Odisha News

ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ମିଳିଲା ଆଜୀବନ କାରାଦଣ୍ଡାଦେଶ, ଅନ୍ୟତମ ସହଯୋଗୀଙ୍କୁ ନିର୍ଦ୍ଦୋଷରେ ଖଲାସ

ଝାରସୁଗୁଡା, ୨/ ୪ : ବହୁ ଚର୍ଚ୍ଚିତ କଳ୍ପନା ଦାଶ ଓ ବବଲି ଡବଲ ମର୍ଡର ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ବିଧାୟକ ଅନୁପ ସାଏ । ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ରାୟଗଡ ଅତିରିକ୍ତ ଜିଲା ଦୌରା ଜଜ । ଏହି ମାମଲାରେ ଅନ୍ୟତମ ସହଯୋଗୀ ଅନୁପଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋକୁ ନିର୍ଦ୍ଦୋଷ ରେ ଖଲାସ କରିଛନ୍ତି କୋର୍ଟ ।
ସୂଚନା ଅନୁଯାୟୀ ଛତିଶଗଡ଼ ଚକ୍ରଧର ନଗର ଥାନା ଅଞ୍ଚଳରେ ୨୦୨୦ ଫେବୃଆରୀ ୧୩ ତାରିଖରେ ଘଟିଥିଲା ଏହି ଡବଲ ମର୍ଡର ଘଟଣା । ମାମଲାରେ ଛନ୍ଦି ହୋଇ ପୂର୍ବତନ ବିଧାୟକ ଅନୁପ ସାଏ ୨ ବର୍ଷ ତଳୁ ଜେଲରେ ଅଛନ୍ତି ।
ପୋଲିସ ପ୍ରଥମେ ଅନୁପଙ୍କୁ ନିଜ ହେପାଜତକୁ ନେବା ପରେ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋକୁ ପ୍ରମୁଖ ସହଯୋଗୀ ଭାବେ ଗିରଫ କରିଥିଲା । ଦୁଇମାସ ତଳେ ବର୍ଦ୍ଧନ ଟପ୍ପୋଙ୍କୁ ହାଇକୋର୍ଟରୁ ଜାମିନ ମଂଞ୍ଜୁର ହୋଇଛି । ଏବେ ଏହି ମାମଲାରୁ ରାୟ ପ୍ରକାଶ ପାଇଛି ।

Related Posts

Seo wordpress plugin by www.seowizard.org.