Odisha News

ଆଦିତ୍ୟ ଦାସଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବିକଲା ବିଜେପି

Odisha: BJP demands CBI probe to motivational speaker Aditya Das’ number
ବୈାଦ୍ଧ,୮/୭-ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁର ସହସ୍ୟ ଉନ୍ମୋଚନ କରିବା ପାଇଁ ସିବିଆଇ ବା କ୍ରାଇମ ବ୍ରାଞ୍ଜର ତଦନ୍ତ ଦାବି କରି ଆଜି ବୈାଦ୍ଧଜିଲ୍ଲା ବିଜେପି ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ସ୍ୱର୍ଗତ ଦାସ ବୈାଦ୍ଧଜିଲ୍ଲାର ଜଣେ ଦରଦି ମଣିଷ ଓ ସମାଜସେବୀ ଥିଲେ । ତାଙ୍କର ବିୟୋଗ ଓଡିଶା ତଥା ବୈାଦ୍ଧର ଜନସାଧାରଣଙ୍କୁ ଗଭୀର ଆଘାତ ଦେଇଛି । ତେଣୁ ତାଙ୍କର ମୃତ୍ୟୁର ରହସ୍ୟକୁ ଲୋକ ଲୋଚନକୁ ଆଣିବା ପାଇଁ ସିବିଆଇ ବା କ୍ରାଇମବ୍ରାଞ୍ଜ ଦ୍ୱାରା କରାଯିବାକୁ ବିଜେପି ଦଳପକ୍ଷରୁ ଦାବି କରାଯାଇଛି । ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତି, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସୁଶାନ୍ତ ବାଘ, ମଣ୍ଡଳ ସଭାପତି ଯୀଶୁ ପ୍ରଧାନ ଉପସ୍ଥିତଥିଲେ ।

Related Posts

Seo wordpress plugin by www.seowizard.org.