Odisha News

ବିଜେଡି-ବିଜେପି ଏକ ଓ ଅଭିନ୍ନ: ପିସିସି ସଭାପତି ଶରତ ପଟ୍ଟନାୟକ

BJD and BJP have tacit relationship, Congress will be real alternative to this nexus

ଭୁବନେଶ୍ୱର, ତା ୨୯/୫: ଶଙ୍କରାଚାର୍ଯ୍ୟ ହେଉଛନ୍ତି ଏ ଜାତିର ଧର୍ମଗୁରୁ । ଗତ କାଲି ଅର୍ଥାତ ଶନିବାର ଦିନ ଶଙ୍କରାଚାର୍ଯ୍ୟ ଗୋଟିଏ କଥା କହିଛନ୍ତି ଯେ ଓଡିଶାରେ ବିଜେଡି ଓ ବିଜେପି ମିଶିକରି ଅଛନ୍ତି । ଶଙ୍କରାଚାର୍ଯ୍ୟ ଯାହାକହିଛନ୍ତି, ଏକଦମ୍ ଠିକ୍ କହିଛନ୍ତି । ବିଜେଡି-ବିଜେପି ଏକ ଏବଂ ବିଭିନ୍ନ । ସେମାନଙ୍କର ଏହି ଭିତିରି ସମ୍ପର୍କ ନେଇ ଜନସାଧାରଣରେ ଢେର ଦିନ ଧରି ଆଲୋଚନା ହେଉଥିଲା । କିନ୍ତୁ କେହି ଏହାକୁ ପ୍ରକାଶ୍ୟରେ ଆଲୋଚନା କରିବାକୁ ସାହସ କରିପାରୁନଥିଲେ ବୋଲି ପ୍ରଦେଶ କଂଗ୍ରେସ୍ ସଭାପତି ଶରତ ପଟ୍ଟନାୟକ ରବିବାର ଦିନ କହିଛନ୍ତି ।
ଶଙ୍କାରଚାର୍ଯ୍ୟଙ୍କ ଏହି ଉକ୍ତି ବିଜେଡି-ବିଜେପିର ଭିତରେ ଥିବା ଦିଆ-ନିଆ ଓ ଅନ୍ଧାରୀ ସମ୍ପର୍କକୁ ପଦାରେ ପକାଇଦେଇଛନ୍ତି । ପୁରୀରେ ଏହି ନିର୍ମାଣଧୀ ଜଗନ୍ନାଥ ଏøତିହ୍ୟ ପରିକ୍ରମା ପ୍ରକଳ୍ପ ଲାଗି ଆର୍କିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ଓ ନ୍ୟାସନ୍ୟାଲ୍ ମନୁମେଂଟ ଅଥରିଟିର ସମ୍ମତି ନାହିଁ । ଏଣୁ ଏହା ବେଆଇନ୍ ।
ବିଜେଡି ସରକାରଙ୍କ ଏହି ବେଆଇନ୍ ପ୍ରକଳ୍ପ ଲାଗି ବିଜେପିର ସମର୍ଥନ ରହିଛି ବୋଲି ଶଙ୍କାରାଚାର୍ଯ୍ୟ କହିଛନ୍ତି । ତେଣୁ ବିଜେପି ଏହାକୁ ଖୋଲାଖୋଲି ବିରୋଧ କରୁନାହିଁ । ଏହି ଅନ୍ୟାୟକୁ ବିରୋଧ କରିବା ଲାଗି ଆଉ କେହି ରାଜନୈତିକ ଦଳ ନାହାଁନ୍ତି ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି । ରାଜ୍ୟରେ କଂଗ୍ରେସ ଏବେ ଏକ ବଡ ରାଜନୈତିକ ଶକ୍ତି ଏବେ ନାର୍ହି ବୋଲି ମଧ୍ୟ ଶଙ୍କରାଚାର୍ଯ୍ୟ କହିଛନ୍ତି ।
ଶଙ୍କରାଚାର୍ଯ୍ୟଙ୍କ ବିବୃତି ନେଇ ମୁଁ ଏତିକ କହିପାରେ ଯେ ରାଜ୍ୟ କଂଗ୍ରେସ ସଭାପତି ଭାବରେ ମୁଁ ଏତିକି କହିପାରେ ଯେ କଂଗ୍ରେସ ଏବେ ବି ଏକ ବଡ ଶକ୍ତି । ଖୁବ୍ ଶୀଘ୍ର ରାଜ୍ୟବାସୀ ଦେଖିବେ ଏହି ଦଳ ରାଜ୍ୟର ସ୍ୱାର୍ଥ ରକ୍ଷା ଲାଗି କେତେ ତତ୍ପର ରହିଛି । ଯେ କୌଣସି ଅନ୍ୟାୟ ଓ ଅନୀତିର ପ୍ରତିବାଦ କଂଗ୍ରେସ କରିବ ।
ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ସମ୍ପର୍କରେ ଏତିକି କହିବି, ବିଜେଡି ଓ ବିଜେପିକୁ ଜଗନ୍ନାଥ ସଦ୍‌ବୁଦ୍ଧି ଦିଅନ୍ତୁ । ସେମାନେ ଅନ୍ୟାୟ ଭାବରେ ହେଉଥିବା ନିର୍ମାଣ କାର୍ଯ୍ୟରୁ ବିରତ ରୁହନ୍ତୁ । ହାଇକୋର୍ଟରେ ଏ ସମ୍ପର୍କରେ ବିଚାରଧୀନ ମାମଲାର ରାୟ ଆସିବା ପର୍ଯ୍ୟନ୍ତ ସେମାନେ ଅପେକ୍ଷା କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଏକ ପ୍ରେସ୍ ବିବୃତିରେ କହିଛନ୍ତି ।

Related Posts

Seo wordpress plugin by www.seowizard.org.