ଗଣମାଧ୍ୟମର ପରିବର୍ତ୍ତିତ ପ୍ରକୃତି
Changing Nature Of The Press
ଅକ୍ଷୟ କୁମାର ସାହୁ
ପ୍ରତିବର୍ଷ ଆମେ ନଭେମ୍ବର ୧୬ ତାରିଖରେ ଜାତୀୟ ପ୍ରେସ୍ ଦିବସ ପାଳନ କରିଥାଉ । ଏହି ଅବସରରେ ଜାତୀୟ ପ୍ରେସ୍ ପରିଷଦ ବା ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ ଏକ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଜନସାଧାରଣରେ ଆଲୋଚନା କରିବା ପାଇଁ ସ୍ଥିରକୃତ କରିଥାଏ । ଚଳିତ ବର୍ଷର ବିଷୟବସ୍ତୁ ହେଉଛି ‘ଦି ଚେଞ୍ଜିିଂଗ୍ ନେଚର ଅଫ୍ ପ୍ରେସ୍’ । ଏହାର ଓଡ଼ିଆ ଭାବାର୍ଥ ହେଉଛି ଗଣମା୍ମର ପରିବର୍ତ୍ତିତ ପ୍ରକୃତି ବା ରୂପ ।
ବିଗତ ଦୁଇ ଦଶନ୍ଧି ମଧ୍ୟରେ ସାରା ବିଶ୍ୱରେ ସାମ୍ବାଦିକତା ଏବଂ ଗଣମାଧ୍ୟମରେ ଅନେକ ପରିବର୍ତ୍ତନ ଆସିଛି । ଏକଦା ଖବରକାଗଜ, ପତ୍ରିକା, ରେଡିଓ ଏବଂ ଟେଲିଭିଜନ୍ ଜନସାଧାରଣମାନଙ୍କ ଖବର ଜାଣିବାର ପ୍ରାଧାନ ମାଧ୍ୟମ ଥିଲା । ହେଲେ ବର୍ତ୍ତମାନ ଡିଜିଟାଲ ଏଜ୍ ବା ସମୟ । ପାରମ୍ପାରିକ ଗଣମାଧ୍ୟମଗୁଡିକ ନୂତନ ଇଣ୍ଟରନେଟ୍ ଦ୍ୱାରା ପରିଚାଳିତ ନୁଜ୍୍ ୱେବ୍ସାଇଟ୍, ବ୍ଲଗ, ୟୁଟ୍ୟୁବ୍, ଇନ୍ଷ୍ଟାଗ୍ରାମ, ଫେସ୍ବୁକ୍ ଓ ଲିଙ୍କ୍ଡ୍ଇନ୍ ଭଳି ଅନେକ ଡିଜିଟାଲ୍ ପ୍ଲାଟଫର୍ମ ଭିନ୍ନଭିନ୍ନ ଢଙ୍ଗରେ ସମ୍ବାଦ ପରିବେଷଣ କରୁଛନ୍ତି । ସବୁଠାରୁ ବଡକଥା ହେଲା ଉପରୋକ୍ତ ସୋସିଆଲ୍ ମିଡିଆ ତଥା ଅଗଣିତ ରିଅଲ୍ ଟାଇମ୍ ନ୍ୟୁଜ୍ ଆପ୍, ବ୍ଲଗ୍ ଅସରନ୍ତି ଖବରର ଉତ୍ସ ପାଲଟି ଯାଇଛନ୍ତି । ନୂତନ ଗଣମାଧ୍ୟମଗୁଡିକ ପାରମ୍ପରିକ ସମ୍ବାଦପତ୍ର, ସାମ୍ବାଦିକ, ପାଠକ ଓ ଦର୍ଶକମାନଙ୍କୁ ବିଭିନ୍ନ ଢଙ୍ଗରେ ପ୍ରଭାବିତ କରିବା ଦେଖାଯାଉଛି ।
ଏବେ ପାରମ୍ପାରିକ ଗଣମାଧ୍ୟମରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପରିଲକ୍ଷିତ ହେଉଛି । ତାହା ହେଲା ମୁଦ୍ରଣ ଖବରକାଗଜ ଏବଂ ପତ୍ରିକାର ସଂଖାରେ ହ୍ରାସ ଓ ସେମାନଙ୍କର ଡିଜିଟାଲ ଉପସ୍ଥିତି ଅଧିକ ଭାବେ ସାବସ୍ତ୍ୟ କରିବାର ପୟାସ । ଏହାର ପ୍ରମୂଖ କାରଣ ହେଲା ଡିଜିଟାଲ୍ ମିଡିଆର କ୍ରମବର୍ଦ୍ଧିଷ୍ଣୁ ଆକାର ଯୋଗୁ ପାରମ୍ପରିକ ଗଣମାଧ୍ୟମର ବିଜ୍ଞାପନର ଆୟ ଆଶ୍ଚର୍ଯ୍ୟଜନକ ଭାବେ ହ୍ରାସ ପାଇଛି । ଅନେକ ପାରମ୍ପରିକ ଗଣମାଧ୍ୟମ ସମୟର ଆବଶ୍ୟକତାକୁ ଅନୁଭବ କରି ନିଜନିଜର କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆଣି ଡିଜିଟାଲ ପ୍ଲାଟଫର୍ମକୁ ଅତିରିକ୍ତ ମାଧ୍ୟମ ଭାବେ ଆପଣାଇନେଇ ନିଜର ପାଠକ ବା ଦର୍ଶକମାନଙ୍କୁ ବାନ୍ଧି ରଖିବାକୁ ଚେଷ୍ଟା କରୁଥିବା ବେଳେ ଅନେକ ଗଣମାଧ୍ୟମ ଏହି ପ୍ରତିଯୋଗିତାରେ ସଫଳତାର ସହିତ ଦୌଡି ନପାରିବାରୁ ନିଜର ଆଉଟ୍ଲେଟ୍ ବା ସଂସ୍ଥାକୁ ବନ୍ଦ କରିଦେଇଛନ୍ତି । ଡିଜିଟାଲ ଏଜ୍ରେ ୨୪ ଘଣ୍ଟିଆ ସମ୍ବାଦ ପରିବେଷଣ ଏକ ନୂଆ ବାସ୍ତବତା ବା ନ୍ୟୁ ରିୟଲଟି ହୋଇଛି । ଏହାକୁ କେହି ଅସ୍ୱୀକାର କରିପାରିବେ ନାହିଁ । ଡିଜିଟାଲ ଗଣମାଧ୍ୟମ ଦ୍ୱାରା ଅନେକ ଖର୍ଚ୍ଚ ହ୍ରାସ କରାଯିବା ସହିତ ପାଠକ ଓ ଦର୍ଶକମାନଙ୍କ ନିକଟରେ ଖୁବ୍ କମ୍ ସମୟ ଓ ସବୁ ସମୟରେ ପହଞ୍ଚି ହେଉଥିବାରୁ ଏହା ବର୍ତମାନ ଅଧିକ ଜନାଦୃତି ଲାଭ କରୁଛି । ଦେଶର ପ୍ରମୂଖ ଇଂରାଜୀ ଖବରକାଗଜ ଯଥା ‘ଟାଇମ୍ସ ଅଫ୍ ଇଣ୍ଡିଆ’, ‘ହିନ୍ଦୁସ୍ତାନ ଟାଇମ୍ସ’, ‘ଏସିଆନ୍ ଏଜ୍’, ‘ଡେକାନ୍ କ୍ରୋନିକଲ୍’ ଏବଂ ‘ପାଓନିୟର ଭଳି ପ୍ରମୁଖ ଜାତୀୟ ସମ୍ବାଦପତ୍ର ବର୍ତ୍ତମାନ ସେମାନଙ୍କର ଡିଜିଟାଲ୍ ଉପସ୍ଥିତିକୁ ଅଧିକ ଭାବେ ସାବସ୍ତ୍ୟ କରିବା ଲାଗି ପ୍ରୟାସ କରୁଥିବା ଦେଖାଯାଉଛି ।
ଆମ ଓଡ଼ିଶାରେ ସମ୍ବାଦ, ସମାଜ ଓ ପ୍ରମେୟ ପ୍ରଭୃତି ଖବରକାଗଜ ସମେତ ଓଟିଭି, କନକ, ଅର୍ଗସ, ନ୍ୟୁଜ୍ ୭ ଓ ନ୍ୟୁଜ୍ ୧୮ ଓଡ଼ିଆ ଭଳି ଟେଲିଭିଜନ ଚ୍ୟାନେଲ୍ଗୁଡିକ ମଧ୍ୟ ଡିଜିଟାଲ ପ୍ଲାଟଫର୍ମ ଉପରେ ବେଶ୍ ପ୍ରାଧାନ୍ୟ ଦେଉଥିବା ଦେଖାଯାଏ । ଡିଜିଟାଲ୍ ସମ୍ବାଦ ପରିବେଷଣ କରୁଥିବା ସଂସ୍ଥାଗୁଡିକର ସବୁଠୁ ବଡ ଉପଯୋଗିତା ହେଲା ଏଗୁଡିକ ଇଣ୍ଟରାକ୍ଟିଭ୍ ବା ଏଥିରେ ପାଠକ ବା ଦର୍ଶକ ସିଧାସଳଖ ନିଜନିଜର ଭାବର ଆଦାନପ୍ରଦାନ କରିପାରିବେ ।
ବର୍ତ୍ତମାନର ଡିଜିଟାଲ୍ ଯୁଗ ସମ୍ବାଦ ପରିବେଷଣ ପଦ୍ଧତି ଓ ସାମ୍ବାଦିକମାନଙ୍କ କାର୍ଯ୍ୟଶୌଳୀକୁ ଏକ ବଦଳାଇ ଦେଇଛି । କୌଣସି ଗଣମାଧ୍ୟମ ବା ବା ସାମ୍ବାଦିକ ନିଜ ଢଙ୍ଗରେ ବା ମନମୁତାବକ ସମ୍ବାଦ ପରିବେଷଣ କରି ରହିପାରିବ ନାହିଁ । ଏହି ଇଣ୍ଟରାକ୍ଟିଭ୍ ଆଉଟ୍ଲେଟ୍ଗୁଡିକରେ ପାଠକ ବା ଦର୍ଶକ ନିଜର ପ୍ରତିକ୍ରିୟା ପ୍ରକାଶ କରୁଥବାରୁ ସେମାନଙ୍କୁ ଅଧିକ ସଚେତନ ହୋଇ ବିଶ୍ୱସନୀୟ ଖବର ପରିବେଷଣ କରିବାକୁ ପଡୁଛି । ଅନ୍ୟଥା ସେମାନଙ୍କୁ ହଟାହଟା ହେବାକୁ ପଡୁଛି । କହିବାକୁ ଗଲେ ସୂଚନା ଓ ସମ୍ବାଦ ପ୍ରସାରଣର ଏବେ ଅନେକ ବିବିଧତା ସୃଷ୍ଟି ହୋଇଛି । ସ୍ୱାଧୀନ ସାମ୍ବାଦିକ, ବ୍ଲଗର୍ ଏବଂ ନାଗରିକ ସାମ୍ବାଦିକମାନେ ବଡ଼ ବଡ଼ ଗଣମାଧ୍ୟମ ଦ୍ୱାରା ପୂର୍ବରୁ ଯେଉଁଭଳି ଭାବେ ଅଣଦେଖା ହେଉଥିଲେ, ବର୍ତମାନ ତାହାର ଏକ ପ୍ରକାର ଅବସାନ ଘଟିଛି ବୋଲି କୁହାଯାଇପାରେ । ଅନ୍ୟ ଏକ ଦୃଷ୍ଟିରେ କହିବାକୁ ଗଲେ ଡିଜିଟାଲ୍ ସମ୍ବାଦପତ୍ରର ଉତ୍ଥାନ ଯୋଗୁ କିଛି ଅପରିଣାମଦର୍ଶୀ ବ୍ୟକ୍ତି ଏହାର ଅସଦୁପଯୋଗ କରି ଭୁଲ ତଥ୍ୟ ଓ ମିଥ୍ୟା ସମ୍ବାଦ ପରିବେଷଣ କରୁଛନ୍ତି । ଏହାର ନକାରତ୍ମକ ପ୍ରଭାବ ସମାଜିକ ଶୃଙ୍ଖଳାକୁ ବେଶ୍ ବ୍ୟାହତ କରୁଛି ।
ନ୍ୟୁଜ୍ ଉପଭୋକ୍ତାଙ୍କୁ ଆକୃଷ୍ଟ କରିବାରେ ଆଲଗୋରିଦମ ଏବଂ ସୋସିଆଲ୍ ମିଡିଆର ଭୂମିକା
ଆଧୁନିକ ପ୍ରେସର ଅନ୍ୟ ଏକ ବ୍ୟାଖ୍ୟାକାରୀ ବୈଶିଷ୍ଟ୍ୟ ହେଉଛି ଆମେ ଦେଖୁଥିବା ଖବରକୁ ଆକୃଷ୍ଟ କରିବା ପାଇଁ ବ୍ୟାପକ ଭାବେ ଆଲଗୋରିଦମ ବା ବୈଜ୍ଞାନିକ ସମ୍ମତ ପରିସଂଖ୍ୟାନର ବ୍ୟବହାର । ଫେସବୁକ୍, ଟ୍ୱିଟର (ଏକ୍ସ) ଓ ଇନଷ୍ଟାଗ୍ରାମ୍ ପରି ପ୍ଲାଟଫର୍ମରେ ଆଲଗୋରିଦମଗୁଡିକ ସ୍ଥିର କରେ ଯେ ଆମର ପୂର୍ବ ପାରସ୍ପରିକ କାର୍ଯ୍ୟକଳାପ ଉପରେ ଆଧାର କରି ଆମକୁ କିଛି ନିର୍ଦ୍ଧିଷ୍ଟ ଫିଡ୍ ବା ସମ୍ବାଦ ବା ସେହିଭଳି ଅନ୍ୟ କିଛି କଣ୍ଟେଟ୍ ପରିବେଷଣ କରାଯିବ ।ଏହି ସିଲେକ୍ଟିଭ୍ ଏକ୍ସପୋଜର୍ ପ୍ରାୟତଃ ‘ଫିଲ୍ଟର୍ ବବୁଲସ୍’ ନାମକ ଏକ ଟେକ୍ନୋଲୋଜି ସ୍ଥିର କରିଥାଏ । ସୋସିଆଲ ମିଡିଆରେ ଆଲଗୋରିଦମଗୁଡିକ ଦ୍ୱାର ସୃଷ୍ଟ ଫିଲ୍ଟର୍ ବବୁଲସ୍’ ଇକୋଚ୍ୟାମ୍ବର ଉପଭୋକ୍ତାମାନଙ୍କୁ ସେମାନେ ଅଜାଣତରେ ପୋଲାରାଇଜ୍ ବା ଠୁଳକରଣ କରି ନିର୍ଦ୍ଧିଷ୍ଟ ବିଷୟବସ୍ତୁଗୁଡିକୁ ବାରମ୍ବାର ଦେଖାଇବା ସହିତ ସାମ୍ପ୍ରତିକ ଘଟଣାଗୁଡ଼ିକ ଉପରେ ସେମାନଙ୍କର ସନ୍ତୁଳିତ ଦୃଷ୍ଟିକୋଣ ପ୍ରବେଶକୁ ସୀମିତ କରିଦେଉଛନ୍ତି । ଏହା ଏକ ନୂଆ ଆହ୍ୱାନ ଆମ ସସସ୍ତଙ୍କ ନିକଟରେ ଛିଡା କରିଛି ।
ତ୍ରୁଟିପୂର୍ଣ୍ଣ ତଥ୍ୟ ଏବଂ ନକଲି ସମ୍ବାଦ ବିରୁଦ୍ଧରେ ବେସାଲିସ୍ ସଂଗ୍ରାମ
ସାମ୍ପ୍ରତିକ ଡିଜିଟାଲ୍ ଲ୍ୟାଣ୍ଡସ୍କେପରେ ଭୁଲ ତଥ୍ୟ ଏବଂ ମିଥ୍ୟା ଖବର ଏକ ବ୍ୟାଧି ଭାବରେ ବ୍ୟାପି ଚାଲିଛି । ସୋସିଆଲ ମିଡିଆରେ
ମିଥ୍ୟା କିମ୍ବା ବିଭ୍ରାନ୍ତିକର ସଠିକତା ଯାଞ୍ଚ କରିବା ପୂର୍ବରୁ ବ୍ୟାପି ଯାଉଛି । ଏହା ଦ୍ୱାରା ନାନା ପ୍ରକାର ସାମାଜିକ, ଆର୍ଥିକ ଓ ସାଂସ୍କୃତିକ ବିଶୃଙ୍ଖଳା ସୃଷ୍ଟି ହେବା ସହିତ ଗଣତନ୍ତ୍ର ମଧ୍ୟ ଭିଷଣଭାବରେ ପ୍ରଭାବିତ ହେଉଛି । ବର୍ତ୍ତମାନ ଗଣମାଧ୍ୟମରେ ସମ୍ନାରେ ଯେଉଁ ବଡ ଆହ୍ୱାନ ଛିଡା ହୋଇଛି ତାହା ହେଲା ସମ୍ବାଦର ସଠିକତା ସୁନିଶ୍ଚିତ କରିବା । ଏବେ ବଡବଡ ଖବରକାଗଜ ଓ ଡିଜିଟାଲ ପ୍ଲାଟ୍ଫର୍ମ ନିଜର ତଥ୍ୟା ଯାଞ୍ଚ ବା ଫ୍ୟାକ୍ଟଚେକ୍ ବ୍ୟବସ୍ଥା ସୃଷ୍ଟି କରିଛନ୍ତି । ଏହା ନିହାତି ପ୍ରଶଂସାଯୋଗ୍ୟ । ଭାଇରାଲ୍ କାହାଣୀଗୁଡିକ ଶୀଘ୍ର ଯାଞ୍ଚ କିମ୍ବା ତ୍ରୁଟିମୁକ୍ତ କରିବା ପାଇଁ ଫ୍ୟାକ୍ଟ ଚେକିଂ ଗଣମାଧ୍ୟମ ଲାଗି ଅତ୍ୟାବଶ୍ୟକ ଅଂଶ ହୋଇପଡିଛନ୍ତି ।
ବିଶ୍ୱସନୀୟତାର ପରିବତ୍ତିତ ପରିଭାଷା
ଅତୀତରେ, କେତେଗୁଡ଼ିଏ ସୁ-ପ୍ରତିଷ୍ଠିତ ସମ୍ବାଦପତ୍ରକୁ ପ୍ରାଥମିକ ଦ୍ୱାରପାଳ ବା ପ୍ରାଇମେରି ଗେଟ୍କିପର ଭାବରେ ବିବେଚନା କରାଯାଉଥିଲା । ହେଲେ ଆଜି ଅନେକ ଡିଜିଟାଲ ଗଣମାଧ୍ୟମଗୁଡିକ ଭିଡ ଭତିରେ ଏହି ସମ୍ବାଦପତ୍ର ସମୁହ ସେମାନଙ୍କର ପୂର୍ବ ବିଶ୍ୱସନୀୟତାର ସ୍ତରରେ ଅନେକ ହ୍ରାସ ହେଉଥିବା ପରିଲକ୍ଷିତ କରୁଛନ୍ତି । ପାରମ୍ପାରିକ ସମ୍ବାଦପତ୍ରଗୁଡିକ ନିଜର କଷ୍ଟାର୍ଜିତ ପ୍ରତିଷ୍ଠା ବଜାୟ ରଖିବାକୁ ହେଲେ ସର୍ବଦା ବିଶ୍ୱସନୀୟ ଖବର ପରିବେଶଣ କରିବା ପାଇଁ ପଡିବ ।
ଗଣତନ୍ତ୍ରକୁ ମଜବୁତ କରିବାରେ ପ୍ରେସ୍ର ଭୂମିକା
ସାଧୁତା, ସ୍ୱ୍ଚ୍ଛତା ଓ ସତ୍ୟ ସମ୍ବାଦ ପରିବେଷଣ ସମ୍ବାଦିକ ଓ ସମ୍ବାଦପତ୍ର ଗୁଡିକର ବ୍ରତ ଓ ଧର୍ମ ବୋଲି କୁହାଯାଏ । ଏହାଦ୍ୱାରା ଗଣତନ୍ତ୍ର ସୁସ୍ଥ ଓ ସମୃଦ୍ଧ ରହିଥାଏ । ଏବେର ଭୁଲ ତଥ୍ୟରେ ପରିପୂର୍ଣ୍ଣ ଦୁନିଆରୁ ଜନସାଧାରଣଙ୍କୁ ରକ୍ଷା କରିବାର ପାଇଁ ପାରମ୍ପାରିକ ପ୍ରେସ୍ର ପ୍ରମୂଖ ଭୂମିକା ରହିଛି । ପାରମ୍ପାରିକ ସମ୍ବାଦ ସରବାର ସଂସ୍ଥାଗୁଡିକ ଅଶୃଙ୍ଖଳିତ ଡିଜିଟାଲ ମିଡିଆକୁ ରାସ୍ତା ଦେଖାଇ ଗଣତନ୍ତ୍ରକୁ ଆବର୍ଜନାମୁକ୍ତ କରି ଧରିରଖିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାର ଆବଶ୍ୟକତା ରହିଛି ।
ଆଜିର ଗଣମାଧ୍ୟମ କେବଳ ସମ୍ବାଦ ପରିବେଷଣ କରୁନାହିଁ ବରଂ ସରକାରଙ୍କୁ ମଧ୍ୟ ଉତ୍ତରତ୍ତରଦାୟୀ କରିବା ସହିତ ଓ ଗୁରୁତ୍ୱପୂର୍ଣ୍ଣ ସାମାଜିକ ପ୍ରସଙ୍ଗରେ ଆଲୋକ ପ୍ରଦାନ କରୁଛି । ଏହାଛଡା ଅଳ୍ପ ବା ସ୍ୱଳ୍ପ ଉପସ୍ଥାପିତ ସମ୍ପ୍ରଦାୟ ବା ଗୋଷ୍ଠି ସମୁଦାୟରକୁ ଏକ ଦୃଢ ସ୍ୱର ପ୍ରଦାନ କରୁଛି । ଏହଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ବଜାୟ ରଖିବା ପାଇଁ ପ୍ରମୂଖ ସମ୍ବାଦପତ୍ର ଓ ପ୍ରତିଷ୍ଠିତ ସାମ୍ବାଦିକମାନେ ସର୍ବଦା ବ୍ରତୀ ହେବା ଦରକାର ।
ଆସନ୍ତା ଦିନ ଓ ଆହ୍ୱାନ
ପରିବର୍ତ୍ତନ ପ୍ରକୃତିର ଏକ ନିୟବ । ପରିବର୍ତ୍ତନ ସହିତ ଆମକୁ ତାଳ ଦେଇ ଗତି କରିବାକୁ ହେବ । ଆଗାମୀ ଦିନରେ ଗଣମାଧ୍ୟମର ଭବିଷ୍ୟତ ନୀତି ଆଉ ଗତି ନୂତନ ପ୍ରଯୁକ୍ତିବିଦ୍ୟା ଏବଂ ଅଭିନବ ବ୍ୟବସାୟ ମଡେଲଗୁଡିକର ସମ୍ମିଶ୍ରଣକୁ ନେଇ ନିରୂପିତ ହେବ । ଏହାଦ୍ୱାରା ଉଚ୍ଚମାନର ସାମ୍ବାଦିକତା ବଜାୟ ରଖିବା ଏକ ବଡ କଷ୍ଟକର ବ୍ୟାପାର ହୋଇପଡିବ । ଅଣଲାଭ ସାମ୍ବାଦିକତା, କ୍ରାଉଡ୍ଫଣ୍ଡଡେ୍ ରିପୋର୍ଟିଂ ଏବଂ ସଦସ୍ୟତା ମାଧ୍ୟମରେ ସଂଗୃହିତ ରାଜସ୍ୱ ମଡେଲଗୁଡିକ ପାରମ୍ପାରିକ ଗଣମାଧ୍ୟମ ପାଇଁ ବର୍ତମାନ ନୂତନ ବିକଳ୍ପ ଉଭା ହୋଇଛନ୍ତି । ଏହାଛଡା ଠିକ୍ ଏହି ସମୟରେ କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସମ୍ବାଦ ସଂଗ୍ରହ ଓ ତଥ୍ୟ ପରିବେଷଣ ଓ ବିଶ୍ଳେଷଣ ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛନ୍ତି । ଏହାର ଢେର ସଦୁପଯୋଗ କରାଯାଇପାରେ ।
ଆଗାମୀ ଦିନକୁ ଦୃଷ୍ଟିରେ ରଖି ଗଣମାଧ୍ୟମ ନିଜକୁ ବିକଶିତ କରିବାର ନିଜସ୍ୱ ପଥ ପ୍ରସ୍ତୁତ କରିବାକୁ ପଡିବ । ଉଭୟ ପାରମ୍ପାରିକ ଓ ଡିଜିଟାଲ ସମ୍ବାଦ ଉପଭୋକ୍ତାଙ୍କ ଚାହିଦାକୁ ସନ୍ତୁଳିତ ମାଧ୍ୟମରେ ପୂରଣ କରିପାରିଲେ ଏହା ସେମାନଙ୍କର ଶ୍ରଦ୍ଧା ଓ ଆଦୃତି ଲାଭ କରିପାରିବ ।
(ରାଜ୍ୟ ପ୍ରତିନିଧି, ଦି ଏସିଆନ୍ ଏଜ୍ ଓ ଡେକାନ୍ କ୍ରୋନିକିଲ୍ ) ଫୋନ: ୯୪୩୯୧୭୬୮୩୬