Odisha News

ଶିକ୍ଷୟିତ୍ରୀ ସ୍ଵର୍ଣ୍ଣଲତା ଦାସଙ୍କ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ

First death anniversary of Swarnalata Das observed
ଗୋପାଳ ସାମନ୍ତରାଙ୍କ ରିପୋର୍ଟ
ଭୁବବେଶ୍ୱର, ୧୩/୪: ଷୋମବାର ଦିନ ନାଗେଶ୍ବର ଟାଙ୍ଗୀ ଅନ୍ତର୍ଗତ ଜୟଦେବ ନଗର ସ୍ଥିତ ହରିହର ବିଦ୍ୟାପୀଠର ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ସ୍ଵର୍ଣ୍ଣଲତା ଦାସଙ୍କ ପ୍ରଥମ ଶ୍ରାଦ୍ଧ ଵାର୍ଷିକ ଉପଲକ୍ଷେ ପୂର୍ବତନ ଛାତ୍ରଛାତ୍ରୀ ତଥା ଆଲୁମିନ୍ ଗ୍ରୁପ ତରଫରୁ ଏକ ଶ୍ରଦ୍ଧାଂଜଳି ସଭା ଆୟୋଜନ କରାଯାଇଥିଲା l
ଏହି ସଭାରେ ଅତିଥି ଭାବେ ନୃପେଶ ନାଏକ, ଆଲୁମିନ୍ ଗ୍ରୁପ ପ୍ରେସିଡେଣ୍ଟ ଡଃ ମନସ୍ଵିନୀ ଦାଶ, ପୂର୍ବତନ ଶିକ୍ଷା ନିର୍ଦ୍ଦେଶକ, ସ୍କୁଲ ଓ ଗଣଶିକ୍ଷା ବିଭାଗ ଡଃ ଶରତ କୁମାର ବିଶ୍ବାଳ,ପୂର୍ବତନ ଶିକ୍ଷା ନିର୍ଦ୍ଦେଶକ, ସ୍କୁଲ ଓ ଗଣଶିକ୍ଷା ବିଭାଗ ଶ୍ରୀମତୀ ସଲିଳା ସେଠୀ, ପୂର୍ବତନ ଡି.ଇ.ଓ. ପୁରୀ ଶ୍ରୀଯୁକ୍ତ ବିଶ୍ଵନାଥ ତରାଇ, ଡି.ଇ.ଓ. ଖୋର୍ଦ୍ଧା. ଯୋଗ ଦେଇଥିଲେ l
ପୂର୍ବତନ ଓ ଵର୍ତମାନର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ସ୍ବର୍ଗତ ସ୍ଵର୍ଣ୍ଣଲତା ଦାସଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବା ସହିତ ତାଙ୍କ ସହିତ ଅତିବାହିତ କରିଥିବା ଅଲିଭା ସ୍ମୃତିକୁ ବର୍ଣନା କରିଥିଲେ ଯାହାକି ସେଠାରେ ଏକ ଭାବ ବିହ୍ବଳ ପରିବେଶ ସୃଷ୍ଟି କରିଥିଲା l
ସ୍ବର୍ଗତ ସ୍ବର୍ଣ୍ଙଲତା ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ସେଠାରେ ଏକ ରକ୍ତଦାନ ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା l କ୍ୟାପିଟାଲ ହସପିଟାଲ ରକ୍ତ ଭଣ୍ଡାର ଦ୍ବାରା ମୋଟ ୧୯ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l
ଶେଷରେ ଛାତ୍ରଛାତ୍ରୀମାନେ ଏହି ସଭାକୁ ସୁଚାରୁ ରୂପେ ଆୟୋଜନ ହୋଇପାରିଥିବାରୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମକର୍ତାମାନଙ୍କୁ ଧନ୍ୟବାଦ ଦେଇ ସଭା ଶେଷ କରିଥିଲେ l

Related Posts

Seo wordpress plugin by www.seowizard.org.