Odisha News

ରାୟଗଡ ବିଭିନ୍ନ ଅବକାରୀ ଥାନା ଅଂଚଳରେ ବିଭାଗର ଚଢାଉ: ବହୁତ ଦେଶୀ ରନ୍ଧାମଦ , ପୋଚ୍ଚ ରନ୍ଧା ସାମଗ୍ରୀ ଜବତ୍

Excise rains at several places in Rayagada; huge quantity of country liquor seized

By Sudhansu Singh

ରାୟଗଡ/୧୬/୭/୨୦: ଲକ ଡାଉନ  ସମୟରେ ରାୟଗଡ ଜିଲ୍ଳାରେ ବେଆଇନ ଚୋରା ମଦ କାରବାରକୁ ରୋକିବା ପାଇଁ ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ଙ୍କ ନିର୍ଦ୍ଦେଶ କ୍ରମେ  ଜିଲ୍ଳା ଅବକାରୀ ବିଭାଗ ଜିଲ୍ଳାର ବିଭିନ୍ନ ଅବକାରୀ ଥାନା ଅଂଚଳରେ ବିଭାଗୀୟ ଅଧିକାରୀ ମାନଙ୍କ ଦ୍ୱରା ବ୍ୟାପକ ମାତ୍ରା ରେ ଚଢାଉ କରି ବିପୁଳ ପରିମାଣରେ ଦେଶୀ ରନ୍ଧାମଦ,ମହୁଲ ପୋଚ, ସଲପ ବା ତାଡି ସହ ଦେଶୀମଦ, ରନ୍ଧା ସାମଗ୍ରୀ ଜବତ କରିବା ସହ ନଷ୍ଟ କରିଥିବା ବେଳେ ଜିଲ୍ଳାରେ ଚୋରାମଦ କାରବାରକୁ ଏକ ପ୍ରକାର ନିୟନ୍ତ୍ରଣ କରିବାରେ ସଫଳ  ହୋଇଛନ୍ତି । ସେହିପରି  ଗତ ତା ୧୦.୭.୨୦ରିଖଦିନ ଗୁରୁବାର ଦିନ ଅବକାରୀ ନିରୀକ୍ଷକ ରାୟଗଡ  ଦିଲ୍ଲୀପି ଗୌଡ଼ଙ୍କ ନେତୃତ୍ବରେ ଅବକାରୀ ଦଳ,ମୋବାଇଲ ଟିମ,ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିରେ ଶେଷଖାଲ  ଥାନା ଅନ୍ତର୍ଗତ  ସାନ୍ଧୁବାଡି,ତାମ୍ବଲବାଇ ଓ ବ୍ଲୁମାଟି ଗ୍ରାମରେ ଚଡଉ କରି ୧୪୫୦୦ଲିଟର ମହୁଲ ପୋଚ ସାଂଗକୁ ୫୪୦ଲିଟର ଦେଶୀ ମଦ ଜବତ କରିଥିଲେ।ସେହିପରି ଆମ୍ବଦଳା  ଥାନା ଅନ୍ତର୍ଗତ ଲଟିଗୁଡା,ଶୁକ୍ରଭଟା ଗ୍ରାମରୁ ୨୮୦ଲିଟର ମହୁଲ ପୋଚ ଓ ୩୯ଲିଟର ଦେଶୀ ରନ୍ଧାମଦ ଜବତ କରି ସୁଭାଷ ସିକକା ନାମକ ବ୍ୟକ୍ତିଙ୍କୁ ଗିରଫ କରିଥିଲେ ।ସେହିପରି ଗତ ୧୧.୭.୨୦ରିଖଦିନ ଗୁଣପୁର ଥାନା ଅନ୍ତର୍ଗତ ରାଜାଦଙ୍ଗା ନଗରରେ ଚଡଉ କରି  ୨୪୦୦ଲିଟର ମହୁଲ ପୋଚ ଓ ୧୫୦ଲିଟର ଦେଶୀ ରନ୍ଧାମଦ ଜବତ କରିବା ନଷ୍ଟ କରିଥିଲେ । ସେହିପରି ଚନ୍ଦ୍ରୟୁଗୁଡା ଗ୍ରାମରେ ଚଢ଼ାଉ କରି  ୪୦ ଲିଟର ମଦ ଓ ୩୫୦ଲିଟର ପୋଚ୍ଚ ଜବତ କରି ନଷ୍ଟ କରିଥିଲେ । ସେହିପରି ଗତ ୧୨.୭.୨୦ରିଖଦିନ ଗୁଡାରୀର ନୈରା ଓ ପୂଜାବିଲା ଗ୍ରାମର ନାଳରେ  ଚଢ଼ାଉ କରାଯିବା ସହ ୬୫୦ଲିଟର ପୋଚ୍ଚ ଓ ୩୦ଲିଟର ମଦ ସହ ରନ୍ଧା ସାମଗ୍ରୀ ଜବତ କରିବା ସହ ନଷ୍ଟ କରିଥିଲେ । ମୁନିଗୁଡାର ସିଙ୍ଗାରି ଗ୍ରାମରେ ୪୫୦ଲିଟର ପୋଚ୍ଚ ଓ ୪୦ଲିଟର ମଦ ଜବତ କରିଥିଲେ । ଗତ ତା ୧୩.୭.୨୦ରିଖଦିନ ଗୁଣପୁରର ଆମ୍ବେଦକର ନଗରରେ ୧୦ଲିଟର ମଦ ସହ କାହନୁ ଚରଣ ନାହାକ ନାମକ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା ।ସେହିପରି ରାୟଗଡ ଥାନା ଅନ୍ତର୍ଗତ ଚିନ୍ତାଲିଗୁଡ଼ାରେ ଚଢ଼ାଉ କରି  ଗ୍ରାମର ନାସାରି କାଦ୍ରକା ଓ ସୁରୀ କାଦ୍ରକା ନାମକ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ  ଚାନ୍ଦଲି ଥାନା  ଅଂଚଳରେ ତାଣ୍ଡିପୁର ଗ୍ରାମରେ ଚଢାଉ କରାଯାଇ  ୧୦୦ଲିଟର ମହୁଲ ପୋଚ ଓ ୧୦ଲିଟର ମଦ ଜବତ କରି ନଷ୍ଟ କରାଯାଇଥିବା ଏଥି ସହ ଜଡିତ ହଳଧର କନ୍ଦପାନ ନାମକ ଵ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା । ସେହିପରି ଗୁଡାରୀ ଥାନା ଅନ୍ତର୍ଗତ ରାଜବାଲି ଓ ଅନୁଗୁରଥ ଗ୍ରାମରେ ଚଢ଼ାଉ କରି୮୦୦ଲିଟର ପୋଚ୍ଚ ଓ ୨୬ଲିଟର ଦେଶୀ ରନ୍ଧାମଦ ଜବତ କରିଥିଲେ ।     ସେହିପରି ଗତ ତା ୧୫.୭.୨୦ରିଖରେ ଗୁଡାରୀର ଥାନା ଅନ୍ତର୍ଗତ ବସନ୍ତ ନଗର ଅଞ୍ଚଳରେ ଚଢ଼ାଉ କରି ୮୫୦କିଲୋଗ୍ରାମ ପୋଚ୍ଚ ଓ ୧୩ଲିଟର ମଦ ଜବତ କରି ନଷ୍ଟ କରାଯାଇଥିଲା। ସେହିପରି ଆମ୍ବଦଳା ଓ କଲ୍ୟାଣସିଂପୁର ଅଞ୍ଚଳରେ ଚଢ଼ାଉ କରି ବହୁତ ଗଡ଼ା ଏ ପୋଚ୍ଚ ଓ ମଦ ଜବତ କରାଯାଇ ନଷ୍ଟ କରିଥିବା ନେଇ ଜିଲ୍ଳା ଅବକାରୀ ଅଧୀକ୍ଷକ ଶ୍ରୀ ବେହେରା ସୂଚନା ଦେଇଛନ୍ତି ।

Related Posts

Seo wordpress plugin by www.seowizard.org.