭା ଦ୍ୱାରା ଏହା ଗୃହିତ ହୋଇଥିଲା
୨୬ ଜାନୁୟାରୀ ୧୯୫୦ରେ ସମ୍ବିଧାନ ଲାଗୁ ହୋଇଥିଲା ।
୨୬ ଜାନୁୟାରୀ ୧୯୨୯ରେ ଭାରତୀୟ ଜାତୀୟ କଂଗ୍ରେସ ପୂର୍ଣ୍ଣ ସ୍ୱରାଜ ଦାବି କରିଥିଲା ।
ସିଡ୍ୟୁଲସ୍‌ରେ ହେଉଛି କିଛି ଟେବୁଲ୍ । ଏଥିରେ ବିଭିନ୍ନ ଧାରା ସମ୍ପର୍କରେ ଅତିରିକ୍ତ ବାଖ୍ୟା ପ୍ରଦାନ କରାଯାଇଛି ।
ଉଦାହରଣସ୍ୱୂରୂପ ଧାରା ୩୪୬ ଓ ୩୪୭ ଅଫିସିଆଲ୍ ଲାଙ୍ଗଏଜ୍ ବା ସରକାରୀ ଭାଷା ସମ୍ପର୍କରେ କହିଥାଏ । କେଉଁଗୁଡିକ ସରକାରୀ ଭାଷା ତାହା ଅଷ୍ଟମ ଅନୁଚ୍ଛେଦରେ ବର୍ଣ୍ଣିତ ହୋଇଛି ।
ସମ୍ବିଧାନରେ ୨୨ ସରକାରୀ ଭାଷା ଭାବେ ସ୍ଥାନିତ ହୋଇଛି ।
ପ୍ରଥମ ଅନୁଚ୍ଚେଦରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ଶାସନ ସମ୍ପର୍କରେ ବାଖ୍ୟାନ ରହିଛି ।
ଦ୍ୱିତୀୟ ଅନୁଚ୍ଛେଦରେ ରାଷ୍ଟ୍ରପତି, ରାଜ୍ୟପାଳ ଓ ସୁପ୍ରୀମ୍ କୋର୍ଟ ନ୍ୟାୟାଧୀଶମାନଙ୍କ ସ୍ୱତନ୍ତ୍ର ଅଧିକାର, ଦରମା ଓ ଭତା ଇତ୍ୟାଦି ସମ୍ପର୍କରେ ବର୍ଣ୍ଣନା ରହିଛି
ତୃତୀୟରେ ସାମ୍ବିଧାନିକ ପଦବୀଧାରୀ ବ୍ୟକ୍ତିମାନଙ୍କ ଶପଥ ଗ୍ରହଣ ଉପରେ ଆଲୋଚନା ରହିଛି ।
ଚୁତୁର୍ଥ ଅନୁଚ୍ଛେଦରେ କେଉଁ ରାଜ୍ୟର କେତୋଟି ରାଜ୍ୟସଭା ସିଟ୍ ରହିଛି, ସେ ସମ୍ପର୍କରେ ଆଲୋଚନା କରାଯାଇଛି ।
ପଂଚମ ଅନୁଚ୍ଛେଦରେ ସିଡ୍ୟୁଲଡ୍ ଏରିଆ ଓ ସିଡ୍ୟୁଲଡ୍ ଟ୍ରାଇବ୍ ବା ଅନୁସୂଚିତ ଅଂଚଳ ଓ ଜନଜାତି ପ୍ରଶାସନ ଉପରେ ବିସୃତ ଭାବରେ ବାଖ୍ୟାନ ରହିଛି
ଷଷ୍ଟ ସିଡ୍ୟୁଲ୍‌ସରେ ଆସାମ, ମେଘାଳୟ, ତ୍ରିପୁରା ମଣିପୁର ଓ ମିଜୋରାମ ଭଳି ଉତରପୂର୍ବ ରାଜ୍ୟ ଶାସନ ସମ୍ପର୍କରେ ବାଖ୍ୟାନ ରହିଛି ।
ସପ୍ତମ ଅନୁଚ୍ଚେଦରେ କେନ୍ଦ୍ର-ରାଜ୍ୟ ସମ୍ପର୍କ ଓ କ୍ଷମତା ଆବଟଂନ ସମ୍ପର୍କରେ ସବିସ୍ତୃତ ବିବରଣୀ ରହିଛି । ୟୁନିୟନ ଲିଷ୍ଟ, ଷ୍ଟେଟ୍ ଲିଷ୍ଟ ଓ କନକରେଂଟ୍ ଲିଷ୍ଟରେ କେନ୍ଦ୍ର-ରାଜ୍ୟ କ୍ଷମତା ସମ୍ପର୍କର ସବିଶେଷ ଆଲୋଚନା କରେ ।
ଅଷ୍ଟମ ଅନୁଚ୍ଛେଦରେ ୨୨ଟି ସରକାରୀ ଭାଷା ଉପରେ ସମ୍ପୂର୍ଣ୍ଣ ବାଖ୍ୟାନ ରହିଛି ।
ନବମ ଅନୁଚ୍ଛେଦରେ ଭୂସଂସ୍କାର ସମ୍ପର୍କରେ କୁହାଯାଇଛି । ଏଥିରେ ଏମିତି କିଛି କେନ୍ଦ୍ର ଓ ରାଜ୍ୟ ଆଇନ୍ ରହିଛି, ଯାହାକୁ କୋର୍ଟରେ ଚ୍ୟାଲେଂଜ୍ କରାଯାଇପାରିବ ନାହିଁ ।
ଦଶମ ଅନୁଚ୍ଛେଦରେ ଦଳବଦଳ ଆଇନ ସମ୍ପର୍କରେ ସବିଶେଷ ବାଖ୍ୟାନ ବା ବର୍ଣ୍ଣନା ରହିଛି ।
ଏକାଦଶ ଅନୁଚ୍ଛେଦରେ ପଚାଂୟତିରାଜ ଶାସନ ବ୍ୟବସ୍ଥା ସମ୍ପର୍କରେ ବର୍ଣ୍ଣନା ରହିଛି ।
ଦ୍ୱାଦଶ ଅନୁଚ୍ଛେଦରେ ମୁନିସିପାଲିଟି ବା ପୌରାଚଂଳ ଶାସନ ସମ୍ପର୍କରେ ସବିଶେଷ ବର୍ଣ୍ଣନା କରାଯାଇଛି ।


(ଅକ୍ଷୟ କୁମାର ସାହୁ ଆନ୍ତର୍ଜାତୀୟ ଇଂରାଜୀ ଖବରକାଗଜ ଦି ଏସିଆନଏଜ୍‌ର ଜଣେ ବରିଷ୍ଟ ପତ୍ରକାର )

Related Posts

Seo wordpress plugin by www.seowizard.org.