ଖୁଜେନପାଲି ଗ୍ରାମ ଭିତରେ ପଡ଼ିଛି ଶବ,ହତ୍ୟା ସନ୍ଦେହ !

Body of elderly man recovered, murder suspected!
By Mahendra Kumar Darjee
ବଲାଙ୍ଗୀର:- ୪୫/୫୦ ବର୍ଷୀୟ ସୁରେଶ ଭୁଏ ବଲାଙ୍ଗୀର ଜିଲ୍ଲା ଖୁଜେନପାଲି ଗ୍ରାମର ଜଣେ ବାସିନ୍ଦା ।ମଜୁରୀ କରି ପେଟ ପୋଶେ। ଗ୍ରାମରେ କାହା ସହ ତାର ଖରାପ ସମ୍ପର୍କ ନ ଥିବା ଗ୍ରାମବାସୀ କହନ୍ତି । ମଜୁରୀ କରି ଯେତେ ପାଏ ସେଥିରେ ତାର ଗୁଜୁରାଣ ହୁଏ । ଏକାକୀ ଗୋଟିଏ ଇନ୍ଦିରା ଆବାସ ଘରେ ଜୀବନ ବିତାଏ। ତାର ଭରପୁର ପରିବାର ଥିଲେ ମଧ୍ୟ ତାପାଖରେ କେହି ରହୁ ନ ଥିଲେ ।
ଗ୍ରାମବାସୀ ଙ୍କ ଚର୍ଚ୍ଚା ରୁ ଜଣାପଡେ ସୁରେଶ ଏକାକୀ ରହୁଥିବାରୁ ମଜୁରୀ କରି ଫେରିବା ପରେ ମଦ ପିଇ ନିଜେ ନିଜ ସହ କଥା ହୁଏ ।ମଦ ପିଇ କାହାରିକୁ ଖରାପ ବ୍ୟବହାର ଦେଖାଏ ନାହିଁ ।ହଠାତ୍ ସୁରେଶର ହାତ ଭାଙ୍ଗିବାରୁ ତାର ପୁଅ ମାନେ ଆସି ଚିକିତ୍ସା କରାଇ ନିଜ ଘରକୁ ନେଇ କିଛିଦିନ ରଖିଥିବା ବେଳେ ସୁରେଶ ସେଠାରୁ ନିଜ ଘରକୁ ଚାଲିଆସିଥିଲେ ।ଭଙ୍ଗା ବେଣ୍ଡିଜ୍ ବନ୍ଧା ହାତରେ ସେ ପୁଣି ଏକାକୀ ରହିଲେ ତାଙ୍କ ଘରେ ।
୧୧ ସେପ୍ଟେମ୍ବର ରବିବାର ସକାଳୁ ଖୁଜେନପାଲି ଗ୍ରାମ ମଝିରେ ଥିବା ଏକ ଗଲି ଭିତରେ ସୁରେଶ ମୃତ ଅବସ୍ଥାରେ ପଡିଥିବାର ଗ୍ରାମବାସୀ ଦେଖି ପୋଲିସକୁ ଖବର ଦେଲେ । ପୋଲିସ ଏସ ଡି ପି ଓ ତୋଫାନ ବାଗ ସଦଳବଳେ ଆସି ମୃତ ସୁରେଶ ଭୁଏ ମୃତ୍ୟୁ ର ତଦନ୍ତ କରୁଛନ୍ତି । ବର୍ତମାନ ପର୍ଯ୍ୟନ୍ତ ମୃତ୍ୟୁ ର ରହସ୍ୟ ଜଣାପଡିନାହିଁ । ପୋଲିସ ତଦନ୍ତ ପରେ ଜଣାପଡ଼ିବ ସୁରେଶ ଭୁଏ ମୃତ୍ୟୁ ର ରହସ୍ୟ ।
ଗ୍ରାମବାସୀ ଙ୍କ ଚର୍ଚ୍ଚା ରୁ ଜଣାପଡେ ଖୁଜେନପାଲି ଗ୍ରାମର ଅନେକ ସ୍ଥାନରେ ବେଆଇନ ମଦ ରନ୍ଧାଯାଇ ବିକ୍ରି ହେଉଥିବା ବେଳେ ଅବକାରୀ ବିଭାଗ ନୀରବ ।ତେବେ ଦେଖାଯାଉ ପୋଲିସ ର ତଦନ୍ତ କେଉଁ ଦିଗକୁ ଯାଉଛି ।