Odisha News

ବିଜୟରୁ ଭାରତର ଅଭିଯାନ ଆରମ୍ଭ


India begins WC campaign from victory over Spain

ଭୁୁବନେଶ୍ୱର,୧୪/୧: ଶୁକ୍ରବାର ଦିନ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମ୍ ରେ ଖୋଳା ଯାଇଥିବା ଚଳିତ ହକି ବିଶ୍ବକପ୍ର ବିଜୟ ସହ ହିକି ବିଶ୍ୱ କପ୍ ର ଯାତ୍ରା ଆରମ୍ଭ କରିଛି ଭାରତ । ବିଶ୍ବ ମାନ୍ୟତା ତାଲିକାର ଷଷ୍ଠ ସ୍ଥାନରେ ଥିବା ଶକ୍ତିଶାଳୀ ଭାରତ ୨-୦ ଗୋଲ୍ରେ ପ୍ରତିପକ୍ଷ ସ୍ପେନ୍କୁ ପରାସ୍ତ କରିଛି। ମ୍ୟାଚ୍ର ଦ୍ବାଦଶ ମିନିଟ୍ରେ ସୁନ୍ଦରଗଡ଼ ମାଟିର ପୁଅ ତଥା ଭାରତୀୟ ଦଳର ଉପଅଧିନାୟକ ଅମିତ ରୋହିଦାସ ପେନାଲ୍ଟି କର୍ଣ୍ଣର୍କୁ ଚମତ୍କାର ଗୋଲ୍ରେ ପରିଣତ କରିଥିଲେ। ଅମିତଙ୍କ ଏହି ଗୋଲ୍ ବଳରେ ଦଳ ୧-୦ରେ ଆଗୁଆ ରହିଥିଲା।
ଦ୍ୱିତୀୟ କ୍ୱାର୍ଟରରେ ଭାରତୀୟ ଟିମ୍ରେ ସାମାନ୍ୟ ପରିବର୍ତ୍ତନ ହୋଇଥିଲା। ଶ୍ରୀଜେଶଙ୍କ ସ୍ଥାନରେ କୃଷ୍ଣ ପାଠକ ଗୋଲ୍କିପର ଦାୟିତ୍ୱ ନେଇଥିଲେ। ଏହି କ୍ୱାର୍ଟରରେ ମଧ୍ୟ ଭାରତ ତା’ର ଆକ୍ରମଣ ଜାରି ରଖିଥିଲା। ସ୍ପେନ୍ କାଉଣ୍ଟର ଆଟାକ୍ କରିଥିଲା। କିନ୍ତୁ ଭାରତକୁ ଚେକ୍ ଦେବାରେ ବିଫଳ ହୋଇଥିଲା। ଏହି କ୍ୱାର୍ଟରରେ ସ୍ପେନ୍ ତା’ର ପ୍ରଥମ ପେନ୍ଲାଟି କର୍ଣ୍ଣର ପାଇଥିଲା। ତେବେ ଏହାକୁ ଗୋଲ୍ରେ ପରିଣତ କରିପାରି ନଥିଲା। ଭାରତୀୟ ଗୋଲ୍ କିପର କୃଷ୍ଣ ପାଠକ ଗୋଲ ହେବାକୁ ଦେଇ ନଥିଲେ। ଅନ୍ୟପକ୍ଷରେ ଭାରତ ଆଉ ଗୋଟିଏ ଗୋଲ୍ ଦେବାରେ ସଫଳ ହୋଇଥିଲା। ଏହି ଗୋଲ୍ଟି ହାର୍ଦ୍ଦିକ ସିଂହ ଦେଇଥିଲେ।

Related Posts

Seo wordpress plugin by www.seowizard.org.